କେଉଁ କର୍ମ କରିଲେ କେଉଁ ଜନ୍ମ ପାଇବେ ଦେଖିଲେ ପାଦ ତଳୁ ମାଟି ଖସିଯିବ ।

Janma

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆଜିର ଦିନରେ ଯଦି ଆପଣ କର୍ମ କରୁଛନ୍ତି ତାହାଲେ କର୍ମକୁ ଠିକ୍ ରଖିବା ଉଚିତ୍ । ନହଲେ ଆପଣଙ୍କୁ ଏମିତି ପରିସ୍ଥିତି ଭୋଗିବାକୁ ପଡିବ କି ଏହି ଜନ୍ମରେ ଆପଣଙ୍କୁ ଆପଣଙ୍କ କର୍ମ ଫଳ ଭୋଗିବାକୁ ପଡିବ । ଆପଣମାନେ ଯଦି ଭାବୁଛନ୍ତି ଏହି ଜନ୍ମର କର୍ମର ଫଳ ଆପଣ ଆର ଜନ୍ମରେ ଭୋଗିବେ ତେବେ ଏହା ସଂପୂର୍ଣ୍ଣ ଭୁଲ୍ ଧାରଣା ଅଟେ । ଏହି ଜନ୍ମର କର୍ମର ଫଳ ଆପଣ ଏହି ଜନ୍ମରେ ଭୋଗିକି ଯିବେ । ତେଣୁ ଚେଷ୍ଟା କରନ୍ତୁ ନିଜ କର୍ମ ଠିକ୍ ରଖିବାକୁ । କେଉଁ କର୍ମ କରିଲେ କେଉଁ ଜନ୍ମ ମିଳେ ସେଇ ବିଷୟରେ କହିବାକୁ ଯାଉଛୁ ।

ଯିଏ ଝଗଡ଼ା କରିବାକୁ ସବୁବେଳେ ଆଗେଇ ଆସିଥାଏ ବା କାହା ସହ ଝଗଡା କରିଲେ ତାହା ସହ ଜମା ଛାଡେ ନାହିଁ ପର ଜନ୍ମରେ ସିଏ ବିଲେଇ ଜନ୍ମ ନେଇଥାଏ । ସେଥିପାଇଁ ସର୍ବଦା ଝଗଡ଼ା କରିବା ବନ୍ଦ କରନ୍ତୁ ।

srikrishna

ଯିଏ ବିନା କାରଣରେ ସବୁବେଳେ ଚିଡ୍ ଚିଡ୍ ହୁଏ କାହା ଉପରେ ରାଗେ ତେବେ ତା ପର ଜନ୍ମରେ ସେ ଏକ କାଉ ରୂପରେ ଜନ୍ମ ନେଇଥାଏ ।

ସେହିଭଳି ଯେଉଁ ଲୋକମାନେ ଅତ୍ୟନ୍ତ ଲୋଭୀ ପ୍ରକୃତିର ହୋଇଥାନ୍ତି ସେମାନେ ତାଙ୍କ ପର ଜନ୍ମରେ ଛେଳି ରୂପରେ ଜନ୍ମ ଗ୍ରହଣ କରିଥାନ୍ତି ।

ଯେଉଁମାନେ ପର ଧନ ଉପରେ ନଜର ପକାନ୍ତି ବା ତାଙ୍କୁ ଆଣିବା ପାଇଁ ଚେଷ୍ଟା କରନ୍ତି ତେବେ ସେ କଙ୍କଡା ରୂପରେ ଆର ଜନ୍ମରେ ଜନ୍ମ ଗ୍ରହଣ କରନ୍ତି ।

ସେହିଭଳି ଯେଉଁମାନେ ଅଖାଦ୍ୟ ଗ୍ରହଣ କରନ୍ତି ସେମାନେ ଆର ଜନ୍ମରେ ଘୁଷୁରି ରୂପରେ ଜନ୍ମ ଗ୍ରହଣ କରନ୍ତି ।

ଯେଉଁମାନେ ସବୁବେଳେ ଝଗଡା କରିବା ପାଇଁ ଭଲ ପାନ୍ତି ବା ହିଂସା ଆଚରଣ ରଖିଥାନ୍ତି ସେମାନେ ତାଙ୍କ ପର ଜନ୍ମରେ କୁକୁର ରୂପରେ ଜନ୍ମ ଗ୍ରହଣ କରନ୍ତି ।

krishan

ଯେଉଁମାନେ ଅତି ଜିଦିଖୋର ମାଲିମକଦମା କୁ ଭଲ ପାନ୍ତି ସେମାନେ ଆର ଜନ୍ମରେ ମେଣ୍ଢା ରୂପରେ ଜନ୍ମ ଗ୍ରହଣ କରନ୍ତି ।

ଯିଏ ବିନା ଦୋଷରେ ଅନ୍ୟକୁ ଦଣ୍ଡ ଦିଏ ବା ରାଗେ ସେ ପର ଜନ୍ମରେ ସାପ ଜନ୍ମ ନିଏ ।

ସେହିଭଳି ଯିଏ ପିତା ମାତାଙ୍କୁ ସମ୍ମାନ କରେନାହିଁ କିମ୍ବା ଅଭାଷା କୁହେଁ ସିଏ ପର ଜନ୍ମରେ ମୁକ ହୋଇ ଜନ୍ମ ଗ୍ରହଣ କରିଥାଏ । ଏହି ଭଳି ଭାବରେ ମୃ-ତ୍ୟୁ ପରେ ଆମ କର୍ମକୁ ନେଇ ଆମେ ଏଇ ରୂପରେ ଜନ୍ମ ଗ୍ରହଣ କରିଥାଉ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *