ବିଜେଡ଼ିରେ ବଢୁଛି ବିଦ୍ରୋହ, ଟେନସନରେ ନବୀନ, ବିଦ୍ରୋହୀ ଜନତା ଦଳ ହେବ କି ବିଜେଡ଼ି

BJD

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଦ୍ରୋହି ଜନତା ଦଳ । ବିଜେଡି ରେ ଶୁଭିଲାଣି ବିଦ୍ରୋହ ର ଧ୍ୱନୀ । ପ୍ରଦୀପ ପାଣିଗ୍ରାହୀ , ସୌମ୍ୟରଂଞୀନ ପଟ୍ଟନାୟକ , ଭୋଜହରୀ ମହତାବ , ସୁଜୟ ଦାସ ବର୍ମା ଏମିତି ତମାମ ନେତା ବିଦ୍ରୋହ ର ଫୁଗାନ ଫୁଙ୍କିବାରେ ଲାଗିଛନ୍ତି । ଦଳ ଭିତରେ ସବୁଯେ ଠିକ୍ ନାହିଁ ଏହା ପ୍ରମାଣିତ କରିଛି । ଆଉ ଦେଢ ବର୍ଷରେ ବିଦ୍ରୋହୀ ଧିରେ ଧିରେ ମୁହଁ ଖୋଲିବା ଆରମ୍ଭ କରିଥିବାରୁ ଦଳର ସୁପ୍ରିମୋ ନିବିନ ପଟ୍ଟନାୟକ ଚିନ୍ତାରେ ପଡି ଜାଇଛନ୍ତି ।

ରାଜ୍ୟରେ ଅଧିକାଶଂ ନିର୍ବାଚନ ମଣ୍ଡଳୀ ରେ ବିଦ୍ରୋହୀ ରହିଥିବାରୁ କେହି କେହି ବିଜୁ ଜନତା ଦଳକୁ ବିଦ୍ରୋହୀ ଜନତା ଦଳ ବୋଲି କଟାକ୍ଷ୍ୟ କରିବା ଆରମ୍ଭ କଲେଣି । ବିଜୁ ଜନତା ଦଳ ଏକ ପାଖିଆ ଭାବେ ଜିତିବ ବୋଲି କୁହାଜାଉଥିଲା । 2022 ପଞ୍ଚାୟତ ନିର୍ବାଚନରେ ବଡ ସଫଳତା ବିଜେପି ର ନିରବତା ଓ କଂଗ୍ରେସ ର ନିସ୍କ୍ରିୟତା ବିଜେଡି କୁ ସୁହାଁଇବ ବୋଲି ଆକଳନ ହେଉଥିଲା ହେଲେ ଏବେ ରାଜ୍ୟ ରାଜନୀତି ରେ ଓଲଟା ପବନ ବହିବା ଆରମ୍ଭ ହୋଇଛି ।

nabine p

ଗୋଟିଏ ପଟେ ମୂଖ୍ୟ ବିରୋଧୀ ଦଳ ବିଜେପି । ନିରବତା ଭାଙ୍ଗି ଆକ୍ରମଣାତ୍ମକ ରଣନୀତି କରୁଛି । କଂଗ୍ରେସ ରାଜନୀତି ବି କଡ ଲେଉଟାଇଛି । ଅସ୍ତିତ୍ନ ଜାହିର କରିବା ପାଇଁ ଏବେ କଂଗ୍ରସ ପ୍ରୟାସ ଆରମ୍ଭ କରିଛି । ବର୍ତମାନ ସମୟ ରେ ତୁଙ୍ଗ ନେତା ମାନଙ୍କର ଖୋଲା ଖୋଲି ଭାବେ ଅସନ୍ତୋଷ ଝାଡୁ ଥିବାର ଦେଖିବା ପାଇଁ ମିଳିଛି ।

ପ୍ରଦୀପ ପାଣିଗ୍ରାହୀ , ସୌମ୍ୟରଂଞୀନ ପଟ୍ଟନାୟକ , ଭୋଜହରୀ ମହତାବ , ସୁଜୟ ଦାସ ବର୍ମା କେବେ ଲେଖା ମଧ୍ୟମ ରେ କେବେ ବକ୍ତବ୍ୟରେ ବିଜେଡି କୁ କଟାକ୍ଷ୍ୟ କରିବାକୁ ପଛାଉ ନାହାଁନ୍ତି ଏମିତି ଦେଖିଲେ ଦଳର ସାଙ୍ଗଠନିକ କାର୍ଯ୍ୟ କ୍ରମରେ ଦଳ ଠାରୁ ଦୂରେଇ ରଖାଜାଇଛି । ଦିର୍ଘ ଦିନ ଧରି ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦଳ ବିରୋଦ ରେ ବିଷ ଉଦ୍ଗର କରି ଆସୁଛନ୍ତି । ତାଙ୍କୁ ଦଳ ବହିସ୍କାର କରିଥିବା ବେଳେ ନିଜର ସଂଙ୍ଗଠନ ଜାରି ରଖିଛନ୍ତି ।

ତେବେ ଧାମନଗର ରେ ରେଜେନ୍ଦ୍ର ଦାସ ଙ୍କ ବିଦ୍ରୋହ ସମସ୍ତେ ଦେଖିଛନ୍ତି ରାଜୁ ଙ୍କ ପାଇଁ ସେଠାରେ ବିଜୁ ଜନତା ଦଳ କୁ ପରାଜୟ ର ଶୀକାର କରିବାକୁ ପଡିଥିଲା । ଏବଂ ଏହାକୁ ନେଇ ଏବେ ବିଜେଡି ର ଆଗ ଧାଡିର ନେତା ସଞୟ ଦାସ ବର୍ମା ଙ୍କୁ କର୍ମି ମାନଙ୍କ ଆଗରେ ଅସୋନ୍ତୋଷ ଝାଡିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *