ଘରେ ପ୍ରବଳ ମଶା ହେଉଛନ୍ତି କି ? କରନ୍ତୁ ଏହି ଘରୋଇ ଉପାୟ, ମଶା ଆପଣଙ୍କ ଘର ବାଟ ଭୁଲିଯିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ଋତୁ ରେ ଘରେ ମଶା ମାନଙ୍କୁ ସାଧାରଣତଃ ଦେଖିବା ପାଇଁ ମିଳେ । ଜାହା ଫଳ ରେ ଏହି ମଶା ମାନଙ୍କ ଦାଉ ରୁ ରକ୍ଷା ପାଇବା ନିମନ୍ତେ ଆମେ ମାନେ ଘର ମାନଙ୍କରେ ବିଭିନ୍ନ ପ୍ରକାରର କୟେଲ ଆଦି ବ୍ୟବହାର କରନ୍ତି । ଏହି ସବୁରୁ ବାହାରୁ ଥିବା କେମିକାଲ ଯୁକ୍ତ ଗ୍ୟାସ ମଶା ମାନଙ୍କ ପାଇଁ ହାନୀକାରକ ସହିତ ମନୁଶ୍ୟ ମାନଙ୍କ ପାଇଁ ବି କ୍ଷେତି କାରକ ହୋଇଥାଏ ।

ଏହି ଗ୍ୟାସ ଆମର ଶ୍ୱାସ ଜନିତ ରୋଗୀ ଙ୍କ ପାଇଁ ଅଧିକ ପରିମାଣ ରେ କ୍ଷେତି କାରକ ହୋଇଥାଏ । ଏହା ସହିତ ଛୋଟ ରୁ ବଡ ଏବଂ ବୟସ୍କ ବ୍ୟକ୍ତି ତଥା ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ଗ୍ୟାସ ବହୁତ କୁ ପ୍ରଭାବ ପକେଇ ଥାଏ । ହେଲେ ଏହିଥିରୁ ଦୂରେଇ ରହିବା ପାଇଁ ଆମେ ମାନେ କିଛି ଘୋରଇ ଉପଚାର ଆମେ ମାନେ କରି ପାରିବା । ତେବେ ଆସନ୍ତୁ ସେମିତି ଏକ ଘୋରଇ ଉପଚାର ବିଷୟ ରେ ଜାଣିନେବା ।

Mosquito

ତେବେ ଏହା ପାଇଁ ଆପଣ ମାନଙ୍କୁ ଝୁଣା ଏବଂ ପିଆଜ ଆବଶ୍ୟକ ପଡିବ । ଆପଣଙ୍କୁ ଆଗ ଝୁଣା ର ତେଲ ପ୍ରସ୍ତୁତ କରିବାକୁ ହେବ । ଆପଣ ଏକ ଗ୍ୟାସ ରେ ପାତ୍ର ବସେଇ ଅଧ କପ୍ ସୋରିଷ ତେଲ ଢାଳନ୍ତୁ । ତାପରେ ସେହି ସୋରିଷ ତେଲରେ ଛୋଟ ଛୋଟ 5 ରୁ 6 ଖଣ୍ଡ ଝୁଣାକୁ ପକାନ୍ତୁ । ତେଲକୁ ଅଳ୍ପ ଗରମ କରନ୍ତୁ । ଝୁଣା ତେଲ ପ୍ରସ୍ତୁତ ହୋଇଯିବ । ଏହି ପ୍ରସ୍ତୁତ କରିଥିବା ଝୁଣା ତେଲ ମଶା ମାନଙ୍କୁ ଘରେ ପ୍ରବେଶ କରିବା ପାଇଁ ଦିଏ ନାହିଁ ।

ତାପରେ ଆପଣଙ୍କୁ ଏକ ପିଆଜର ଆବଶ୍ୟକତା ପଡିବ । ପିଆଜରୁ ବାହାରୁ ଥିବା ଗନ୍ଧ ମଶା ମାନଙ୍କୁ ମୋଟେ ବି ପସନ୍ଦ ଆସେ ନାହିଁ । ତେବେ ଆପଣ କଣ କରିବେ । ଆପଣ ଗୋଟିଏ ଛୁଞ୍ଚି ଗୋଟିଏ ସୂତାକୁ ନେଇ ଆସନ୍ତୁ । ଛୁଞ୍ଚିରେ ସୂତା ପୁରାଇ ଗୋଟିଏ ପିଆଜରେ ତାକୁ ଫୁଟାଇ ରଖିବେ । ତାପରେ ସେହି ପିଆଜରେ ପ୍ରସ୍ତୁତ କରିଥିବା ଝୁଣା ତେଲକୁ ଲଗାଇ ତାହାକୁ ଘରର ମଶା ହେଉଥିବା ଜାଗାରେ ସୂତା ମାଧ୍ୟମରେ ପିଆଜକୁ ଟାଙ୍ଗିଦେବେ ।

Onion

ଝୁଣା ଏବଂ ପିଆଜ ର ମିଶ୍ରିତ ଗନ୍ଧ ରେ ଘରେ ରହିଥିବା ମଶା ସହି ନପାରି ବିଚଳିତ ହୋଇ ଘରୁ ପଳେଇଯିବେ । ଏବଂ ଏହା ସହିତ ଘରକୁ ବାହାରର ମଶା ଆସିବା ପାଇଁ ମୋଟେ ବି ପସନ୍ଦ କରିବେ ନାହିଁ । ଏହା ପରେ ଘର ମଶା ମୁକ୍ତ ହୋଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *