ସୂର୍ଯ୍ୟଙ୍କୁ ଦେଖି ଅନ୍ଧହୋଇଗଲେ ୧୫ ଜଣ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୧୯୯୯ ମସିହା ଇଂଲଣ୍ଡର ଏକ ଘଟଣା ଯାହାକି ସୂର୍ଯ୍ୟଙ୍କୁ ସିଧାସଳଖ ଦେଖିବା ପରେ ୧୫ ଜଣ ଲୋକ ମାନେ ତାଙ୍କ ନିଜର ଦୃଷ୍ଟି ଶକ୍ତି ହରାଇ ସାରିଛନ୍ତି । ତେବେ ଏହା କଣ ସତ , ସୂର୍ଯ୍ୟ ପରାଗ କଣ ଏତେ ମାରାତ୍ମକ ହୋଇଥାଏ ଲୋକ ମାନଙ୍କ ପାଇଁ । ତେବେ କାହିଁକି ହୁଏ ସୂର୍ଯ୍ୟ ପରାଗ ଏବଂ କାହିଁକି ଏହା ଅମାବାସ୍ୟା ରେ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ର ସତ୍ୟତା କ’ଣ ରହିଛି ।

କୌଣସି ଗ୍ରହ ଦ୍ୱାରା କିଛି ଅଂଶ ଅନ୍ୟ ଗ୍ରହ ଦ୍ଵାରା ଢାଙ୍କି ହୋଇଗଲେ ଆମେ ତାକୁ ଗ୍ରହଣ ବୋଲି କହିଥାଉ । ଯେତେବେଳେ ଗୋଟିଏ ସରଳ ରେଖାରେ ସୂର୍ଯ୍ୟ , ଚନ୍ଦ୍ର ଏବଂ ପୃଥିବୀ ରହିବେ ଅର୍ଥାତ୍ ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀର ଠିକ ମଝିରେ ଚନ୍ଦ୍ର ରହିବେ । ସେତେବେଳେ ପୃଥିବୀ ଉପରେ ସୂର୍ଯ୍ୟ ର କିରଣ ସଠିକ୍ ଭାବରେ ଦେଖାଯାଇ ନଥାଏ । ଯାହାଫଳରେ ସୂର୍ଯ୍ୟ ର ଆଲୋକ ଚନ୍ଦ୍ର କୁ ଭେଦ କରି ପୃଥିବୀ ଉପରେ ପଡିପାରେ ନଥାଏ । ଯାହାଫଳରେ ପୃଥିବୀର କିଛି ଅଂଶରେ ଚନ୍ଦ୍ର ର ଛାଇ ଦେଖା ଯାଇଥାଏ । ଅର୍ଥାତ୍ ସୂର୍ଯ୍ୟ ଉପରେ କଳା ରଙ୍ଗର ଏକ ଆସ୍ତରଣ ବା ଛାଇ ଦେଖା ଦେଇଥାଏ ।

Sun pollen

ଚନ୍ଦ୍ର ଗ୍ରହଣ ଅପେକ୍ଷା ସୂର୍ଯ୍ୟ ପରାଗ ଜଲଦି ସମାପ୍ତ ହୋଇଯାଇଥାଏ , କାରଣ ସେ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ର ର ଗତି ବିପରୀତ ହୋଇଥାଏ । ସୂର୍ଯ୍ୟ ପରାଗ ଅତି ଵେଶିରେ ୭ ମିନିଟ ୮ ସେକେଣ୍ଡ ଧରି ହୋଇଥାଏ । ଅନ୍ୟ ପଟରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ସମୟ ହେଲା ୩ ଘଣ୍ଟା ୨୯ ମିନିଟ ପର୍ଯ୍ୟନ୍ତ ।

ତେବେ ଅନ୍ୟପଟେ ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନରେ ହୋଇଥାଏ । କାରଣ ଯେତେବେଳେ ସୂର୍ଯ୍ୟ ରଶ୍ମି ସିଧାସଳଖ ଚନ୍ଦ୍ର ଉପରେ ପଡିଥାଏ , ସେତେବେଳେ ପୃଥିବୀରେ ଚନ୍ଦ୍ର ଦେଖାଯାଏ ନାହିଁ । ସୂର୍ଯ୍ୟ ପରାଗର ଅନେକ କୁ ପ୍ରଭାବ ମଧ୍ୟ ରହିଥାଏ । ସୂର୍ଯ୍ୟ ପରାଗ ଦିନ ସୂର୍ଯ୍ୟ କୁ ଦେଖିବା ଦ୍ଵାରା ଆଖି ଉପରେ ପ୍ରଭାବ ମଧ୍ୟ ପଡିଥାଏ । ଏହା ଆଖି ର ରେଟିନାର ସେଲସ କୁ ନଷ୍ଟ କରିଥାଏ ଯାହାଦ୍ଵାରା ଆପଣ ମାନେ ଦୃଷ୍ଟି ଶକ୍ତି ମଧ୍ୟ ହରାଇ ପାରନ୍ତି ।

ତେବେ ୧୯୯୯ ମସିହା ରେ ଇଂଲଣ୍ଡ ର ୧୫ ଜଣ ଲୋକ ଦୃଷ୍ଟି ଶକ୍ତି ହରାଇଥିଵା କୁହାଯାଏ । ଗର୍ଭାବତୀ ଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ ବୋଲି କୁହାଯାଏ କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ରହିନାହିଁ । ସୂର୍ଯ୍ୟ ପରାଗ ଦ୍ଵାରା ପଶୁ ପକ୍ଷୀ ମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *