ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା । ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ପୂଜା ମଉଜ ଫିକା ପଡି ଯାଇଛି । ଆଜି ୧୨ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବାରୁ ଦଶହରା ବୁଲାବୁଲି ମଧ୍ୟ ଫିକା ପଡିବ । ଆଜି ଏହି ୧୨ଟି ଜିଲ୍ଲା ପାଇଁ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ର କେନ୍ଦ୍ର ସୂଚନା ଅନୁସାରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା କାଲିଠାରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷାର ପରିମାଣ କମିବ ।
ହେଲେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ,ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ । ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୩୪ ସ୍ଥାନର ବର୍ଷା ର ରେକର୍ଡ କରାଯାଇଛି ।
ଭଦ୍ରକରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ରେ ୧୦୨.୮ ମିଲିମିଟର ବର୍ଷା ହୋଇଛି । ଯେମିତି ପାଣିପାଗର ପୂର୍ବ ସୂଚନା ଅନୁସାରେ ୨ଦିନ ହେବ ଲଗାଣ ବର୍ଷା ଯୋଗୁ ଖାସ୍ ଏହି ଭୁବନେଶ୍ୱର ର ଆଖପାଖ ଅଞ୍ଚଳରେ ଲୋକମାନେ ବହୁତ ହଇରାଣ ହରକତ ହେଉଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।