ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀନେଶଙ୍କ ଘର ସାମ୍ନା ରେ ଜଣେ ମହିଳାଙ୍କୁ ମାରିଲେ ଚାପଡ । ପୋଲିସ ଉପସ୍ଥିତ ରେ ମାରିଲେ ମାଡ । ସୋସିଆଲ ମିଡିଆରେ ଭିଡିଓଟି ହେଉଛି ଭାଇରାଲ । ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି ବୋଧେ ଦୀପିକା । ପୋଲିସ ସାମ୍ନା ରେ ମାଡ ମାରୁଛନ୍ତି । ଜଣେ ମହିଳାକୁ ଚଟକଣି ମାରି ବିଦା କରୁଛନ୍ତି ।
ସେ ଦେଶୀ ବେହେରା ସାହିରେ ଧାରଣାରେ ବସିଥିବା ସମୟରେ ଜଣେ ମହିଳା ଆସି ପ୍ରମିଳା ଦେବୀଙ୍କ ନମ୍ବର ମାଗିଥିଲେ । ପାଖକୁ ଆସ ନମ୍ବର ଦେଉଛି । ମହିଳା ଜଣକ ପାଖକୁ ଯିବା ପରେ ଦୀପିକା ସେ ମହିଳାକୁ ଶକ୍ତ ଚାପୁଡା ମାରିଥିଲେ । ଚାପୁଡ଼ା ମାରିବା ପରେ ଦିନେଶଙ୍କ ବାରଣ୍ଡାରୁ ବାହାରି ମହିଳାଙ୍କ ସହ ହାତାହାତି ହୋଇଥିଲେ । ଆଉ ଗୁଡାଇ ଗୁଡାଇ ମାଡ ମାରି ତାଙ୍କୁ ବିଦା କରିଥିଲେ ।
ସେହ ସମୟରେ ଉପସ୍ଥିତ ଥିବା ପୋଲିସ କୁ ମଧ୍ୟ ଉକ୍ତ ମହିଳାକୁ ଗିରଫ କରିବାକୁ କହୁଛନ୍ତି । ଘଟଣା ସ୍ଥଳରେ ଥିବା କିଛି ପୋଲିସ କନେଷ୍ଟବଳ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ସଂମ୍ପ୍ରକ୍ତ ମହିଳାଟି କିଛିଦିନ ପୂର୍ବରୁ ଦୀପିକାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ତେବେ ଏଭଳି ଚାପୁଡା ମାରିବା କଥା କହିଛନ୍ତି ଦୀପିକା ।
ଏହା ପୂର୍ବରୁ ଶାଶୁ ଶଶୁରଙ୍କ ସହ ମଧ୍ୟ ଘର ସାମ୍ନା ରେ ଦସ୍ତାଦସ୍ତି ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ପୋଲିସ ଡାକି ଉଭୟ ପକ୍ଷକୁ ବୁଝାସୁଝା କରିଥିଲା । ଅନ୍ୟପଟେ ଦୁଇ ମାସରୁ ଅଧିକ ସମୟ ଧାରଣାରେ ବସିବା ପରେ ବି ଏହି ବିବାଦର କୌଣସି ସମାଧାନ ହୋଇପାରିବ ନାହିଁ । ଦୀପିକାଙ୍କର ଏକ ଜିଦ୍ ସେ ନ୍ୟାୟ ନପାଇବା ଯାଏ ସେ ଧାରଣାରୁ ଉଠିବେ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।