କ୍ରିକେଟ ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଗଲା ସାଙ୍ଘାତିକ ଝଗଡା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ: ବିଶ୍ୱକପ ପୂର୍ବରୁ BCCI ର ବଡ଼ ନିଷ୍ପତି । ଭାରତୀୟ କ୍ରିକେଟ ବୋଡର ସଭାପତି ଜୟ ସାହାଙ୍କର ଏପରି ବୟାନ ପରେ ଏବେ ତାଜିଛି କ୍ରିକେଟ କଣ୍ଟ୍ରୋଭସି ।

ଏସିଆ କପ-୨୦୨୩ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍ । ଏସିଆ କ୍ରିକେଟ୍ କାଉଂସିଲ(ଏସିସି)ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି । ତେବେ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ ସେ ନେଇ ଆଗାମୀ ଦିନରେ ନିଷ୍ପତି ନିଆଯିବ । ୨୦୨୩ ଏସିଆ କପ ଆୟୋଜନର ଦାୟିତ୍ୱ ପାକିସ୍ତାନକୁ ମିଳିଛି । ରିପୋର୍ଟ ଅନୁଯାୟୀ ଏହା ପାକିସ୍ତାନରେ ଖେଳାଯିବାର ଅଛି ।

india
ଆଜି ବିସିସିଆଇର ଏଜିଏମ ବୈଠକରେ ରୋଜର ବିନ୍ନିଙ୍କୁ ବିସିସିଆଇର ନୂତନ ସଭାପତି ଭାବରେ ନିଯୁକ୍ତି ମିଳିିଛି । ଆଜିର ଏହି ବେଠକରେ ଏହା ମଧ୍ୟ ନିଷ୍ପତି ନିଆଯାଇଥିଲା ଯେ, ଭାରତ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତେଣୁ ଟୁଣ୍ଣାମେଣ୍ଟକୁ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ । କ୍ରିକବଜ ରିପୋର୍ଟ ମୁତାବକ ଜୟ ସାହା ବୈଠକରେ କହିଥଲେ ଯେ, ଆମେ ନିଷ୍ପତି କରିଛୁ କି ୨୦୨୩ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ।

ଭାରତୀୟ ଟିମ୍ ୨୦୦୮ ପରେ ପାକିସ୍ତାନ ଗସ୍ତ କରି ନାହିଁ । ୨୦୦୮ ଏସିଆ କପ ଖେଳିବାକୁ ଭାରତୀୟ ଟିମ୍ ଶେଷଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ପରବର୍ତ୍ତି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ଦ୍ୱିପାଖିକ ସିରିଜ ବନ୍ଦ ରହିଛି । ଲେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ-ପାକିସ୍ତନା ମୁକାବିଲା ଦେଖିବାକୁ ମିଳୁଛି ।

ତେବେ BCCI ର ଏପରି ନିଶ୍ପତି ପରେ ପରେ ଏବେ କ୍ରିକେଟ ରାଜନୀତି ଗରମ ଧରିଛି । ଭାରତର ଏପରି ନିଶ୍ପତି ବିରୁଦ୍ଧରେ ପାକିସ୍ତାନରେ ସ୍ତିତି ସୋମାଲୋଚନା ପଯ୍ୟନ୍ତ ଜାଇଛି । ପାକିସ୍ତାନି ଲୋକ ଏହା ଦାବି କରିଛନ୍ତି କି ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ନଯାଏ , ତେବେ ପାକିସ୍ତାନ କ୍ରିକେଟ ୱାଲ୍ଡ କପ ରୁ ନିଜକୁ ଅଲଗା ରଖିବ ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଏ ପର୍ଯ୍ୟନ୍ତ କୌଣସି ନିଶ୍ପତି ଶୁଣେଇ ନଥିବା ବେଳେ ପାକିସ୍ତାନରେ ଚର୍ଚା ଜୋର ଧରିଛି କି ପାକିସ୍ତାନ ଭାରତ ସହ ବିଶ୍ୱ କପ ଖେଳିବନି ବୋଲି । ତେବେ ଦେଖିବା ବାକି ରହିଲା ସ୍ତିତି କେଉଁ ରଙ୍ଗ ନେଉଛି ।

ଏହି ଭଳି କିଛି ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ପେଜକୁ , ଏହାକୁ ସେୟାର କରି ଅନ୍ୟ ମାନଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *