ରାତିରେ ଏଟିଏମ ଲୁଟ କରିବା ଉଦ୍ୟମ ହୋଇଛି ପଣ୍ଡ, କାନ୍ଥରେ ଧୁମ ୪ ଲେଖି ପୋଲିସକୁ ଚ୍ୟଲେଞ୍ଜ କରିଛନ୍ତି ଦୁର୍ବୁତ୍ତ

atm

ବନ୍ଧୁଗଣ ଆପଣ ମାନେ ତ ବଲିଉଡ ର ସୁପରହିଟ ଫିଲ୍ମ ଧୁମ 4 ଦେଖାଥିବେ , ଯେଉଁଥିରେ ଅମୀର ଖାନ ବିଭିନ୍ନ ସ୍ଥାନ ମାନଙ୍କରେ ଚୋରି କରି ପୋଲିସ କୁ ଚ୍ୟାଲେଞ କରିଥାନ୍ତି ଏବଂ ପୋଲିସ ଅମୀର ଖାନ କୁ ଧରିବା ପାଇଁ ବହୁତ ଚେଷ୍ଟା କରିଥାଏ ହେଲେ ଶେଷରେ ପୋଲିସ ଅସଫଳ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟ ରେ ଜଣଆଇବୁ ସେଥିରେ ମଧ୍ୟ କିଛି ଏହି ବଲିଉଡ ର ଧୁମ 4 ଫିଲ୍ମ ଭଳି କାହାଣୀ ରହିଛି । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ଘଟଣା ର ସୂଚନା ପାଇବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଗୋଡିଗାଁ ଥାନା ଅନ୍ତର୍ଗତ ତାରା ଗାଁ ପଞ୍ଚାୟତ ର ସଦର ମହକୁମା ଠାରେ , ତେବେ ଏହି ଠାରେ ଅର୍ଥାତ୍ ତାରା ଗାଁ ରେ ମାର୍କେଟ ଉପରେ ବାକରାଙ୍ଗି ର ଏକ ଏଟିଏମ ମେସିନ ବସିଥିଲା ଏବଂ ଏହାର ମାଲିକ ରହିଥିଲେ ଶ୍ରୀମତୀ ଗାୟତ୍ରୀ ପ୍ରଧାନ , ତେବେ ଗତକାଲି କିଛି ଦୁର୍ବୁତ ମାନେ ଶ୍ରୀମତୀ ଗାୟତ୍ରୀ ପ୍ରଧାନ ଙ୍କର ବାକରାଙ୍ଗୀ ଏଟିଏମ କୁ ଲୁଟିବା ପାଇଁ ଉଦ୍ୟମ କରିଥିଲେ ଏବଂ ସେଠାରେ ସେମାନେ ଚୋରି କରିବା ପାଇଁ ସେହି ଏଟିଏମ ଘର ର ସଟର କୁ ଭାଙ୍ଗି ଘର ଭିତରକୁ ପଶି ସେଥିରେ ରହିଥିବା ଲାପଟପ , ସିସି କ୍ୟାମେରା , ହାଡ ଡ୍ରାଇଭ ଆଦି ଚୋରି କରିଛନ୍ତି ,

atm

କିନ୍ତୁ ଚୋର ମାନେ ଏଟିଏମ ରୁ ଟଙ୍କା କାଢିବା ପାଇଁ ଅସମର୍ଥ ହୋଇଛନ୍ତି । ତେବେ ଏହାକୁ ସକାଳୁ ସ୍ଥାନୀୟ ଲୋକ ମାନେ ଦେଖିବା ପରେ ସେମାନେ ଶ୍ରୀମତୀ ଗାୟତ୍ରୀ ପ୍ରଧାନ ଙ୍କୁ ଜଣାଇଥିଲେ । ତେବେ ଏଟିଏମ ଚେରି ହେବାର ଖବର ପାଇବା ପରେ ଶ୍ରୀମତୀ ଗାୟତ୍ରୀ ପ୍ରଧାନ ଯାଇ ଗୋଡିଗାଁ ଥାନା ରେ ଅଭିଯୋଗ କରିଛନ୍ତି ଏବଂ ଅଭିଯୋଗ ପାଇବା ପରେ ଗୋଡିଗାଁ ଥାନା ର ପୋଲିସ ଘଟଣା ସ୍ଥଳକୁ ଯାଇ ସେଠାରେ ସେ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଚୋର ମାନେ ଚୋରି କରିସାରିବା ପରେ ସେଠାରେ ଏକ କାନ୍ଥରେ ଧୁମ 4 ଲେଖି ସେଠାରେ ପୋଲିସ କୁ ଚ୍ୟାଲେଞ କରି ଯାଇଛନ୍ତି । ତେବେ ଏହାକୁ ଗୋଡିଗାଁ ଥାନା ର ପୋଲିସ ଦେଖିବା ପରେ ଏହାକୁ ଏକ ଚ୍ୟାଲେଞ ଭାବରେ ନେଇ ପୋଲିସ ମଧ୍ୟ ଚୋର ମାନଙ୍କୁ ଧରିବା ପାଇଁ ଲାଗିପଡିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *