ପଞ୍ଚୁକ ପାଞ୍ଚ ଦିନରେ ପାଞ୍ଚଟି ଦୀପ ଏହି ଜାଗାରେ ଜାଳନ୍ତୁ ଯାହା ମନାସିବେ ତାହା ପାଇବେ,Panchuka ର ଏହି ଉପାୟ ଜାଣିବା ନିହାତି ଦରକାର..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଧର୍ମ ମାସ । ଧର୍ମ ଆଚରଣ କରିବା ପାଇଁ ପ୍ରଭୁ ଶ୍ରୀ ହରୀ ଙ୍କ କୃପା ଲାଭ କରିବା ପାଇଁ ମାତା ଅର୍ଣ୍ନ ପୂର୍ଣ୍ଣା ଙ୍କ ସାନିଧ୍ୟ ଲାଭ କରିବା ପାଇଁ ଏହି କାର୍ତ୍ତିକ ମାସଟି ହେଉଛି ମହା ପୂର୍ଣ୍ଣ୍ୟର ମାସ । ପୂରା ବର୍ଷର ପୂର୍ଣ୍ଣ୍ୟଫଳ ଏହି କାର୍ତ୍ତିକ ମାସରେ ହିଁ ପ୍ରାପ୍ତ ହୁଏ । ଏହି କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ।

ପଣ୍ଡିତ ମାନେ କହନ୍ତି କି ଦେବତା,ଋଷି ମୁନି,ପିତୃ ପୁରୁଷ ମାନଙ୍କୁ ପ୍ରସନ୍ନ କରିବା ଲାଗି, ସେମାନଙ୍କ ଆଶୀର୍ବାଦ ଲାଭ କରିବା ଲାଗି, ଧର୍ମ ଆଚରଣ କରିବା ଲାଗି ଏହି କାର୍ତ୍ତିକ ମାସ ଟି ଶ୍ରେଷ୍ଠ ମାସ ରହିଥାଏ । କାର୍ତ୍ତିକ ମାସରେ ଅଳ୍ପ ବ୍ରତ କରିଲେ ବି ତାହାର ମହାଫଳ ଆମକୁ ପ୍ରାପ୍ତ ହୁଏ । ଶାସ୍ତ୍ର ଅନୁସାରେ କହିଲେ କି କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥି ଠାରୁ ପୂର୍ଣ୍ଣିମା ଯାଏ ଯେଉଁ ପାଞ୍ଚ ଦିନ ରହିଲା ସେହି ପାଞ୍ଚ ଦିନକୁ ପଞ୍ଚୁକ ବ୍ରତ ବୋଲି କୁହା ଯାଇଥାଏ ।

Lakshmi Narayan

ଏହି ବ୍ରତକୁ ପ୍ରଥମେ ଭୀଷ୍ମ ପାଳିଥିଲେ ସେହିଥି ପାଇଁ ଏହି ବ୍ରତର ନାମ ଭୀଷ୍ମ ପଞ୍ଚୁକ । ଆପଣଙ୍କ ଯେଉଁ ମନସ୍କାମନା ରଖିଛନ୍ତି ତାହାକୁ ପୂରଣ କରିବା ଲାଗି ଚାହୁଁଛନ୍ତି ତେବେ ପାଞ୍ଚ ଦିନରେ ପାଞ୍ଚଟି କାର୍ଯ୍ୟ କରିବା ଦରକାର ଏବଂ ପାଞ୍ଚଟି ସ୍ଥାନରେ ଦୀପ ଜଳାଇବା ଜରୁରୀ ଅଟେ । ଯାହା ଦ୍ଵାରା କି ଆପଣଙ୍କ ମନସ୍କାମନା ପୂରଣ ହୋଇ ପାରିବ ।

ପ୍ରଥମ କାର୍ଯ୍ୟ ହେଲା ସ୍ନାନ କରିବା ପ୍ରାତଃ ସ୍ନାନ କଲେ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଦ୍ଵିତୀୟ କାର୍ଯ୍ୟ ହେଉଛି ତୁଳସୀଙ୍କ ପୂଜନ । ଶାସ୍ତ୍ର କହିଛନ୍ତି ସବୁ ପ୍ରାଣୀଙ୍କ ରକ୍ଷ୍ୟକ ଭଗବାନ ଶ୍ରୀବିଷ୍ଣୁ ତୁଳସୀ ରୂପରେ ଅବତରିତ ସେହିଥିପାଇଁ ପଞ୍ଚୁକ ପାଞ୍ଚ ଦିନରେ ତୁଳସୀଙ୍କ ପୂଜନ କରିବା ନିହାତି ଆବଶ୍ୟକ । ତୃତୀୟ କାମ ହେଉଛି ଅଁଳା ବୃକ୍ଷକୁ ପୂଜା କରିବା କାରଣ ପଞ୍ଚୁକ ରେ ଭଗବାନ ଶ୍ରୀହରି ଅଁଳା ବୃକ୍ଷ ପତ୍ରରେ ଶୟନ କରନ୍ତି ।

ସେହିପରି ଚତୁର୍ଥ କାମ ହେଉଛି ଭଗବାନ ଶ୍ରୀହରୀଙ୍କ ପୂଜା କରିବା । କାର୍ତ୍ତିକ ମାସ ହେଲା ପୁଣ୍ୟର ମାସ ଧର୍ମ ଅର୍ଜନ କରିବା ଲାଗି ଏହି ମାସ ଟି ଯୋଗ୍ୟ ଅଟେ ।ଯେଉଁମାନେ ଏହି ପଞ୍ଚୁକ ପାଞ୍ଚ ଦିନରେ ଭଗବାନ ଶ୍ରୀହରିଙ୍କୁ ପୂଜା କରନ୍ତି । ସେମାନଙ୍କ ମନସ୍କାମନା ଫଳ ଏହି ମର୍ତ୍ତ୍ୟ ମଣ୍ଡଳରେ ଭୋଗ କରନ୍ତି । ପଞ୍ଚମ କାର୍ଯ୍ୟ ହେଉଛି ଦୀପ ଦାନ ପଞ୍ଚୁକ ପାଞ୍ଚ ଦିନରେ ଏହି 5 ଗୋଟି ସ୍ଥାନରେ ଦୀପ ଲଗାନ୍ତୁ । ମାତା ବୃନ୍ଦାବତୀଙ୍କ ପାଖରେ , ଅଁଳା ବୃକ୍ଷ ମୂଳରେ, ଭଗବାନ ଶ୍ରୀହରିଙ୍କ ପାଖରେ, ଗୁହାଳରେ,ଏବଂ ଅଶ୍ୱତ୍ଥ ଗଛ ମୂଳରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *