୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି…

yellow warning

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ମେଘ ପାଗ ଲାଗି ରହିବ , ଏମିତି କି ଦୁର୍ଗା ପୂଜା ସମୟ ରେ ମଧ୍ୟ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ବର୍ଷା ଅନୁପାତ ହେବ । ତେବେ ଏଭଳି ପାଗ ଆସନ୍ତା ଅକ୍ଟୋବର 9 ତାରିଖ ଅର୍ଥାତ କୁମାର ପୁର୍ଣ୍ଣିମା ଯାଏଁ ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ପାଣି ପାଗ ବିଭାଗ ର କହିବା ଅନୁଯାଇ ଏ ବର୍ଷ ଦଶହରା ରେ ପ୍ରବଳ ବର୍ଷା ହୋଇପାରେ ତେବେ ବଙ୍ଗୋପ ସାଗର ରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବିପୁଳ ବର୍ଷା ସହ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏହା ଲଘୁଚାପ ର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ,

rains

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ସଲଗ୍ନ ଆନ୍ଧ୍ର ପ୍ରଦେଶ ର ଉପକୂଳ ଅଞ୍ଚଳ ରେ ରହିଥିବା ଘୂର୍ଣ୍ଣି ବଳୟ ପ୍ରଭାବ ରେ ଗତ କାଲି ବର୍ଷା ହୋଇଥିଲା ବିଜୁଳି ସହ ଘଡ ଘଡି ମଧ୍ୟ ହୋଇଥିଲା ଆଉ ଠିକ ଏଭଳି ସ୍ଥିତ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଜାରି ରହିବ ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏଣିକି କହି ରଖିବା ପାଇଁ ଚାହିଁବୁ କି ଆଜି ରାଜ୍ୟ ରେ ପାଖା ପାଖି 14 ଟି ଜିଲ୍ଲା ରେ ବିଜୁଳି ସହ ଘଡ ଘଡି ବର୍ଷା ହେବ । ଏହି 14 ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର , ମୟୂରଭଞ୍ଜ , ଅନୁଗୁଳ , ଢେଙ୍କାନାଳ , କନ୍ଧମାଳ , ନୟାଗଡ , ବୈଦ୍ଧ , ଗଜପତି , ଗଞ୍ଜାମ , ରାୟଗଡା , ପୁରୀ , ଖୋର୍ଦ୍ଧା , କଟକ ଏବଂ ଜଗତସିଂପୁର ଏହି ସବୁ ଜିଲ୍ଲା ରେ ଆଜି ବିଜୁଳି ସହ ଘଡ ଘଡି ର ବର୍ଷା ଲାଗି ରହିବ ।

raine

ତେବେ ଆସନ୍ତା ଅକ୍ଟୋବର 9 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ରାଜ୍ୟ ବାସୀ ମାନଙ୍କୁ ଏହି ବର୍ଷା ପାଗ ନେଇ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ କୁହାଯାଇଛି । ତେବେ ବନ୍ଧୁଗଣ ଏହା ରହିଥିଲା ପାଣି ପାଗ କୁ ନେଇ କିଛି ଖାସ ଖବର ଯେଉଁଥିରୁ ଜଣା ପଡୁଛି କି ଏ ବର୍ଷ ମଧ୍ୟ ଦୁର୍ଗା ପୂଜା ସଠିକ ଭାବରେ ଲୋକ ମାନେ ଆନନ୍ଦ ସହକାରରେ ମନୋରଞନ କରି ପାରିବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *