ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତରେ ଥରୁଛି ସାରା ଓଡିଶା । ଆଉ କୋରାପୁଟ ଶିମିଳିଗୁଡା ରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟକୁ ଉତ୍ତରା ପବନ ବହୁଥିଲା । ଏବେ ଉତ୍ତର ପୂର୍ବରୁ ପବନ ବହିବ । ଏଥିପାଇଁ ଶୀତ କମିବ କିନ୍ତୁ ଡିସେମ୍ବର ୩ରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ଭାରି ଶୀତ ହେବ । ଯାହାକୁ ନେଇ ପୂର୍ବାନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ।
ଭୁବେନଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଲଗ୍ନ ଜିଲ୍ଲାରେ ଆସନ୍ତା ୨ ଦିନରେ ରାତିର ତାପମାତ୍ରା ୨ ଡିଗ୍ରୀ ବଢିବ । ଅର୍ଥାତ୍ ଶୀତ ଟିକେ କମିବ । କିନ୍ତୁ ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟର ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ । ଯେଉଁ କାରଣରୁ ପ୍ରବଳ ଶୀତ ଅନୁଭୂତ ହେବ । ଆଉ ଏହା ସହ ପାଣିପାଗ ବିଶେଷଜ୍ଞ କହିବା କଥା ଏହି ସମୟରେ କୋବି, ଶିମ୍ବ ଏବଂ ଡାଲି ଜାତୀୟ ଫସଲରେ ଯଉ ପୋକ ଲାଗିବାର ଆଶଙ୍କା ରହିଛି ।
ଏମିତିକି ସୋରିଷ ଆଉ ଗେଣ୍ଡୁ ରେ ପାଉଁଶିଆ ରୋଗ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ । ରାତିରେ ୪ ଡିଗ୍ରୀ ତାପମାତ୍ରା ଯୋଗୁ ଜାମ୍ମୁକାଶ୍ମୀର ଥରୁଛି । ଏପଟେ କୋରାପୁଟ ,ଶିମିଳିଗୁଡା ସବୁ ଥଣ୍ଡାର ସହର ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀ ତଳକୁ ଖସି ଆସିଛି ।
ଉଦୟଗିରି, ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗବାଡି ଆଉ କୋରାପୁଟ ର ରାତିର ତାପମାତ୍ରା ୧୦ ଡିଗ୍ରୀ ରୁ ତଳକୁ ରହୁଛି । ଯେଉଁ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି ।
ଏହା ସହ ଭୁବନେଶ୍ୱର ତାପମାତ୍ରା ୧୪ ଡିଗ୍ରୀ ରହିଥିବା ବେଳେ କଟକର ରାତିର ତାପମାତ୍ରା ରହିଛି ୧୫ ଡିଗ୍ରୀ । ଆଗକୁ ଶୀତର ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।