ମାଡ଼ି ଆସୁଛି ପ୍ରବଳ ଶୀତ , ଏହି ଦିନଠୁ ବର୍ଷା ହେବ |

rain 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଠାରୁ କିଛି ସ୍ଥାନରେ ହେବ ହାଲ୍କା ବର୍ଷା ରାଜ୍ୟରେ 4 ତାରିଖ ରୁ ବଢିବ ଶୀତ ଏହି ନେଇ ପାଣିପାଗ ବିଶେଷଜ୍ଞ୍ୟ ପକ୍ଷରୁ ଜାରି ହୋଇଛି ଆଉ କିଛି ନୂଆ ରିପୋର୍ଟ ତେବେ ଆସନ୍ତୁ ନଜର ପକେଇବା ଏହି ନେଇ କଣ ରହିଛି ଖବର । ଆସନ୍ତା 4 ତାରିଖ ପର ଠାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ଆଭ୍ୟନ୍ତରଣ ଓଡିଶାରେ ପାରଦ ତଳକୁ ଖସିବା ଯୋଗୁଁ ଶାତ ଅନୁଭୂତ ହେବ ।

6 ତାରିଖ ରୁ ଉପକୂଳ ରେ ଶୀତ କମିବ । ହେଲେ ବାୟୁ ମଣ୍ଡଳରେ ଜଳିୟ ବାଷ୍ପର ମାତ୍ରା ବଢିବା ଯୋଗୁଁ ଆସନ୍ତା 3 ଦିନ ଶୀତ ଅପେକ୍ଷା କୃତ କମ୍ ରହିବ । ପରେ ଶୀତ କ୍ରମଶ- ବଢିବ ବୋଲି ସ୍ୱାୟା ଜଳବାୟୁ ପରିବେଶ କେନ୍ଦ୍ର ପାଣିପାଗ ବିଶେଷଜ୍ଞ୍ୟ ସୋରଜ ସାହୁ କହିଛନ୍ତି ।

ସେପଟେ କୋରାପୁଟ ରେ ପାରଦ 12 ଡୀଗ୍ରୀ ତଳକୁ ଖସି ଆସିଛି ସେଠାରେ ରାତ୍ରୀ ସମୟ ରେ ତାପମାତ୍ରା 11.5 ଡୀଗ୍ରି ରହିଥିଲା । ତେବେ ଦାରିଙ୍ଗ ବାଡିରେ 12 ଡୀଗ୍ରି ଫୁଲବାଣୀରେ 13.5 ଡୀଗ୍ରି ସୋନପୁର ରେ 14 ଡୀଗ୍ରି , ଝାଡସୁଗୁଡାରେ 14.5 ଡୀଗ୍ରି ରହିଛି ।

rains

ତେବେ ବନ୍ଧୁଗଣ ଆଜିଠାରୁ ହାଲ୍କା ବର୍ଷାର ସମ୍ଭାବନା ରହିଥିବା ବେଳେ 2 ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଦକ୍ଷିଣ ଓଡିଶାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଏମିତି ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟନ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ମାଲକାନା ଗିରି ଏବଂ କୋରାପୁଟ ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ମଧ୍ୟମ ରୁ ସ୍ୱଳ୍ପ ଧରଣ ର ବର୍ଷା ହୋଇପାରେ । ସେହି ପରି 1 ତାରିଖ ରେ ମାଲକାନା ଗିରି , କୋରାପୁଟ , ରାୟଗଡା , ଗଞାମ୍ , ଗଜପତି , କନ୍ଧମାଳ , କଳାହାଣ୍ଡି , ଏବଂ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

rains

ତେବେ 2 ତାରିଖ ରେ କୋରାପୁଟ , ମାଲକାନା ଗିରି , କନ୍ଧମାଳ ଜିଲ୍ଲାରେ କିଛି ପରିମାଣ ରେ ବର୍ଷା ହେବାର ସମ୍ଭବନା ରହିଛି । ତେବେ ବନ୍ଧୁଗଣ ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟରୁ ଆପଣ ମାନଙ୍କ ଜିଲ୍ଲା କେଉଁଟି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *