ଜଣେ ଛାତ୍ରୀ Sagarika ପାଇଁ ଦୁଇ ଜଣ ସାର ପାଗଳ,ପ୍ରେମ କରିକି କହୁଛନ୍ତି ବିବାହ କରିବା ପାଇଁ…

Sir

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁଇ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତ ଏ ସିନା ପେଶାରେ ଶିକ୍ଷକ ହେଲେ ନିଶା ତାଙ୍କର ପ୍ରେମ । କେବଳ ପ୍ରେମରେ ସୀମିତ ରହିନି । ଯେଉଁ ସ୍କୁଲରେ ପଢ଼ାଉଛନ୍ତି ସେହି ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ମଧ୍ୟ ହୋଇଛି । ଏମିତି ଏହି ଦୁଇ ଶିକ୍ଷକ ହଷ୍ଟେଲରେ ରହି ଆଦିବାସୀ ଦୁଇ ଛାତ୍ରୀଙ୍କୁ ଅ-ଶ୍ଳୀ-ଳ ଇଙ୍ଗିତ କରିବା ସହିତ ଅସଦାଚରଣ ପାଇଁ ପକାଉଥିଲେ ଚାପ । ଥରେ ଧକ୍କାମାରି ମୋର ଝିଅକୁ କାନ୍ଥରେ ସେଟେଇ ଦେଇଥିଲେ । ଏପରି ଖରାପ ବ୍ୟବହାର କରୁଛନ୍ତି ।

ଆମେ ଏହି କଥା ହେଡ ମାଷ୍ଟରଙ୍କୁ କହିଛୁ । ସେ କହୁଛି ମୁଁ କଣ କରିବି । ଆମେ ବର୍ତମାନ କାହାକୁ ନିର୍ଭର କରି କହିବୁ । ସ୍କୁଲରେ ପାଠ ପଢ଼ାଇବା ସମୟରେ ଶିକ୍ଷକଙ୍କର ବଢୁଥିଲା ପ୍ରେମ ନିଶା। ଖାଲି ପ୍ରେମ ନିଶା ତ ନୁହେଁ । ବରଂ ଛାତ୍ରୀଙ୍କୁ ତାଙ୍କ କଥାରେ ରାଜି ହେବା ପାଇଁ ଚାପ ମଧ୍ୟ ପକାଉ ଥିଲେ । ଆଉ କହୁଥିଲେ ତମେ ଯଦି ଆମ କଥାରେ ରାଜି ନ ହେବ ତେବେ ପରୀକ୍ଷାରେ ଫେଲ ହେବ । ଏମିତି କି ଛାତ୍ରୀଙ୍କୁ ଏହି ଦୁଇ ଶିକ୍ଷକ ଗାଳି ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଯେତେବେଳେ ଝିଅଙ୍କ ସହିତ ସାରମାନେ ଖରାପ ବ୍ୟବହାର କରନ୍ତି ମୁଁ ଏଠାରେ ଝିଅ ମାନଙ୍କୁ ପଚାରିଲି କି ତମେ କଣ ହେଡ ମାଷ୍ଟରଙ୍କୁ କିଛି କହିନ। ସେ MIL ଭଳିଆ ସବଜେକ୍ଟରେ ସାଇନ୍ସ କଥା କହି ଖରାପ ଖରାପ କେମେଣ୍ଟ କରୁଛନ୍ତି ଝିଅ ମାନଙ୍କୁ । ଏବଂ ଯେତେବେଳେ ସେମାନେ ହେଡ ମାଷ୍ଟରଙ୍କୁ ଯାଇ କହୁଛନ୍ତି ସେ କହୁଛନ୍ତି କି ତମେ ସାରଙ୍କ କଥାକୁ ଗୋଟେ କାନର ଶୁଣ ଗୋଟେ କାନରେ ବାହାର କରିଦିଅ ।

st

ଏହି ଦୁଇ ଶିକ୍ଷକ ହେଲେ ସୁବନ ମୁନା ଓ ରତିକାନ୍ତ ବାରିକ । ସୁନ୍ଦରଗଡ଼ ବୀରମିତ୍ରପୁର କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଦୁଇ ଜଣ ଶିକ୍ଷକତା କରୁଛନ୍ତି। ଜଣଙ୍କ ଘର ବରଗଡ ହୋଇଥିବା ବେଳେ ଆଉ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ହେଲେ ସ୍କୁଲରେ ଏମାନେ ଏମିତି କାଣ୍ଡ କରିଛନ୍ତି ଯାହାକୁ ନେଇ ଅଞ୍ଚଳରେ ବଢୁଛି ଚର୍ଚ୍ଚା ।

ଆଦିବାସୀ ଝିଅଙ୍କୁ ପ୍ରେମ କରିବା ସହ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ଦୁଇ ଶିକ୍ଷକଙ୍କୁ ନେଇ ଅଡୁଆରେ ସ୍କୁଲ ପକ୍ଷ । ଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ ମା ବାପାଙ୍କୁ ଏହି ବିଷୟରେ ଜଣାଇ ଥିଲେ । ପରେ ଛାତ୍ରୀ ଓ ତାଙ୍କ ପରିବାର ଲୋକେ ବିଇଓଙ୍କ ପାଖକୁ ଯାଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ପରେ ଏସପି ସାଗରିକା ନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ଏହାର ତଦନ୍ତ ଦାୟିତ୍ୱ ବୀରମିତ୍ରପୁର ଏସଡିପିଓ ଙ୍କୁ ଦେଇଥିଲେ । ତେବେ ଶିକ୍ଷକ ନାମରେ ଏହି ଦୁଇ ଜଣ କଳଙ୍କ । ଏମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁତ ଚର୍ଚ୍ଚା ଚାଲିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *