ଦମନ ପରେ ବାବୁଶାନଙ୍କ ପାଇଁ ଖୋଲୁଛି ବଲିଉଡ୍ କବାଟ।

Babushaan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁସାନଙ୍କୁ ଖୁବ୍ ଶୀଘ୍ର ଆସୁଛି ବଲିଉଡ ସିନେମାର ଅଫର୍ । ବାବୁସାନ ଏବେ ଓଡିଆରେ ନୁହଁ ଏବେ ହିନ୍ଦୀରେ ବି ସିନେମା କରିବେ । କାରଣ ତାଙ୍କର ଫିଲ୍ମ ଯେଉଁଭଳି ଭାବରେ ଛାପ ଛାଡିଛି ଏବେ ସମସ୍ତେ ଚାହୁଁଛନ୍ତି ବାବୁସାନଙ୍କୁ ନେଇ ଏକ୍ସପେରିମେଣ୍ଟ କରିବା ପାଇଁ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁବେଳେ ନୂଆ ରୂପ ଆଉ ନୂଆ କିଛି କନସେପ୍ଟକୁ ନେଇ କିଛି ଏଭଳି ନିର୍ଦ୍ଦେଶକ ବି ଥାନ୍ତି ଯେଉଁମାନେ ତିଆରି କରିବାର ଚାହାଁନ୍ତି ଗୋଟିଏ ସୁନ୍ଦର କାହାଣୀ ।

ଆଉ ଯେଉଁଥିରେ ଗୋଟିଏ ନୂଆ ଚରିତ୍ରକୁ ନେଇ ସମସ୍ତେ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛନ୍ତି ଦମନର କାହାଣୀ କଥାବସ୍ତୁ ଏବେ ଅନେକକୁ ପ୍ରଭାବିତ କରିଛି । ୟୁଟ୍ୟୁବରଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ଗୋଟିଏ କମ୍ପିନ ସୃଷ୍ଟି କରିବା ଆରମ୍ଭ କରିଛି ଦମନ । ଅପେକ୍ଷା ରହିଛି ଦମନର ହିନ୍ଦୀ ଡଭିଂ କୁ । ଯେତେବେଳେ ହିନ୍ଦୀ ଡଭିଂ କମ୍ପଲିଟ ହୋଇଯିବ ସେ ସମୟରେ ଏହାର ଟ୍ରେଲର କିଭଳି ପ୍ରଭାବ ପକାଉଛି ହିନ୍ଦୀ ଭାଷା ଭାଷୀ ଲୋକଙ୍କ ଉପରେ ଓ ନିର୍ଦ୍ଦେଶକ ଉପରେ ତାହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

film Daman

କିନ୍ତୁ ଏହା ପୂର୍ବରୁ ମଧ୍ୟ ବାବୁସାନଙ୍କ ଫିଲ୍ମକୁ ନେଇ ଯେତିକି ଆଲୋଚନା କରାଯାଉଛି ଏବଂ ଯେଉଁଭଳି ଭାବରେ ଫିଲ୍ମ ନିର୍ଦ୍ଦେଶକ ତଥା ସମୀକ୍ଷକ ମାନେ ଏହାକୁ ଏକ ଉଚ୍ଚ କୋଟୀର ସିନେମା ବୋଲି ଅବିହିତ କରୁଛନ୍ତି ଏହା ବାବୁସାନଙ୍କ ପାଇଁ ନିଶ୍ଚିତ ଗୋଟିଏ କ୍ରେଡିଟ୍ । କାରଣ ଏହା ହିଁ ବାବୁସାନଙ୍କ ପ୍ରଶଂସା ବଢାଉଛି । ବାବୁସାନଙ୍କ ଷ୍ଟାଇଲ ଏବଂ ବାବୁସାନଙ୍କ ଡାଇଲକ ଡେଲିଭରି ବାବୁସାନଙ୍କ ଗୋଟିଏ ଚରିତ୍ରକୁ ସେ ଯେଉଁଭଳି ଭାବରେ ସେ ଯେଉଁଭଳି ଭାବରେ ବଞ୍ଚିଚନ୍ତି ତାହା ନିଶ୍ଚିତ ଭାବରେ ବାବୁସାନଙ୍କୁ ଅନେକ ଭିନ୍ନ ଚରିତ୍ର ନିର୍ବାହ କରିବା ପାଇଁ ବି ପ୍ରେରଣା ଦେବ ।

ଯେଉଁ କଥା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି କୁହନ୍ତି ସିନ୍ଧାନ୍ତ ମହାପାତ୍ର ପରେ ବାବୁସାନ ହେଉଛନ୍ତି ଏଭଳି ଏକ ଅଭିନେତା ଯିଏକି ଓଡିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ଆଗକୁ ଆଗକୁ ନେଇକି ଯିବେ । ବଲିଉଡ ହେଉଛି ଏଭଳି ଏକ ଇଣ୍ଡଷ୍ଟ୍ରି ଯେଉଁ ଇଣ୍ଡଷ୍ଟ୍ରିରେ ଭଲ କାମକୁ ବି ସମ୍ମାନ ମିଳେ । ଆଉ ବାବୁସାନ ନିଶ୍ଚିତ ଭାବରେ ନିଜର ଏଭଳି ଏକ ଛାପ ତିଆରି କରିଛନ୍ତି ଯାହା ନିଶ୍ଚିତ ଅନେକଙ୍କୁ ପ୍ରଭାବିତ କରିଛନ୍ତି ।

ଏଭଳି ଅନେକ ସାରା ଓଡିଆ ଆକ୍ଟରସ୍ ମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ହିନ୍ଦୀ ସିନେମାରେ ସୁଯୋଗ ପାଇଛନ୍ତି । ତେବେ ବାବୁସାନଙ୍କର ସିଧା ଓଲିଉଡରୁ ବଲିଉଡକୁ ବି ଏଣ୍ଟ୍ରି ହୋଇଯିବ ଏହି ଦମନ ଫିଲ୍ମ ମାଧ୍ୟମରେ । ଏବଂ ଯାହାଦ୍ୱାରା ନିଶ୍ଚିତ ଭାବରେ ତାଙ୍କୁ ଗୋଟିଏ ସୁଯୋଗ ମିଳିବ ଜାତୀୟ ସ୍ତରରେ ନିଜ ଅଭିନୟର ପାରଦର୍ଶିତାକୁ ସମସ୍ତ ସାମ୍ନାରେ ରଖିବା ପାଇଁ ।

ତେବେ ଏବେ କେବଳ ଅପେକ୍ଷା ବାବୁସାନଙ୍କ ର ହିନ୍ଦୀ ଡାଇଲକ ଡେଲିଭରିକୁ ଆଉ ତା ସହିତ ଦମନର ହିନ୍ଦୀ ଡଭିଂକୁ । ଯେଉଁଥିରେ ନିଜ ଚରିତ୍ର ପାଇଁ ନିଜେ ହିଁ ଭଏସ ଦଉଛନ୍ତି ବାବୁସାନ । ଆଶା କରୁଛୁ ବାବୁସାନ ଯେଉଁଭଳି ଓଲିଉଡ ରେ ଚମକିଛନ୍ତି ସେହିଭଳି ବଲିଉଡରେ ବି ଚମକନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *