ପାନ୍ କାର୍ଡ ଧାରୀଙ୍କ ପାଇଁ ବଡ ଖବର, ଏପରି ଭୁଲ୍ କଲେ ହୋଇପାରେ ୧୦ ହଜାର ପର୍ଯ୍ୟନ୍ତ ଫାଇନ

pan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ପାନ୍ କାର୍ଡ ଧାରୀଙ୍କ ପାଇଁ ବଡ ଖବର , ପାନ୍ କାର୍ଡ ଧାରୀଙ୍କ ସାମାନ୍ୟ ଭୁଲ ପାଇଁ ସେମାନଙ୍କୁ 10 ହଜାର ପର୍ଯ୍ୟନ୍ତ ଜୋରିମାନା ଗଣିବାକୁ ପଡିବ । ବ୍ୟାଙ୍କ ଏବଂ ଆୟକର ରିଟର୍ନ ପାଇଁ ପାନ୍ କାର୍ଡ ଏକ ଗୁରୁତ୍ୱ ପୁର୍ଣ୍ଣ ଡୋକମେଣ୍ଟ । ଏହା ସାହାର୍ଯ୍ୟ ରେ ଅନେକ ଅର୍ଥନୀତିକ କାର୍ଯ୍ୟ କଳାପ କରିବା ସହଜ ହେଉଛି ।

ଆୟକର ବିଭାଗ ର ସ୍ଥାୟୀ ଆକାଉଣ୍ଟ ନମ୍ବର ବା ପାନ୍ କାର୍ଡ ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇଁ ବାଧ୍ୟତାମୂଳକ ଅଟେ ଯଦି ଓ ଅନେକ ଲୋକ ପାନ୍ କାର୍ଡ ର ଗୁରୁତ୍ୱ ଜାଣନ୍ତି ନାହିଁ ତେବେ ପାନ୍ କାର୍ଡ ବିଷୟ ରେ କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା ରହିଛି ଯାହାକି ଆପଣ ମାନେ ଜାଣିବା ନିହାତି ଜରୁରି । ପାନ୍ କାର୍ଡ କେବଳ ଭାରତରେ ହିଁ କାର୍ଯ୍ୟ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ମାତ୍ର ଗୋଟିଏ ହିଁ କାର୍ଡ କରି ପାରିବେ , ଏହାର ନକଲ ଏକ ରୁ ଅଧିକ ରଖା ଯାଇ ପାରିବ ନାହିଁ ।

PAN card

ତେବେ ଯଦି କୌଣସି ବ୍ୟକ୍ତି ଏକ ରୁ ଅଧିକ ପାନ୍ କାର୍ଡ ରଖୁଛନ୍ତି ତେବେ ତାଙ୍କୁ ମୋଟା ଅଙ୍କ ର ଜୋରିମାନା ଦେବାକୁ ପଡିବ । ଏକ ପାନ୍ କାର୍ଡ ରେ ଜଣେ ବ୍ୟକ୍ତି ଙ୍କ ର ନାମ ଏବଂ ଜନ୍ମ ତାରିଖ ମଧ୍ୟ ନିର୍ଭୁଲ ରହିବା ଜରୁରି । ଆୟକର ବିଭାଗ ଚେତାବନି ଦେଇ କହିଛି ଯେ ଯଦି ଆପଣ ଙ୍କର ମଧ୍ୟ ଦୁଇଟି ପାନ୍ କାର୍ଡ ରହିଛି ତେବେ ତୁରନ୍ତ ଦିତ୍ୱୀୟ ପାନ୍ କାର୍ଡ କୁ ବିଭାଗ ରେ ହସ୍ତାନ୍ତର କରନ୍ତୁ ।

ଯଦି ଆପଣ ଦିତ୍ୱୀୟ ପାନ୍ କାର୍ଡ କୁ ବିଭାଗରେ ହସ୍ତାନ୍ତର କରାନ୍ତି ତେବେ କୌଣସି ପ୍ରକାର ର ଜୋରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଏହାକୁ ଲୁଚାଇବା ଦ୍ୱାରା ବିଭାଗ ର ନଜର ପଡିଲେ ଆପଣ ଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିପାରେ । ତେବେ ଏଭଳି ପରିସ୍ଥିତି ରେ ଆପଣ ଙ୍କୁ 10 ହଜାର ଟଙ୍କା ର ଜୋରିମାନା ସହ ଜେଲ ଦଣ୍ଟ ହେବାର ସମ୍ଭାବନା ରହିଛି ।

ତେବେ ଦ୍ୱିତୀୟ ପାନ୍ କାର୍ଡ କୁ ହସ୍ତାନ୍ତର କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଆୟକର ବିଭାଗ ର ୱେବସାଇଟ କୁ ଯାଇ ରିକ୍ୱେଷ୍ଟ ଫର୍ମ ୟୁ ପାନ୍ କାର୍ଡ ଚେଞ କିମ୍ବା କରେକ୍ସନ ପାନ୍ ଡାଟା ଲିଙ୍କ ଉପରେ କିଲ୍କ କରନ୍ତୁ ଆଉ ଏହା ପରେ ଫର୍ମ ଡାଉନଲୋଡ କରି ଯେକୌଣସି ଏନଏସଡିଏଲ କାର୍ଯ୍ୟାଳୟ ରେ ଜମା କରନ୍ତୁ । ତେବେ ଆପଣ ମାନେ ଯଦି ଏପରି ନ କରନ୍ତି କେଉଁ ମୁହୁର୍ତ୍ୱ ରେ ଆପଣ ଙ୍କ ଉପରେ ଜୋରିମାନା ହୋଇପାରେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *