କୋଣାର୍କ ପରେ ଏହି ସ୍ଥାନରେ ଆଉ ଏକ ସୂର୍ଯ୍ୟ ମନ୍ଦିର ଦେଢ ଲକ୍ଷ ବର୍ଷ ତଳେ ଭଗବାନ ବିଶ୍ୱକର୍ମା କରିଥିଲେ ନିର୍ମାଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋଣାର୍କ ସୂର୍ଯ୍ୟ ମନ୍ଦିର ପରି ଆଉ ଏକ ସୂର୍ଯ୍ୟ ମନ୍ଦିର । ଦେଢ ଲକ୍ଷ ବର୍ଷ ତଳେ ମାତ୍ର ଗୋଟିଏ ରାତିରେ ନିର୍ମାଣ ହୋଇଥିଲା ଏହି ମନ୍ଦିର । ମହାଭାରତ ସମୟରେ ସୂର୍ଯ୍ୟ ଦେବଙ୍କୁ ବିଶେଷ ପୂଜା କରାଯାଉଥିଲା । ତେବେ ଏହି ସୂର୍ଯ୍ୟ ମନ୍ଦିରରେ ପୂଜା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ର ଭିଡ । ବିହାରରେ ଏହି ସୂର୍ଯ୍ୟ ମନ୍ଦିର ଦେଢ ଲକ୍ଷ ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି ।

ଦେଶରେ ସୂର୍ଯ୍ୟ ଦେବଙ୍କର ଅନେକ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ରହିଥିବା ବେଳେ ଓଡ଼ିଶାର କୋଣାର୍କ ମନ୍ଦିର ଏମାନଙ୍କ ମଧ୍ୟରେ ପ୍ରଥମ ହୋଇଥାଏ । କିନ୍ତୁ ବିହାରର ଏହି ସୂର୍ଯ୍ୟ ମନ୍ଦିରରେ ଭରି ରହିଛି ବିଶ୍ୱାସ । ଛଟ ମହାପୁର ପରେ ମନ୍ଦିରରେ ତଥା ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ଜମିଥାଏ । ଔରାଙ୍ଗବାଦ ଜିଲ୍ଲାର ଅବସ୍ଥିତ ଏହି ମନ୍ଦିରକୁ ବିଶ୍ୱକର୍ମା ନିଜେ ଗୋଟିଏ ରାତିରେ ନିର୍ମାଣ କରିଥିଲେ ।

Temple

ଯାହାର ଦ୍ୱାର ପଶ୍ଚିମ ଦିଗରେ ରହିଛି । ଭଗବାନ ସୂର୍ଯ୍ୟ ଏଠି ସାତଟି ଘୋଡା ସହ ବସିଥିବାର ଦେଖିବାକୁ ମିଳିଥାଏ । ଏହି ମନ୍ଦିର ରେ ସୂର୍ଯ୍ୟଙ୍କର ତିନୋଟି ରୂପ ରହିଛି । ଯଥା ଉଦୟାଚ, ମଧ୍ୟାଚ ଏବଂ ଅସ୍ତାଚ । ତିନୋଟି ପ୍ରତି ମୃତିକୁ ସ୍ଥାପନ କରାଯାଇଛି । ଏହି ପ୍ରାଚୀନ ମନ୍ଦିରର ଉଚତା ୧୦୦ ଫୁଟ୍ । ଏହା ଦେଢ ଲକ୍ଷ ବର୍ଷ ତଳେ ସ୍ଥାପିତ ହୋଇଛି ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ଏହି ମନ୍ଦିରର ଆଉ ଏକ ବିଶେଷତଃ ହେଉଛି ଏହାର ନିର୍ମାଣରେ କୌଣସି ମାଟିର ବ୍ୟବହାର କରାଯାଏ ନାହିଁ । ଗୋଟିଏ ରାତି ମଧ୍ୟରେ ଏହି ମନ୍ଦିର କିପରି ନର୍ମାଣ ହୋଇପାରିଲା ଏହା ଏକ ରହସ୍ୟ ହୋଇ ରହିଯାଇଛି । ଔରାଙ୍ଗବାଦରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ପୁରୁଣା ସୂର୍ଯ୍ୟ ମନ୍ଦିର ।

ତେବେ ମନ୍ଦିର ବାହାରେ ଏକ ଶିଳା ଲେଖାରେ ବ୍ରାହ୍ମି ସ୍କ୍ରିପ୍ଟ ରେ ଶୁଲ୍କ ଲେଖା ହୋଇ ରହିଛି । ଏହାକୁ ଦେଖିଲେ ମନ୍ତ ପ୍ରାୟ ୧ ଲକ୍ଷ ୫୦ ହଜାର ୧୯ ବର୍ଷ ବୋଲି ଜଣା ଯାଉଛି । ତେବେ ଏହି ମନ୍ଦିର କୁ ସ୍ୱୟଂ ଭଗବାନ ବିଶ୍ୱକର୍ମା ପ୍ରସ୍ତୁତ କରିଛନ୍ତି ବୋଲି ଜଣାଯାଏ । ତେବେ ଏହା ଥିଲା ବିହାରର ସୂର୍ଯ୍ୟ ମନ୍ଦିର ଯେଉଁ ଅନେକ ଧର୍ମ, ବିଶ୍ୱାସ ଲୁଚି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *