ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷ ରାଜ୍ୟରେ ମେଟ୍ରିକ ୱାନ ସମେଟିଭ ଆସୋସମେଣ୍ଟ ପରିକ୍ଷା ଆରମ୍ଭ ହୋଇଜାଇଛି । ତେବେ ଏହି ମଧ୍ୟରେ ଖାତା ଦେଖା କେଉଁ ତାରିଖ ସୁଧା ହେବ ଏହି ନେଇ ସରକାର ମଧ୍ୟ ବଡ ଘୋଷଣା ଜାରି କରିଛନ୍ତି । ଏହା ସହିତ କେଉଁ ପଦ୍ଧତି ରେ ମାର୍କ ମିଳିବ ଆସନ୍ତୁ ନଜର ପକେଇବା ସଂମ୍ପ୍ରର୍ଣ୍ଣ ଅପଡେଟ ଉପରେ ।
ମେଟ୍ରିକ ୱାନ ସମେଟିଭ ଆସୋସମେଣ୍ଟ ପରିକ୍ଷା ଡିସେମ୍ବର 9 ତାରିଖ ରୁ ଆରମ୍ଭ ହେବ ରାଜ୍ୟରେ ମୋଟ ଖୋଲିଥିବା 56 ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିସଦ ବୋର୍ଡ ପକ୍ଷରୁ ସୂଚନା ଦିଆଜାଇଛି ।
ଆଉ ଏପଟେ କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କୁଆର୍ଡ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ଥରିୟ ସ୍କୁଆର୍ଡ ବି ଗଠନ ହୋଇଛି । ତେବେ ଚଳିତ ସମେଟିଭ ୱାନ ଏବଂ ସମେଟିଭ ଟୁ ପରିକ୍ଷା ସହିତ ଇଣ୍ଟରନାଲ ଆସୋସମେଣ୍ଟ ପରିକ୍ଷାରୁ ପରିକ୍ଷାର୍ଥି ଙ୍କ ମାର୍କ ମୂଲ୍ୟାୟନ କରାଯିବ ।
ତେବେ ଏହି ମେଟ୍ରିକ ପରିକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ନୋଡାଲ ସେଣ୍ଟର ରୁ ପରିକ୍ଷାର୍ଥି ଙ୍କ ଉତ୍ତର ଖାତା ଏବଂ ଓଏମ୍ ଆର ଉତ୍ତର ,ସିଟ୍ ସଂଙ୍ଗ୍ରହ ଆରମ୍ଭ ହୋଇଛି ।
ବୋର୍ଡର କର୍ମଚାରୀ ଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ରାଜ୍ୟର 16 ଟି ନୋଡାଲ ସେଣ୍ଟରରେ ପହଁଚି ଖାତା ସଂଗ୍ରହ କରୁଛନ୍ତି । ତେବେ ଖାତା ଦେଖାରେ ସ୍ୱଚ୍ଛତା ବଜେଇ ରଖିବା ପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡିକ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଜାଇଛି । ପ୍ରତି କେନ୍ଦ୍ରରେ ବ୍ୟାପକ ସିସିଟିଭି କ୍ୟାମେରା ଲଗାଯିବା ସହିତ 24 ଘଣ୍ଟିଆ ପୋଲିସ ମୁତୟନ ରହିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।