ହେ ଭଗବାନ – ଏ ଦୁନିଆରେ ନାହାଁନ୍ତି ଆଉ ଏହି ହାସ୍ୟ ଅଭିନେତା

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହସାଉ ଥିଲେ କନ୍ଦାଇ ଦେଇ ଚାଲିଗଲେ ହାସ୍ୟ ଅଭିନେତା । ଯୌବନରେ ହସି ହସାଇ ବେଦମ କରୁଥିଲେ । ପରେ ରୋଗ ଯନ୍ତ୍ରଣା ପାଇଁ ଅଭିନୟ ଛାଡିଲେ । ହେଲେ ଯଞ୍ଜାଳ ଓ ଯନ୍ତ୍ରଣା ଭିତରୁ ମୁକୁଳି ପାରିଲେନି । ଆଉ ଏବେ ଶେଷ ନିନ୍ଦ୍ରାରେ ଶୋଇଗଲେ ପ୍ରତିଷ୍ଠିତ ହାସ୍ୟ ଅଭିନେତା । ସବୁଦିନ ଅଫେରା ପଥର ପଥୀକ ହୋଇଛନ୍ତି । ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

କଟକ ଏ. ସି. ବି ରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ହୃଦଘାତର ତାଙ୍କର ମୃ-ତ୍ୟୁ ଘଟିଥିବା ଜଣା ପଡିଛି । ବୁଧବାର ସକାଳେ ଅସୁସ୍ଥ ହୋଇପଡିଥିଲେ ହାସ୍ୟ ଅଭିନେତା । ତାଙ୍କର ଛାତି ଯନ୍ତ୍ରଣା ହେଉଥିଲା । ପରିବାର ଲୋକ ତାଙ୍କୁ ଗୁରୁତ୍ୱର ଅବସ୍ଥା ରେ ଉନ୍ଧାର କରି କଟକ ବଡ ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଅପରାହ୍ନ ରେ ତାଙ୍କର ମୃ-ତ୍ୟୁ ହୋଇଛି ଏନେଇ ତାଙ୍କର ପରିବାର ଲୋକ ସୂଚନା ଦେଇଛନ୍ତି ।

Comedy

କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ସ୍ଥିତ ମଠସାଇ ଗାଁ ରେ ଜନ୍ମ ଗ୍ରହଣ କରିଥିଲେ ହାସ୍ୟ ଅଭିନେତା ଗୋବିନ୍ଦ ବାରିକ୍ । ପିଲା ବେଳୁ ମଞ୍ଚ ନାଟକ ପ୍ରତି ଥିଲା ତାଙ୍କର ଦୁର୍ବଳତା । ସେଥିପାଇଁ ଘରୁ ଚାଲି ଯାଇଥିଲେ ମଞ୍ଚ ଅଭିନୟ କରିବାକୁ । ୧୯୭୨ ମସିହାରେ ସେ ଓଡିଶାରେ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଶ୍ୟାମା ମହାପାତ୍ରଙ୍କ ସାରୁଆ ଯାତ୍ରା ପାଟିରେ ଯୋଗ ଦେଇଥିଲେ ।

ତାଙ୍କର ତତ୍ତ୍ୱ ଅବଦାନ ରେ ଅଭିନୟ ଶିଖିଥିଲେ । ହାସ୍ୟ ଅଭିନେତା ଗୋବିନ୍ଦ ବାରିକ୍ ପରେ ଜଟାଧାରୀ, ଜଗା ବଳିଆ, ସାତ ଶଙ୍ଖ ଏମିତି ଅନେକ ଯାତ୍ରା ଅନୁଷ୍ଠାନ ରେ ଅଭିନୟ କରିଥିଲେ । ସେ ମଶାଣି ଫୁଲ, ସୁନ୍ଦରୀ ଝିଅକୁ ଦୂରୁ ଜୁହାର, ମିଛ ସମ୍ପର୍କ, ପଣତକାନି, ପତିବ୍ରତା ପରି ଅନେକ ନାଟକରେ ଅଭିନୟ କରି ଯାତ୍ରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଏବେ ଇଷ୍ଟନ ଅପେରାରେ ଅଭିନୟ କରିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତେଣୁ ବାଧ୍ୟ ହୋଇ ଯାତ୍ରା ପାଟି ଛାଡି ଥିଲେ । ତେବେ ହସି ହସାଉଥିବା ହାସ୍ୟ ଅଭିନେତା ଗୋବିନ୍ଦ ବାରିକ୍ ପର ଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଯାତ୍ରା ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *