ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାନୀ ପଣ୍ଡା ଙ୍କ କାର ଧକ୍କାରେ ଯୁବକ ମୃ-ତ । ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କ କାର ଧକ୍କାରେ ଚାଲିଗଲେ ଜଣେ ଯୁବକ । ତେବେ ଯାତ୍ରା ଅଭିନେତ୍ରୀ ବସିଥିବା କାର ଦୂର୍ଘଟଣା ଗ୍ରସ୍ଥ ହୋଇଥିବା ସୂଚନା ରହିଛି । ଏକ ବାଇକ୍ ସହିତ ତାଙ୍କ କାର ଧକ୍କା ହୋଇଥିଲା । ଏହିଥିରେ ବାଇକ ଚାଳକ ଙ୍କ ମୃ-ତ୍ୟୁ ହୋଇଛି ।
ସୂଚନା ଅନୁସାରେ କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟ ରେ ଏକ ବାଇକ ସହିତ ତାଙ୍କ କାର ଧକ୍କା ହୋଇଥିଲା । ମୃୃ-ତକ ଜଣଙ୍କ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା ବୟସ 28 । ତେବେ ଖବର ଅନୁସାରେ ବାହାଘର ଭୋଜି ଖାଇ ରାନୀପଣ୍ଡା କାରରେ ଫେରୁଥିବା ବେଳେ ଡାଲଖାଇ ଛକ୍କ ନିକଟ ରେ ବାଇକ ସହିତ ତାଙ୍କ କାର ମୁହାଁ ମୁହିଁ ଧକ୍କା ହୋଇଜାଇଥିଲା ।
ଦୂର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଠଗଡ ପୋଲିସ ସେଠାରେ ପହଁଚି ଲୋକ ମାନଙ୍କୁ ସେଠାରେ ବୁଝା ସୁଝା କରିଥିବାର ଜଣା ପଡିଛି । ଆଉ ଦୂର୍ଘଟଣା ରେ ରାନୀପଣ୍ଡା ଙ୍କ କାରର ସାମ୍ନା ପଟ ମଧ୍ୟ କ୍ଷେତି ଗ୍ରସ୍ଥ ହୋଇଛି ।
ଅନ୍ୟପଟେ ରାନୀପଣ୍ଡା ଙ୍କୁ ନେଇ ଆଠଗଡ ଥାନାରେ ଅଟକ ରଖି ପଚାରା ଉଚୁରା କରୁଥିବାର ଜଣା ପଡିଛି । ତଥା ବର୍ତମାନ ସମୟ ରେ ଏହି ଘଚଣା ର ବର୍ତମାନ ସମୟ ରେ ତଦନ୍ତ ମଧ୍ୟ ପୋଲିସ ଚଲାଇଥିବାର ଜଣା ପଡଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।