ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରିକେଟ ମୈଦାନ ପରେ ଫିଲ୍ମ ଦୁନିଆ । ଧୋନି ଖୁଲିଲେ ପ୍ରଡକ୍ସନ ହାଉସ୍ । ସାଉଥ୍ ଫିଲ୍ମ କରିବେ କ୍ୟାପଟେନ କୁଲ । ଟିମ ଇଣ୍ଡିଆ ର କ୍ୟାପଟେନ କୁଲ ଭାବେ ବେଶ୍ ପରିଚିତ ମହେନ୍ଦ୍ର ସିଂହ ଧୋନି । ଭାରତୀୟ କ୍ରିକେଟ ପାଇଁ ସେ ଜଣେ ସଫଳ ଅଧିନାୟକ ଉଇକେଟ କିପର ଓ ଫିନିସର । ବିଶ୍ୱ କ୍ରିକେଟରେ ଟିମ୍ ଇଣ୍ଡିଆକୁ ଶୀର୍ଷ କୁ ନେବାରେ ତାଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିଛି । ହେଲେ ସେ ଏବେ କ୍ରିକେଟ ଠାରୁ ଦୂରେଇ ଯାଇଛନ୍ତି । ହେଲେ ଆଇପିଏଲ ଜାରି ରଖିଛନ୍ତି ।
ହେଲେ କ୍ରିକେଟରେ ନିଜର ଦମଦାର ପରେ ଏବେ ଫିଲ୍ମ ଦୁନିଆକୁ ଆସିଛନ୍ତି ଧୋନି । ଆଉ ଖୋଲିଛନ୍ତି ନିଜର ପ୍ରଡକ୍ସନ ହାଉସ୍ । କ୍ରିକେଟ ଦୁନିଆରୁ ସିଧା ଫିଲ୍ମ ଦୁନିଆକୁ ପାଦ ଦେଇଛନ୍ତି ମାହି । ଥାଲା ନାଁ ରେ ପରିଚିତ ମାହି ଏବେ ସାଉଥ୍ ଫିଲ୍ମ ତିଆରି କରିବେ । ୱିକେଟ ପଛରେ ଠିଆ ହୋଇ ନିଜର ବିଚେକ୍ଷଣ ବୁନ୍ଧି ଲଗାଉଥିବା ଧୋନି ଏବେ ସାଉଥ୍ ଫିଲ୍ମ ରେ ଏବେ ନିଜର ବୁଦ୍ଧି ଲଗାଇବେ । ଆଉ ଥାଲାପତି ବିଜୟ , ରଜନୀକାନ୍ତ , ଧନୁଶଙ୍କ ଭଳି ଷ୍ଟାର ସହ କାମ କରିବେ କ୍ୟାପଟେନ କୁଲ ।
ଧୋନି ନିଜ ପ୍ରଡକ୍ସନ ହାଉସ୍ ର ନାଁ ଧୋନି ଏନଟ୍ରଟେନମେଣ୍ଟ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସ୍ ରେ ତାମିଲ, ତେଲଙ୍ଗୁ, ମାଲାଲାମ ଫିଲ୍ମ ହେବ । ପ୍ରଡକ୍ସନ ହାଉସ୍ ର ମାଲିକାନା ଧୋନି ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ସେହିପରି ବିକାଶ ଐଶ୍ୱର୍ଯ୍ୟା କୁ ପ୍ରଡକ୍ସନ ହାଉସ୍ ର ମୁଖ୍ୟ ଭାବରେ ଚୟନ କରାଯାଇଛି । ମାହିଙ୍କର ଏହି ପ୍ରଡକ୍ସନ ହାଉସ୍ ଏବେ ‘ଜାଇ ରୁଅର ଅଫ ଦା ଲାୟର ପ୍ଲେଜ ଟୁ ଫ୍ଲୋରି ଓ ଦା ହିଡେନ୍ ଭଳି ପ୍ରଜେକ୍ଟରେ କାମ କରିସାରିଛି ।
ତେବେ ପ୍ରଡକ୍ସନ ହାଉସ୍ କୁ ନେଇ ଟୁଇଟର ରେ ଧୋନି ସୂଚନା ଦେଇଛନ୍ତି । ଟୁଇଟର ପୋଷ୍ଟ ରେ ଲେଖିଛନ୍ତି ଲେଟସ୍ ସିନେମା । ଖବର ଅନୁଯାୟୀ ମହିନ୍ଦ୍ରା ସିଂ ଧୋନି କ୍ରିକେଟ ଦୁନିଆର ଏକ ସଫଳ ଅଧିନାୟକ । ୧୫ ଅଗଷ୍ଟ ୨୦୨୦ ମସିହାରେ ଆଦତୀୟ କ୍ରିକେଟରୁ ଧୋନି ଅବସର ନେଇଥିଲେ । ଟିମ୍ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ୨୦୦୭ରେ ବିଶ୍ୱ ଟି ଟୁଏଣ୍ଟି ବିଶ୍ୱକପ ହଉ କି , ୨୦୧୧ ବିଶ୍ୱ କପ୍ ଚାମ୍ପିଅନ୍ ଟ୍ରଫି ଧୋନି ଙ୍କ ପାଇଁ ସବୁ ଥିଲା ସମ୍ଭବ । ତେବେ ଧୋନି ଫିଲ୍ମ ଦୁନିଆରେ କେତେ ସଫଳ ରହୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।