2009 ରୁ ମୁଁ ଯାତ୍ରାବାଲା କୁ ଭଲ ପାଏ ତା ସହିତ ଚାଲି ଆସିଲି,ଆଉ ସେଦିନଠାରୁ ମୋ ସହିତ ସବୁଦିନ…

Yatrabala

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଠକ ଅର୍ଚ୍ଚନା ର ନୂଆ ନୂଆ କଥା ଏବେ ସାମ୍ନାକୁ ଆସୁଛି । ଆଉ ଏବେ କଥା ଉଠୁଛି ଯାତ୍ରା ହିରୋଇନ ହେବା ପାଇଁ କୁଆଡେ ଘର ଛାଡିଥିଲେ ଅର୍ଚ୍ଚନା । ହଁ ବନ୍ଧୁଗଣ 2008 ମସିହା ରେ ଯେତେ ବେଳେ ଷଷ୍ଟ ଶ୍ରେଣୀ ରେ ପାଠ ପଢୁଥିଲା ଅର୍ଚ୍ଚନା ସେହି ସମୟ ରେ ସେ ଲାଞୀଗଡ ସ୍କୁଲ ଛାଡିଥିଲା କାରଣ ସେ ଅଭିଯୋଗ ଆଣିଥିଲା ଆଉ 2008 ମସିହା ରେ ହିଁ କେଶିଙ୍ଗା ସରକାରୀ ବିଦ୍ୟାଳୟ ରେ ନାମ ଲଖେଇଥିଲା ।

ଏବଂ ପରେ 2009 ମସିହା ରେ ଶରଶ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ନବମ ଶ୍ରେଣୀରେ ନାମ ଲେଖେଇଥିବା ଅର୍ଚ୍ଚନା । 2012 ମସିହା ରେ ମେଟ୍ରିକ ପଢୁଥିବା ସମୟ ରେ କେଶିଙ୍ଗା ସହରରେ ଗୋଟିଏ ଯାତ୍ରା ପାଟି ପଡିଥିଲା ଆଉ ସେହି ଯାତ୍ରା ପାଟିର ଜଣେ ସହ କଳାକାରଙ୍କ ସହ ଠକ ଅର୍ଚ୍ଚନା କୁଆଡେ ଘର ଛାଡ଼ି ପଳେଇଥିଲା। ଆଉ ଏନେଇ କେସିଙ୍ଗା ଥାନାରେ ଗୋଟିଏ ମାମଲା ରୁଜୁ ହେଇଥିଲା ଆଉ କେଶିଙ୍ଗା ପୋଲିସ ମଧ୍ୟ ଠକ୍ ଅର୍ଚ୍ଚନାକୁ ଖୋଜି ଖୋଜି ଭୁବନେଶ୍ୱରରେ ପହଞ୍ଚିଥିଲା।

Jagbandhu Archana

ଯେଉଁ ଯାତ୍ରା ପାଟିର ପିଲା ସହ ଅର୍ଚ୍ଚନା ଫେରାର ହେଇଯାଇଥିଲା । ସେହି ଯାତ୍ରା ପାଟି କୁଆଡେ ଭୁବନେଶ୍ୱରରେ ଯାତ୍ରା କରୁଥିଲା ଆଉ ସେଠାରେ ଅର୍ଚ୍ଚନାକୁ ଠାବ କରିଥିଲା କେସିଙ୍ଗା ପୋଲିସ । ଆଉ ଏହା ପରେ ପରେ ମାଟ୍ରିକ ପରୀକ୍ଷା ଦେଇଥିଲା ଅର୍ଚ୍ଚନା ଆଉ ପୁଣି ଥରେ ପାଉଁଶ ତଳର ନିଆଁ କୁହୁଳିଲା ପରି ତାର ପୁରୁଣା ପ୍ରେମ କୁହୁଳି ଉଠିଲା ଆଉ ତାପରେ ପୁଣି ସେ ସେହି ଯାତ୍ରା ପାଟିର ପିଲା ସହିତ ପଳେଇ ଯାଇଥିଲେ ।

ଏବଂ ପରେ ଯାତ୍ରାରେ ହିରୋଇନ ହେଇଥିବା ଅର୍ଚ୍ଚନା ଚାହିଁଥିଲା ସିନେମାରେ ହିରୋଇନ ବି ହେବା ପାଇଁ । ଆଉ ହିରୋଇନ ହେବାର ନିସା ଅର୍ଚ୍ଚନାକୁ ମାଟ୍ରିକ ପଢିବା ସମୟରେ ଆରମ୍ଭ ହୋଇଥିଲା । ଆଉ ଅଭିଯୋଗ ହେବା ପାରେ ପରିବାର ଲୋକ କେସିଙ୍ଗା ଛାଡ଼ି ଚାଲି ଆସିଥିଲେ ।

ଆଉ ଏବେ ଯେତେବେଳେ ଅର୍ଚ୍ଚନା ଗିରୋଫ ହୋଇ ଜେଲ୍ ରେ ଅଛନ୍ତି ତେବେ ତାଙ୍କ ସ୍ୱାମୀ ଜଗବନ୍ଧୁ କାଲି ଗିରଫ ହୋଇଛି । ତେବେ ଏହାକୁ ନେଇ ପୋଲିସ ଆଗାମୀ ସମୟ ରେ କେଉଁ ପ୍ରକାରର ତଦନ୍ତ କରୁଛି ସେହି ବିଷୟ ରେ ଜାଣିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *