କେବଳ ଜଣେ କି 2 ଜଣ ନୁହେଁ ବରଂ Bollywood ର ଏହି 5 ଜଣ ହିରୋଇନଙ୍କ ସହ ଥିଲା Yuvraj Singh ଙ୍କ ପ୍ରେମ ସମ୍ପର୍କ, ସୁନ୍ଦରତାରେ କେହି କାହା ଠାରୁ ନୁହଁନ୍ତି କମ

Yuvraj Singh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 12 ଡିସେମ୍ବର 1981 ଚଣ୍ଡୀଗଡ଼ର ଏକ ପଞୀାବ ଜାଠ ପରିବାରରେ ଜନ୍ମ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞୀାବ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ ଦଳରେ 2000 ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ 2003 ରେ ଖେଳିଥିଲେ । ସେ 2007-2008 ରେ ଭାରତୀୟ ଏକ ଦିବଶିୟ କ୍ରିକେଟ ଦଳର ଉପଅଧିନାୟକ ଥିଲେ । ସେ ନିଜର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ 2011 ଏକଦିବଶୀୟ କ୍ରିକେଟ ବିଶ୍ୱକପରେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।

Yuvraj Singh

ସେଏହି ଟୁର୍ଣ୍ଣାମେଣ୍ଟରେ 4 ଥର ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ତାଙ୍କର 2007 ମସିହା T-20 ବିଶ୍ୱକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରର 6ଟି ଯାକ ବଲରେ 6 ଟି ଛକା ମାରିବାର ରେକର୍ଡ ବି ରହିଛି । ତେବେ 2011 ମସିହାରେ ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହେଲେ । ସଫଳତାର ସହ କର୍କଟ ରୋଗରୁ ବାହାରି ସେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟରେ 2012 ମସିହାରେ ପ୍ରତ୍ୟାବର୍ତ୍ତନ କରିଥିଲେ । 10 ମେ 2019 ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ । 2012 ମସିହାରେ ସେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟ ଏବଂ 2017 ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ପ୍ରତିନୀଧିତ୍ୱ କରିଥିଲେ ।

ତେବେ ୟୁବରାଜ ଙ୍କ ଜୀଵନ ରେ ପାଞ୍ଚ ଜଣ ସୁନ୍ଦରୀ ଆସିଛନ୍ତି ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା । ତେବେ ପ୍ରଥମରେ ହେଉଛନ୍ତି କିମ୍ ଶର୍ମା ଯିଏ କି ମୋହବତେ ସିନେମା ରେ ନଜର ଆସିଥିଲେ । ତେବେ ସେ ଯୁବରାଜ ଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଏ କିନ୍ତୁ ଦୁହିଁ ଙ୍କ ପରିବାର ଏହି ସମ୍ପର୍କ କୁ ଗ୍ରହଣ କରି ନଥିଲେ ଯାହା ଯୋଗୁଁ ଦୁହେଁ ଅଲଗା ହୋଇ ଯାଇଥିଲେ ।

Yuvraj

ତେବେ ଏହାପରେ ୟୁବରାଜ ବଲିଉଡ ର ସୁପରହିଟ ଅଭିନେତ୍ରୀ ଦୀପିକା ଙ୍କ ସହିତ ମଧ୍ୟ ରିଲେସନ ରେ ଥିଲେ ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ବି ମିଳୁଥିଲା । ତେବେ କିନ୍ତୁ ସେମାନଙ୍କ ପ୍ରେମ କାହାଣୀ ବେଶି ଦିନ ତିଷ୍ଠି ରହି ନ ଥିଲା । କିଛିଦିନ ପରେ ଖବର ଆସିଥିଲା ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇ ଥିଲା ।

ତେବେ ଏହା ପରେ ୟୁବରାଜ 2014 ରେ ତାଙ୍କ ନାମ ନେହା ଧୁପିଆଙ୍କ ସହ ଯୋଡ଼ା ଯାଇଥିଲା । ତେବେ କୁହାଯାଇ ଥିଲା ନେହା ଯୁବରାଜ ଙ୍କ ସ୍ୱପ୍ନର ନାୟିକା ବୋଲି ମଧ୍ୟ କୁହା ଯାଉଥିଲା ହେଲେ ଉଭୟ ଏହି ସମ୍ପର୍କ କୁ ନେଇ କିଛି କହି ନଥିଲେ ।

ତେବେ ଏହା ପରେ ତାଙ୍କ ନାମ ରିଆସେନ ଙ୍କ ସହ ଯୋଡ଼ି ଯାଇଥିଲା ତେବେ ଦୁହିଁଙ୍କୁ ଏକାଠି ବିଦେଶରେ ବୁଲିବାର ମଧ୍ୟ ଦେଖା ଯାଉଥିଲା କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ ।

Yuvraj Singh

ତେବେ ଜୀବନରେ ଚାରି ଜଣ ପ୍ରେମିକାଙ୍କ ପରେ ଶେଷ ରେ ୟୁବରାଜ ନଭେମ୍ବର 2015 ରେ ହେଜେଲ କିଚଙ୍କୁ ଭେଟିଥିଲେ । ଏକ ବର୍ଷ ପରେ ନଭେମ୍ବର 2016 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *