ଓଡ଼ିଶା ସାଙ୍ଗେ ଘଷି ହେବ ବାତ୍ୟା…

Cyclone

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ଆସିବ ଏବଂ ଓଡିଶା ସହିତ ଘସି ହୋଇ ପଳେଇଯିବ । ଓଡିଶା ରେ ସିଧା ସଳଖ ମାଡ ହେବନି ବାତ୍ୟା । 22 ରେ ଅବପାତ 24 ରେ ବାତ୍ୟା । ବାତ୍ୟା ଆସିବ ଓଡିଶା ପାଖା ପାଖି ଯିବ । ବିଶେଷ କିଛି କ୍ଷେତି ନକରି ପାରେ ହେଲେ ବର୍ଷା ପ୍ରବଳ ବର୍ଷ ହେବେ କିଛି ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନା କମ୍ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା କୁ ଏଡେଇ ଦିଆ ନଜାଇ ପାରେ । ତେବେ ସମୁଦ୍ର ର ସୃଷ୍ଟି ଲଘୁଚାପ ଟି 22 ରେ ଅବପାତ ର ରୂପ ନେବ । 23 ରେ ଗଭୀର ଅବପାତ ର ରୂପ ନେଇ 24 ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତନ କରିବ । ଦିଗ ପରିବର୍ତନ କରି ଉତ୍ତର ଉତ୍ତର ପୂର୍ବକୁ ଗତିକରିବାର ସମ୍ଭାବନା ରହିଛି । ବାତ୍ୟା ଓଡିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ବାଙ୍ଗ୍ଲାଦେଶ କୁ ମୁହାଁଇବ 25 ସୁଧା ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଉପକୂଳ ରେ ପହଁଚିବ ।

batya

ପଶ୍ଚିମବଙ୍ଗ ବାଙ୍ଗଲାଦେଶ ରେ ଏହାର ସର୍ବାଧିକ ପ୍ରଭାବ ବି ରହିବ । ତେବେ ବାତ୍ୟା ର ତୀବ୍ରତା କେତେ ରହିବ ବର୍ତମାନ ଯାଏ ଆକଳନ ହୋଇ ନାହିଁ । ବାତ୍ୟା ପ୍ରଭାବ ରେ ଓଡିଶା ରେ 24 ଏବଂ 25 ତାରିଖ ରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ପାରେ । ଏମିତି କି ଓଡିଶା ଉପକୂଳ ରେ 23 ତାରିଖ ରୁ ସମୁଦ୍ର ଅଶାନ୍ତ ରହିବ । 23 ରେ ଓଡିଶା ଉପକୂଳ ରେ 40 ରୁ 50 କିମି ବେଗରେ ପବନ ବହିବ ।

ଓଡିଶା ଉପରେ ସିଧା ମାଡ ହେଉ ନଥିବାରୁ ଓଡିଶା ଉପରେ ଏହାର ପ୍ରଭାବ ଅଧିକ ରହିବ ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହା ପରେ ବି ଓଡିଶା ର ଜିଲ୍ଲାପାଳ ମାନଙ୍କୁ ଏହି ନେଇ ସତର୍କ କରାଜାଇଛି । ଆଲର୍ଟ ରହିବାକୁ ବି ନିର୍ଦ୍ଦେଶ ଦିଆଜାଇଛି । ତେବେ ବାତ୍ୟାର ନାମ ଚିତ୍ରଙ୍ଗା ରହିବ ବୋଲି ଜଣା ପଡିଛି । ଏହାର ପ୍ରଭାବ ଏବଂ ଗତି ପଥ ସ୍ଥିର ହୋଇନଥିବା ବେଳେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଂ ବଳୟ କୁ ନେଇ ଅନେକ ଆଶଂକା ଦେଖା ଦେଇଛି ।

rain

ତେବେ 24 ତାରିଖ ସକାଳେ ବାତ୍ୟା ହେବା ନେଇ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ତେେ ଗଞ୍ଜାମ୍ , ପୁରୀ , ଖୋର୍ଦ୍ଧା , ଜଗତସିହଂପୁର , କେନ୍ଦ୍ରାପଡା , ଭଦ୍ରକ , ଏବଂ ବାଲେଶ୍ୱର କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଧେଶ ମଧ୍ୟ ଦିଆଜାଇଛି । ଏମିତି କି ଦୀପାବଳି ଛୁଟି ବାତିଲ କରି 23 ରୁ 26 ତାରିଖ ଯାଏ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ନିର୍ଦ୍ଧେଶ ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *