କାହିଁକି ବଢୁଛି ସିଜରିଆନ ଡେଲିଭରି ? ଦେଖନ୍ତୁ କଣ କୁହନ୍ତି Dr Jaya Prakash Pani

delivery

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବିକାଶ ଶୀଳ ଦେଶ ସିଜରିଆନ ଡେଲିଭରି ବହୁତ ବଢି ଚାଲିଛି । ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କ ପାଖକୁ ନେଇ ଆସିଛୁ ବିଶିଷ୍ଟ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ୍ୟ ଡାକ୍ତର ଜୟ ପ୍ରକାଶ ପାଣି ଜାହାଁଙ୍କ ମୁହଁରୁ ଜାଣିବା କଣ ପାଇଁ ସିଜରିଆନ ଡେଲିଭରି ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏହିଥିରେ କଣ ପାର୍ଶ୍ୱପ୍ରତିକ୍ରିୟା ଦେଖିବା ପାଇଁ ମିଳେ । ଏହା ସହିତ ସିଜରିଆନ ଡେଲିଭରି ପରେ କେମିତି ଯତ୍ନ ନେବା ଜରୁରୀ ଅଟେ ।

ତେବେ ବନ୍ଧୁଗଣ ସିଜରିଆନ ଡେଲିଭରି ସବୁ ବେଳେ ଦୁଇ କାରଣ ରୁ ହୋଇଥିବାର ଦେଖିବା ପାଇଁ ମିଳେ । ଯେମିତି କିଛି କ୍ଷେତ୍ର ରେ ମାଆ ର ଉଚ୍ଛତା କମ୍ ରହିଥାଏ । ବା ମାଆ ର ଯଦି ଡାଇବେଟିସ ଏବଂ କଣ୍ଡିସନ ଖରାପ ରହିଥାଏ । ତେବେ ସେହି ପରି କ୍ଷେତ୍ର ରେ ସିଜରିଆନ ଡେଲିଭରି ହୁଏ । ସେହି ପରି ମାଆ ଗର୍ଭାଶୟ ରେ ପିଲାଟି ଓଲଟା ବୁଲୁଜାଇଛି ତେବେ ବି ସିଜରିଆନ ଡେଲିଭରି କରିବାକୁ ପଡେ ।

women

ବେଳେ ବେଳେ ଶିଶୁ ର ବେକରେ ବା କୈଣସି ଅଙ୍ଗରେ କୈଣସି କିଛି ନଳୀ ବା ଶୀର ଗୋଡେଇ ହୋଇ ରହିଲେ ବି ସିଜରିଆନ ଡେଲିଭରି ହୋଇଥାଏ । ଏହି ପରି କ୍ଷେତ୍ର ରେ ଶିଶୁର ଜିବନ ପ୍ରତି ବିପଦ ରହିଥାଏ । ଏହା ସହିତ କିଛି ମହିଳା ଏମିତି ରହିଥାଏ ଯେଉଁ ମାନେ ପ୍ରସବ ପୀଡା ନେବାକୁ ଚାହୁଁନାହାଁନ୍ତି । ସେହି ପରି ମହିଳା ମାନଙ୍କ କ୍ଷେତ୍ର ରେ ସିଜରିଆନ ଡେଲିଭରି ହୁଏ ।

ସେହି ପରି ବନ୍ଧୁଗଣ ଯଦି ମାଆ ର ପ୍ରସବ ପୀଡା ଆରମ୍ଭ ହେବା ପରେ ବି ଶିଶୁ ବାହାର କୁ ଆସି ପାରୁନାହିଁ । ସେହି ପରି ବେଳେ ମାଆ ର ସିଜରିଆନ ଡେଲିଭରି କରାଜାଇ ଥାଏ । ସେମିତି ରେ ସିଜରିଆନ ଡେଲିଭରି ସହିତ କୈଣସି ବୟସ ର ସାମଞସ୍ୟ ନାହିଁ । ହେଲେ ବି ଯଦି କୈଣସି ମହିଳା ମାନେ 35 ବର୍ଷ ପରେ ଡେଲିଭରି କରିଥାନ୍ତି ତେବେ ସେହି ପରି କ୍ଷେତ୍ର ରେ ସିଜରିଆନ ଡେଲିଭରି ଦେଖିବା ପାଇଁ ମିଳେ ।

ତେବେ ଏହି ସିଜରିଆନ ଡେଲିଭରି ର 6 ଘଣ୍ଟା ପୂର୍ବରୁ ପେସେଣ୍ଟ କୁ ଖାଇବା କୁ ମନା କରାଜାଇଥାଏ । ଏବଂ ପରେ ଅପରେସନ ହେବାର 2 ରୁ 3 ଘଣ୍ଟା ମଧ୍ୟରେ ରୋଗୀ କୁ ସେମିତି କିଛି ଦିଆଯାଏ ନାହିଁ ହେଲେ ପରେ ଲିକୁଇଡ ଏବଂ କିଛି ଖାଦ୍ୟ ଦିଆଯାଏ । ଏବଂ ପରେ ଧିରେ ଧିରେ ମାଆ ଗୋଟିଏ ରୁ ଦୁଇ ଦିନ ମଧ୍ୟରେ ଚାଲିବାକୁ ଆରମ୍ଭ କରିଦିଏ ।

women

ତେବେ ସିଜରିଆନ ଡେଲିଭରି ଏକ ଏପରି ପ୍ରସେସ ଯେଉଁଥିରେ ଶିଶୁ କୁ ପେଟ କଟାଜାଇ ବାହାର କରାଯାଏ । ଏହା ଡେଲିଭରି ପରେ ଆପଣ ମାନେ ପୂର୍ବ ପରି ସବୁ କିଛି ଖାଇ ପାରିବେ । ହେଲେ ଏହି ସମୟ ରେ ପାଣି ଟିକିଏ ଅଧିକ ପିଇବା ଜରୁରୀ ଅଟେ । ଏହା ସହିତ ସଂମ୍ପର୍ଣ୍ଣ 45 ଦିନ ପର୍ଯ୍ୟନ୍ତ ଗର୍ଭଧାରଣ କରିଥିବା ମହିଳା ଙ୍କୁ କେବେ ବି ଏକ୍ସସାଇଜ କରିବା କଥା ନୁହେଁ । ହେଲେ ଏହା ପରେ ସେ ସବୁ କିଛି ଚାହିଁଲେ କରି ପାରିବେ ।

ବନ୍ଧୁଗଣ ଆଜିର ସମୟ ରେ ସିଜରିନ ରେ ସେମିତି କୈଣସି ଅସୁବିଧା ଦେଖିବାକୁ ମିଳୁନାହିଁ । ହେଲେ ଏହି ସିଜରିଆନ ଡେଲିଭରି ଗୋଟିଏ କେବଳ ଅସୁବିଧା ଦେଖିବା ପାଇଁ ମିଳେ କି ଆପଣ ମାନେ ଭବିଷ୍ୟତ ରେ ଆପଣ ମାନେ ତିନି ରୁ ଅଧିକ ପିଲା ଜନ୍ମ କରି ପାରିବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *