ଖରାପ ବ୍ୟାଟିଂ ଓ ଦୁର୍ବଳ ଫିଲଡିଂ ପାଇଁ ଦକ୍ଷିଣ ଆଫ୍ରିକାଠୁ ବିଶ୍ୱକପ୍ ରେ ହାରିଲା ଭାରତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲିଛି ଟି- ଟୁଏଣ୍ଟି ବିଶ୍ୱ କପର କଡା ମୁକାବିଲା। ଟି- ଟୁଏଣ୍ଟି ବିଶ୍ୱ କପ ଟାଇଟେଲ କୁ ହାତେଇବା ପାଇଁ କସରତ କରୁଛନ୍ତି ସୁପର ଟୁଏଲେଭ । ତେବେ ଭାରତ ମଧ୍ୟ ତାର ଜୁରାଦାର ପ୍ରୟାସ ଜାରି ରଖିଛି । ପୂର୍ବରୁ ୨ଟି ମେଚରେ ବିଜୟ ହାସଲ କରିସାରିଥିବା ବେଳେ ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଭାରତ ୨୦ ଅଭର ରେ ୯ ୱିକେଟ ହରାଇ ୧୩୩ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ଏହି ମ୍ୟାଚକୁ ନିଜ ଅଧିନକୁ ନେଇ ଯାଇଛି ।

ଡେଭିଡ ମିଲର ଚଉକା ମାରି ମ୍ୟାଚକୁ ନିଜ ହାତକୁ ନେଇ ଯାଇଥିଲେ । ଭାରତର ଫିଲଡିଙ୍ଗ ଆଜି ପୁରା ଦୁର୍ବଳ ରହିଥିଲା । କ୍ୟାଚ ଠାରୁ ଆରମ୍ଭ କରି ରନ ଆଉଟ୍ କୁ ହାତ ଛଡା କରିଥିଲା ଭାରତ। ଯେଉଁଥି ପାଇଁ ଗୋଟିଏ ପରେ ଗୋଟିଏ ଲାଇଫ୍ ପାଇଁଥିଲେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ । ପ୍ରଥମେ ଭାରତୀୟ କ୍ରିକେଟ ଦଳର ଦମଦାର ବ୍ୟାଟସ ମ୍ୟାନ ବିରାଟ କୋହଲି ଅଡେନ ମାକରମ ଙ୍କ କ୍ୟାଚ ମିସ୍ କରିଥିଲେ । ଯେତେବେଳେ ସେ ସୁପର ଫର୍ମରେ ଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ସେହି ମକରମଙ୍କର ରନ ଆଉଟ୍ ମଧ୍ୟ ମିସ୍ କରିଥିଲେ ।

india

ଏହାପରେ ଆରମ୍ଭ ହୋଇଥିଲା ରନ୍ ର ବର୍ଷା । ଯଦିଓ ୫୨ ରନରେ ମକରମ କୁ ପାଣ୍ଡିଆ ଆଉଟ୍ କରିଦେଇଥିଲେ । ହେଲେ ଏହାପରେ ଡେଭିଡ ମିଲରଙ୍କର ଆକ୍ରମଣ କମି ନଥିଲା । ଡେଭିଡ ମିଲର ପୁରା ସେଟ୍ ହୋଇ ସାରିଥିଲେ । ଆଉ ମାରି ଚାଲିଥିଲେ ଚଉକା ଛକା । ଶେଷ ପର୍ଯ୍ୟନ୍ତ ରହି ଏହି ମ୍ୟାଚ ଜିତାଇ ଥିଲେ ଡେଭିଡ ମିଲର । ତେବେ ୪୫ ବଲରେ ୫୫ ବଲ ନଟଆଉଟ ରହି ହାତେଇଥିଲେ ଡେଭିଡ ମିଲର । ଦକ୍ଷିଣ ଆଫ୍ରିକା ତିନୋଟି ମ୍ୟାଚରୁ ୨ଟି ଜିତି ଏବେ ୫ ପଏଣ୍ଟ ରେ ଥିବା ବେଳେ ଭାରତ ତିନୋଟି ମ୍ୟାଚରୁ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ରେ ରହିଛି ।

ସେପଟେ ଏହା ପାକିସ୍ତାନ ଉପରେ ଅଧିକ ଭାରି ପଡିପାରେ । ଦକ୍ଷିଣ ଆଫ୍ରିକା ଜିତିବା ପରେ ପାକିସ୍ତାନ ଏହି ଟୁନାମ୍ୟାଣ୍ଟରେ ରହିବ ନାଁ କଟିଯିବ ତାକୁ ନେଇ ଏବେ ଆଶଙ୍କା ରହିଛି । ଭାରତର ସ୍କୋର ବୋର୍ଡ ଆଜି ଯଦି ଦେଖିବା ତେବେ ଏତେ ଖାସ୍ ନଥିଲା । କେଲ ରାହୁଲ ପ୍ରଥମେ ୧୪ ବଲରେ ୯ରନ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ୧୪ ବଲରେ କରିଥିଲେ ୧୫ ରନ ।

ବିରାଟ କୋଲଙ୍କର ପ୍ରଦର୍ଶନ ଆଜି ଏତେ ଖାସ୍ ନଥିଲା । ବିରାଟ କୋଲ ୧୧ବଲରେ ୧୨ରନ କରିଥିଲେ। ତେବେ ସୂର୍ଯ୍ୟ କୁମାରୀ ଆଦବ ଆଜିର ମ୍ୟାଚ ରେ ସର୍ବାଧିକ ୬୮ ରନ କରିଛନ୍ତି । ୪୦ ବଲରେ ସୂର୍ଯ୍ୟ କୁମାରୀ ଆଦବ ୬୮ ରନ ହାତେଇ ଥିଲେ । ଦୀପକ ହୁଡା ୩ଟି ବଲ ଖେଳି ଶୂନ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆ ତିନୋଟି ବଲରେ ୨ରନ ସାଉଁଟି ଥିଲେ । ଦିନେଶ, କାର୍ତ୍ତିକ ୧୫ବଲ ଖେଳି ୬ରନ, ଅଶ୍ବିନୀ ୧୧ବଲ ଖେଳି ୭ ରନ୍, ଭୁବେନଶ୍ବର କୁମାର ୬ଟି ବଲ ଖେଳି ୪ ରନ, ସାମୀ ୨ଟି ବଲରେ ଶୂନ କରିଥିବା ବେଳେ ଅରଜିବ ସିଂ ଗୋଟିଏ ବଲ ଖେଳି ୨ରନ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *