ଚନ୍ଦ୍ରଗ୍ରହଣ: ୮ଟା ବଦଳରେ ସକାଳ ୫ଟା ୫୪ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ |

Lunar eclipse

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିତର୍କ ପରେ ବଦଳିଲା ଶ୍ରୀ ମନ୍ଦିର ଚନ୍ଦ୍ର ଗ୍ରହଣ ନୀତିକାନ୍ତି । ନିଜର ତୃଟି ସଂସୋଧନ କରିଲା ଶ୍ରମନ୍ଦିର ପ୍ରସାଶନ । ରାତି 2.30 ରୁ ହେବ ମହାପ୍ରଭୁ ଙ୍କର ରାଜାଧୀରାଜ ବେଶ । ସେହି ପରି 5.30 ରୁ ଦେବ କର୍ମ ଏବଂ ପାକ କର୍ମ ନିଶେଧ ତେବେ ଶ୍ରୀ ମନ୍ଦିର ନୀତିକାନ୍ତି ବିତର୍କ କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ । ଶ୍ରୀ ମନ୍ଦିର ପ୍ରସାଶନ ନିଜର ଏହି ତୃଟି ସଂଶୋଧନ କରିଛି ।

ତେବେ ପୂର୍ବ ଦେବନୀତି ଏବଂ ପାକ ତ୍ୟାଗକୁ ନେଇ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା ତାହାକୁ ବର୍ତମାନ ସମୟ ରେ ପରିବର୍ତନ କରାଜାଇଛି । ତେବେ ସକାଳ 8.29 ମିନିଟ ବଦଳରେ ସକାଳ 5.34 ମିନିଟ 54 ସେକେଣ୍ଡ ରେ ଅର୍ଣ୍ଣ ଭୋଜନ , ପାକ କର୍ମ ଏବଂ ଦେବନୀତି ନିଷେଧ କରାଜାଇଛି । ଶ୍ରୀ ମନ୍ଦିର ଛତିସାନୀ ଯୋଗ ଏହିଥିରେ ମୋହର ମାରିବା ପରେ ସେହି ଅନୁସାରେ ଭୋର 5.50 ପୂର୍ବରୁ ମହା ପ୍ରସାଦ ରନ୍ଧା ସାରି ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ କରିବାକୁ ନିସ୍ପତି ନେଇଛି ।

Puri

ତେବେ ରାତି 2.30 ରୁ ମହାପ୍ରଭୁ ଙ୍କ ରାଜାଧିରାଜ ବେଶ ବା ସୁନା ବେଶ ଆରମ୍ଭ ହେବ । କିନ୍ତୁ ରାତିରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଜାଇଛି । ସୂର୍ଯ୍ୟଦୋୟ ପର ଠାରୁ ମହାପ୍ରଭୁ ଙ୍କ ସୁନାବେଶ ଭକ୍ତ ମାନେ ଦର୍ଶନ କରି ପାରିବେ । ପଞ୍ଚକ ସହିତ ଚନ୍ଦ୍ର ଗ୍ରହଣ ରେ ନୀତି କାନ୍ତ କିପରି ଭଲ ରହିବ ସେହି ଉପରେ ବି ବୈଠକ ରେ ଗୁରୁତ୍ୱାରୋପ କରାଜାଇଛି ।

ତେବେ ଛତିସାନି ଯୋଗ ବୈଠକ ରେ ନୀତି କାନ୍ତି ନେଇ ନଭେମ୍ବର 8 ତାରିଖ କାର୍ତ୍ତିକ ପୂର୍ଣ୍ଣିମା ରେ ଅପରାହ୍ନ 2.34 ମିନିଟ 14 ସେକେଣ୍ଡରେ ଗ୍ରହଣ ସ୍ପର୍ଷ କରିବ ଏବଂ ସଂନ୍ଧ୍ୟା 6.18 ମିନିଟ 17 ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ୍ୟ ହେବ । ଗ୍ରହଣ ସ୍ପର୍ଷ ରେ ମହାପ୍ରଭୁ ଙ୍କ ନୀତିକାନ୍ତି ଏବଂ ଗ୍ରହଣ ଭୋଗ ନୀତି ଆରମ୍ଭ ହୋଇ ବାକି ଥିବା ଦୈନିକ ରିତି କାନ୍ତି ଆରମ୍ଭ ହେବ । ଯେଉଁଥି ପାଇଁ ପୂର୍ବଦିନ ରାତି ପାହୁଡା ପରେ ରାତି 12.10 ପରେ ଦ୍ୱାର ଫିଟା ନୀତି କରିବାକୁ ନିସ୍ପତି ହୋଇଛି ।

ସେହି ପରି ରାତି 12.25 ରେ ଉତ୍ତର ସୁଧ ଏବଂରାତି 12.30 ରେ ମଙ୍ଗଳ ଆଳତୀ 12.45 ରେ ରୋଷ ହେବ ମୈଲମ ଏବଂ ତଡକୁଲା ଅବକାଶ ଏବଂ 2.00 ରେ ସୂର୍ଯ୍ୟ ପୂଜା ହେବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *