ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନେ ଜାଣିବା ନିହାତି ଦରାକର । ତେବେ ଆସନ୍ତୁ ଜାଣି ନେବା କଣ ସେହି ଗୁରୁତ୍ୱ ପୁର୍ଣ୍ଣ ଖବର ଗୁଡିକ । ତେବେ ପ୍ରଥମ ବଡ ଖବର ଟି ହେଉଛି ଖସିବାରେ ଲାଗିଛି ପାରଦ ଥରୁଛି ଓଡିଶା ବଢୁଛି ଶୀତ । ରାଜ୍ୟରେ ଧିରେ ଧିରେ ଖସିବାରେ ଲାଗିଛି ପାରଦ ଶନିବାର 19 ଟି ସ୍ଥାନରେ ତାପମାତ୍ରା 19 ଡିଗ୍ରି ତଳେ ରହିଥିବା ବେଳେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଫୁଲବାଣୀ ଏବଂ ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା 10.5 ଡୀଗ୍ରି ସେଲିସିୟସ ରହିଥିବା ବେଳେ କଟକ , ଭଦ୍ରକ , ନବରଙ୍ଗପୁର , ଟିଟଲାଗଡ ରେ 15 ଡୀଗ୍ରି ତାପମାତ୍ରା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣା ପଡିଛି । ଆସନ୍ତା 5 ଦିନ ଯାଏ ରାତିର ତାପମାତ୍ରାରେ ସେମିତି କିଛି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପରବର୍ତି ଖବର ଟି ହେଲା ରାଜଧାନୀରେ ଗର୍ଜିଲେ ଶିକ୍ଷକ । ମାଷ୍ଟରକେଣ୍ଟିନ ଛକରେ ଅଖ ଚକ ଜାମ୍ । ମାଷ୍ଟରକେଣ୍ଟିନ ଛକରେ ଦିନ 10 ରୁ ଏପର୍ଯୟନ୍ତ ଗାଡି ଚଳାଚଳ ବନ୍ଦ ରହିଛି । ଉତ୍କଳ ଶିକ୍ଷକ ପ୍ରାଥମିକ ଶିକ୍ଷକ ସଙ୍ଘ ଆନ୍ଦୋଳନ କୁ ଉହ୍ଲେଇଛନ୍ତି । ପ୍ରାୟ 1 ଲକ୍ଷ ଶିକ୍ଷକ ମାନେ ଏହି ଆନ୍ଦୋଳନ ରେ ଯୋଗଦାନ କରିଛନ୍ତି ।
ତେବେ ପରବର୍ତି ଖବର ଟି ହେଲା ଭାରତ ରେ ଇକୋମର୍ସ ସାଇଟ୍ ବନ୍ଦ କରିବ ତାର ଗୋଟିଏ ସେବା । ତେବେ ଲୋକପ୍ରିୟ ଇ କର୍ମସ ସାଇଟ ଏହାର ଗୋଟିଏ ସେବାକୁ ବନ୍ଦ କରିବାକୁ ଯାଉଛି । ଏହା ଦ୍ୱାରା ଅନେକ ଗ୍ରାହାକ ମାନେ ପ୍ରଭାବିତ ହେବେ । ଆମାଜନ ଇଣ୍ଡିଆ ଏହି ଘୋଷଣା କରିଛି । ଆସନ୍ତା ମାସକୁ ଦେଶରେ ଆମାଜନ ଫୁଡ ସର୍ଭିସ ବନ୍ଦ କରିଦିଆଯିବ । ଏହି ସେବା 29 ଡିସେମ୍ବର ରେ ବନ୍ଦ ହେବ ବୋଲି ସୂଚନା ମିଳିଛି ।
ତେବେ ଆମାଜନ ଫୁଡ କୁ 2020 ରେ ଲଞ୍ଚ କରାଜାଇ ଥିଲା । ଏହି ସର୍ଭିସ କୁ କମ୍ପାନୀ କୋରନା ସମୟ ରେ ଲଞ୍ଚ କରାଜାଇଥିଲା ଏହିଥିରେ ଲୋକ ମାନଙ୍କ ପାଖରେ ଖାଇବା ପହଁଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ ସୁଇଗି ଏବଂ ଜୋମାଟ କୁ ଟକ୍କର ଦେବାକୁ ଚିନ୍ତା କରିଥିଲା । ତେବେ ଏହି ସର୍ଭିସ କୁ ବେଙ୍ଗାଲୋର ରେ ଆରମ୍ଭ କରାଜାଇ ଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।