ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ । ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

batya

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆଗକୁ ମାଡି ଆସୁଛି ବାତ୍ୟା । ଓଡିଶା କୁ ଘନାଇ ଆସୁଛି ବାତ୍ୟା ବିପଦ , ହଁ ଆସୁଛି ବାତ୍ୟା ଶିତ ରଙ୍ଗ ଏହି ବାତ୍ୟା ର ନାମ ଦେଇଛି ଥାଇଲାଣ୍ଡ ଆଉ ବାତ୍ୟା କୁ ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣି ପାଗ ବିଜ୍ଞାନ କେନ୍ଦ୍ର ।

ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରେ ସକ୍ରିୟ ରହିଛି ଘୂର୍ଣ୍ଣି ବଳୟ ଏବଂ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ନେବ ଲଘୁଚାପ ର ରୂପ ଏବଂ ସମ୍ଭାବ୍ୟ ର ବାତ୍ୟା କୁ ଷ୍ଟି ରେ ରଖି ଆଜି ଉଚ୍ଚ ସ୍ତରିୟ ବୈଠକ ବସିବ । ଅପରାହ୍ନ ରେ ଏହି ବୈଠକ ବସିବ , ଏସଆରସି ଙ୍କ ଦାଇତ୍ୱ ରେ ରହିଥିବା ଦେବବ୍ରତ ସାହୁ ଙ୍କ ଅଧିକ୍ଷତା ରେ ଏହି ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଟ ଅଧିକାରୀ ଙ୍କ ସହ ଆଲୋଚନା ମଧ୍ୟ କରାଯିବ ।

storm

ତେବେ ବାତ୍ୟା ପାଇଁ କର୍ମ ଚାରୀ ମାନଙ୍କୁ ହେଡ କ୍ୱାଟାର ଛାଡିବା ପାଇଁ ମନା କରାଯାଇଛି ଏବେ ଠାରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସରକାର । ତେବେ 23 ରୁ 25 ପର୍ଯ୍ୟନ୍ତ କର୍ମଚାରୀ ଙ୍କୁ ହେଡ କ୍ୱାଟାର ଛାଡିବାକୁ ମନା କରାଯାଇଛି ଏହା ସହ ଅନ୍ୟ ପଟେ ଦକ୍ଷିଣ ପୂର୍ବ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ଏହା କେନ୍ଦ୍ରୀଭୂତ ହେବ ।

ପରବର୍ତ୍ତୀ ସମୟ ରେ ଉତ୍ତର – ପଶ୍ଚିମ ଦିଗରେ ଏହା ଗତି କରିବ । 22 ତାରିଖ ରେ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ନେବ ଅନୁପାତ ର ରୂପ । 23 କିମ୍ବା 24 ତାରିଖ ବେଳକୁ ଏହା ବାତ୍ୟା ର ରୂପ ନେବ ଆଉ ଏହାର ପ୍ରଭାବ ରେ ଆସନ୍ତା 22 ତାରିଖ ସକାଳୁ ଓଡିଶା ରେ ଆରମ୍ଭ ହୋଇଯିବ ବର୍ଷା ।

rain

ଘଣ୍ଟା ପ୍ରତି 45 ରୁ 65 କିଲୋମିଟର ବେଗ ରେ ପବନ ବହିବ ଆଉ ସମୁଦ୍ର ରେ ଆସିବ ଉଚ୍ଚ ଜୁଆର ଫଳରେ ମତ୍ସ ଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କୁହାଯାଇଛି । 23 ତାରିଖ ଦିନ ସକାଳୁ ବଢିବ ବର୍ଷା ର ପରିମାଣ ଏବଂ ଉପକୂଳ ଓଡିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *