ଡରୁଛି କି ପୋଲିସ ! | ଲୋକ କହିଲେଣି ଏମିତି କଥା

Archana 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହାତୀ ମାରି କୋଲା ଘୁଡାଉଛି କମିଶନରେଟ ପୋଲିସ। ଅର୍ଚ୍ଚନାକୁ ଜେଲ୍ ପଠାଇ ବଡବଡିଆକୁ ଦିଆଯାଉଛି କି ସୁରକ୍ଷା। କାହା ପାଇଁ କାମ କରୁଛନ୍ତି ସିପି ଓ ଡିସିପି। ସାମାନ୍ୟ କଥାରେ ମଡିଆ ଆଗକୁ ଆସି ବାଇଟ୍ ଦେଉଥିଲେ । ଚହଳ ପକାଇବା ଅର୍ଚ୍ଚନାକ ପାଇଁ ଅର୍ଚ୍ଚନା ମୁହଁ ରେ ତୁଣ୍ଡି କାହିଁକି । ନେତା, ବାବୁ ନା ବ୍ୟବସାୟୀ କାହା ପାଇଁ ଚୁପ୍ ପୋଲିସ । ଏମିତି ବି ଭଲ ନାହିଁ ଟ୍ରାକ୍ ରେକର୍ଡ । ରହସ୍ଯମୟୀ ମହିଳା ଅର୍ଚ୍ଚନା ନାଙ୍ଗ ଏବେ କଉଁଠି ।

ଗିରିଫ କରାଯାଇଛି କି । ଯଦି କରାଯାଇଛି କେବେ। ଗିରଫ କରି ତରବରିଆ ଭାବେ କାହିଁକି କୋର୍ଟ ପଠାଗଲା । କେଉଁ ମାମଲାରେ ସେ ଗିରଫ ହେଲେ । ଆଗରୁ ଅଭିଯୋଗ ଥାଇ ବି କାହିଁକି ଚୁପ ବସିଥିଲା ପୋଲିସ । ଅର୍ଚ୍ଚନାକ ସମ୍ବନ୍ଧୀରେ ଖବର ପାଇଁ ମିଡିଆରେ ଘନଘନ ଖବର ବାଜୁଛି । ହେଲେ ଏଯାଏଁ କମିଶନର ପୋଲିସ ପଦୁଟିଏ ବି ମୁହଁ ଖୁଲୁନି ।

archana nag 2

କମିଶନରେଟ୍ ବଡ ପଣ୍ଡା ଅତି ସତର୍କ ଭାବେ ମାମଲାକୁ ଡିଲ କରୁଛନ୍ତି। ଏହା ପଛରେ ରହିଛନ୍ତି କି ବଛା ବଛା ଟପ୍ ଆଇପିଏସ। ନାଁ ଲୁଚିଛି ଗୁଡ ଦିଁଟା ଦିଶୁଛି ଭଳି ଅର୍ଚ୍ଚନାକ କଥା ଆଉ କାହାକୁ ଅଛପା ନାହିଁ। ପୋଲିସଙ୍କ ନୀରବତା ଘଟଣାକୁ ଅଧିକ ରହସ୍ଯ ଆଡକୁ ନେଉଛି। ଘଟଣାକୁ ପୋଲିସ ଯେଉଁଭଳି ଭାବେ ହ୍ୟାଣ୍ଡେଲ କରୁଛି ଅନେକଙ୍କୁ ଏହା ଚକିତ କରିଛି।

ଅର୍ଚ୍ଚନା, ରାଜନେତା, ଅଫିସର, ପ୍ରଯୋଜକ କୁ ହାତରେ ନଚଉଥିଲେ। ଏହି କଥା ବହୁତ ଦିନରୁ ହୋଇ ଆସିଥିଲେ ବି ହଠାତ୍ ପୋଲିସ ର ନିନ୍ଦ ଭାଙ୍ଗିଲା କାହିଁକି। କିଏ ସେହି ପ୍ରଭାବ ଶାଳୀ ଗୋଷ୍ଠୀ ଯାହାର ସୁରକ୍ଷା ପାଇଁ ସୁଚିନ୍ତିତ ଭାବେ ଷଡ଼ୟନ୍ତ୍ର କରୁଛି ପୋଲିସ। ଏହା ପାଇଁ ପୋଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ରହିବ ତ। ଅତୀତରେ ଅନେକ ଘଟଣା ଉପରୁ ମଧ୍ୟ ରହସ୍ଯ ହଟାଇବା ବିଫଳ ହୋଇଛି କମିଶନରେଟ୍ ପୋଲିସ ।

ଏହା ଏକ ବିଫଳତା ନୁହେଁ। ଏଠାରେ ପ୍ରଶ୍ନ ପୋଲିସ ଉପରେ ରହିଛିକି ଚାପ। ଥାର୍ଡ ଫ୍ଲୋର ନିର୍ଦ୍ଦେଶ ରେ ସବୁକିଛି ଚାଲିଛି କି। ରିମାଣ୍ଡରେ ଆଣି ଅଧିକ ତଥ୍ୟ ଯୋଗାଡ କରିପାରିବତ। ଏହି ଘଟଣାରେ ମହିଳାଙ୍କ ସ୍ବାମୀ ଓ ଅନ୍ୟ ମାନଙ୍କୁ ଜେରା ହୋଇଛି କି। ସିକ୍ରେଟ ଡିଲ ବିଷୟରେ ପୋଲିସ ପାଖରେ କିଛି ତଥ୍ୟ ଅଛି ତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *