କାହିଁକି ଅଲଗା ହେଲେ ହିରୋ Hero ଠୁ Honda, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

Hero Honda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କେବେ ନା କେବେ ହିରୋ-ହୋଣ୍ଡା ବାଇକ୍ କୁ ନିଶ୍ଚିତ ଭାବେ ଚଳେଇ ଥିବେ। ତେବେ ବନ୍ଧୁଗଣ 90 ଦଶକ ର ପ୍ରଥମ ବାଇକ୍ ହେଲା ହିରୋ-ହୋଣ୍ଡା । ଏବଂ ଏହା ଲୋକ ମାନଙ୍କର ପ୍ରଥମ ପସନ୍ଦ ଅଟେ । ହେଲେ କଣ ପାଇଁ ହିରୋ ଠାରୁ ଅଲଗା ହେଲା ହୋଣ୍ଡା । ତେବେ ସେହି ସମୟ ରେ ମଟର ବାଇକ୍ କହିଲେ କେବଳ ହିରୋ-ହୋଣ୍ଡା ନାମ ହିଁ ଆସେ । ତେବେ ସେହି ସମୟ ରେ ଲୋକ ମାନଙ୍କର କେବଳ ହିରୋ-ହୋଣ୍ଡା ହିଁ କିଣିବା ପାଇଁ ଇଚ୍ଛା ରହିଥାଏ । କାରଣ ସେହି ସମୟରେ ହିରୋ-ହୋଣ୍ଡା କମ୍ପାନୀ ହିଁ ବାଇକ୍ ନିର୍ମାଣ କରୁଥିଲା ।

ସେହି ସମୟରେ ଲୋକ ଜାଣିନଥିଲେ କି ହିରୋ-ହୋଣ୍ଡା ଦୁଇଟି କମ୍ପାନୀ ବୋଲି । ହେଲେ ଯେତେ ବେଳେ ଏହି ଦୁଇ କମ୍ପାନୀ ଅଲଗା ହେଲେ ସେତେ ବେଳେ ଲୋକ ଜାଣିବା ପାଇଁ ପାଇଲେ କି ଏହା ଗୋଟିଏ ନୁହେଁ ବରଂ ଦୁଇଟି କମ୍ପାନୀ ବୋଲି । ପ୍ରକୃତରେ ହିରୋ ଏକ ସାଇକେଲ ନିର୍ମାଣ କାରୀ କମ୍ପାନୀ ହୋଇଥିବା ବେଳେ ଏହାର ମାଲିକ ଥିଲେ ବ୍ରିଜ ମୋହନ ମୋଞ୍ଜାଲ । ଜାହାକୁ ସେ 1956 ମସିହାରେ ନିର୍ମାଣ କରିଥିଲେ। 1975 ବେଳକୁ ଏହା ଭାରତ ର ସବୁଠାରୁ ବଡ ସାଇକେଲ ନର୍ମାଣ କାରୀ କମ୍ପାନୀ ଭାବେ ପରିଚିତ ହେଲା ।

Hero Honda

ତେବେ ହିରୋ ସାଇକେଲ ର ଚାହିଦା ଭାରତ ସହିତ ବିଦେଶ ରେ ମଧ୍ୟ ଅଧିକ ଥିଲା । ତେବେ ଭାରତ ରେ ଲୋକ ମାନଙ୍କ ପାଖରେ କେବଳ ଲୁନା ଏବଂ ସ୍କୁଟର ରହିଥିଲା । କୈଣସି ବି ଗାଡି ସେତେ ବେଳେ ଆମ ଦେଶକୁ ଆସିନଥିଲା । ସେହି ସମୟ ରେ ବ୍ରିଜ ମୋହନ ମୋଞ୍ଜାଲ ଭାରତ ର ଲୋକ ମାନଙ୍କୁ ମୋଟର ସାଇକେଲ ଭେଟି ଦେବାକୁ ଚାହିଁଥିଲେ । ହେଲେ ଇଞୀନ ବନେଇବା ପାଇଁ ତାଙ୍କ ପାଖରେ କୌଣସି ବି ଟେକ୍ନୋଲୋଜି ନଥିବା ବେଳେ ବିଦେଶ ର ଏକ କମ୍ପାନୀ ସହ ମିଶି ବାଇକ୍ ବନେଇବା ପାଇଁ ଚାହୁଁଥିଲେ ।

ସେହି ସମୟ ରେ ବ୍ରିଜ ମୋହନ ମୋଞ୍ଜାଲ ଜାପାନ ର ଏକ କମ୍ପାନୀ ସହ ହାତ ମିଶେଇ ଥିଲେ ଜାହାର ନାମ ହୋଣ୍ଡା ଥିଲା । ତେବେ ସେହି ସମୟ ରେ ଏହି ଦୁଇଟି କମ୍ପାନୀ ମିଶି ଭାରତ ଲୋକ ମାନଙ୍କୁ ହିରୋହୋଣ୍ଡା ବାଇକ୍ ନିର୍ମାଣ କରି ଦେଲେ । ଲୋକ ମାନେ ହିରୋ ହୋଣ୍ଡା ଗାଡି ଚଳେଇବାକୁ ଲାଗିଲେ । ଜାପାନର ମୁଦ୍ରା ବୃଦ୍ଧି ପାଉଥିବାରୁ ଜାପାନରୁ ଆସୁଥିବା ଗାଡିର ସବୁ ପାର୍ଟ୍ସର ମୂଲ୍ୟ ବଢିବାକୁ ଲାଗିଲା ତେଣୁ ହିରୋ ହୋଣ୍ଡା ଗାଡିକୁ କମ ମୂଲ୍ୟରେ ବିକିବା ଦୁଇ କମ୍ପାନୀ ପାଇଁ କଷ୍ଟକର ହୋଇଗଲା ।

hero

ଏହା ସହିତ ମାର୍କେଟ କୁ ଅନେକ କମ୍ପାନୀ ଆସିଗଲା । ତେବେ ହୋଣ୍ଡା ଅନ୍ୟ ଦେଶ ମାନଙ୍କରେ ନିଜର ଗାଡି ବୀକ୍ରି କରୁଥିବା ବେଳେ ହିରୋ ହୋଣ୍ଡା ବାଇକ୍ ସେ କେବେ ଅନ୍ୟ ଦେଶରେ ବୀକ୍ରି କରିବାକୁ ଦେଲା ନାହିଁ । ଏହି ତିକ୍ତତା ବଢିବା ପରେ ହିରୋ ନିଜର ଇଞୀନ ନିର୍ମାଣ କରିବା ଆରମ୍ଭ କରିଲା ଏହା ପରେ ଦୁଇ କମ୍ପାନୀ ଅଲଗା ହୋଇଗଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *