କାହିଁକି ହୋଇଥାଏ Thyroid ରୋଗ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା, ଦେଖନ୍ତୁ କଣ କୁହନ୍ତି Dr Sambit Das

Thyroid

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଥାଇରଏଡ ଏକ ଅନ୍ତସ୍ରାବୀ ଗ୍ରନ୍ଥି ଅଟେ ଯାହା ଆମ ଗଳାର ଆଗ ପାର୍ଶ୍ଵରେ ଥାଏ । ଶରୀରର ତାପମାତ୍ରା ମଧ୍ୟ ଥାଇରଏଡ ଯୋଗୁ ନିୟନ୍ତ୍ରଣ ହୋଇଥାଏ । ଥାଇରଏଡ ଗ୍ରନ୍ଥିରୁ ଏକ ପ୍ରକାର ହରମୋନ ବାହାରିଥାଏ । ଯଦି ସେହି ହରମୋନ ଅଧିକ କିମ୍ବା କମ୍ ପରିମାଣରେ ବାହାରିଥାଏ । ତେବେ ଏହି ଥାଇରଏଡରେ ରୋଗ ହେବାର ସମ୍ଭାବନା ଥାଏ ।

ଯଦି ଗ୍ରନ୍ଥିରୁ ଅଧିକ ହରମୋନ ବାହାରିଲା ତେବେ ଏହାକୁ ହାଇପରଥାଇରୋଡିସିମ କୁହା ଯାଇଥାଏ । ଯଦି କମ୍ ପରିମାଣ ରେ ହନମୋନ ରିଲିଜ ହେଲା ତେବେ ଏହାକୁ ହାଇପୋଥାଇରଏଡଜିମ କୁହାଯାଏ । ସେହି ପରି ଯଦି ସେହି ଗ୍ରନ୍ଥି ରେ ସାଇଜଟା ବଢିଯାଏ ତେବେ ସେହିସବୁ କୁ ଗଳଗଣ୍ଡ ରୋଗ ବୋଲି କୁହାଯାଏ । ଯଦି ଗଳାରେ କ୍ୟା-ନସର ହୋଇଥାଏ । ତେବେ ତାହାକୁ ଥାଇରଏଡ କ୍ୟନସର ବୋଲି କୁହାଯାଏ ।

Thyroid

ବହୁତ ସମୟ ରେ ଲୋକ ମାନଙ୍କୁ ହାଇପୋ-ଥାଇରଏଡଜିମ ରୋଗ ହୋଇଥାଏ । ଯଦି ଗ୍ରନ୍ଥି ରୁ ହୋରମନ T3 ଏବଂ T4 କମିଯାଏ । ତେବେ ଶରୀର ରେ ମେଟାବୋଲିଜିମ୍ ସ୍ଲୋ ହୋଇଯାଏ ବହୁତ ସମୟ ରେ ସ୍ତ୍ରୀ ଲୋକ ମାନଙ୍କ ପାଖରେ ଏହି ରୋଗ ଦେଖିବାକୁ ମିଳେ । ଏହି ରୋଗର ଲକ୍ଷଣ ହେଲା କେଶ ଉପୁଡିବା , ଓଜନ ବଢିବା ଚର୍ମ ଶୁଷ୍କ ହେବା ଦୂର୍ବଳ ଅନୁଭବ କରିବା ଯଦି ଗ୍ରନ୍ଥି ରୁ ହୋରମନ ଅଧିକ କ୍ଷରଣ ହୁଏ ତେବେ ଏହାକୁ ହାଇପର ଥାଇରଏଡଜିମ ରୋଗ କୁହାଯିବ । ଏହାର ଲକ୍ଷଣ ହେଲା ଓଜନ କମିବା ହାତ ପାଦ ବଡ ବଡ ଦେଖାଯିବା ତେବେ ଆୟୋଡିନ ଅଭାବରୁ ମଧ୍ୟ ଏହି ରୋଗ ହୋଇଥାଏ ।

ଯେଉଁ ବ୍ୟକ୍ତିର ଗଳା ରେ କିଛି ସମସ୍ୟା ଆସିଥାଏ ତେବେ ସେମାନଙ୍କୁ ଡାକ୍ତର ଙ୍କ ସହିତ ପରାମର୍ଶ ନେବା ଜରୁରୀ ଅଟେ । ଆଗ ଡାକ୍ତର ତାହାର କେତେ ଗୁଡିଏ ପରିକ୍ଷା କରିଥାନ୍ତି । ଯଦି ସେଥିରେ TSHର ପରିମାଣ ବଢିକି ଥାଏ । ତେବେ ତାହାକୁ ହାଇପାର ଥାଇରଏଡଜିମ୍ ଏବଂ ଯଦି TSH କମିକି ଥାଏ । ତେବେ ହାଇପାର ଥାଇରଏଡଜିମ୍ ବୋଲି କୁହାଯାଇଥାଏ । ହାଇପାର ଥାଇରଏଡ ରୋଗରେ ବାହାରୁ ହରମୋନ ଦେବାକୁ ପଡିଥାଏ, ଯାହାକୁ ଥାଇରକ୍ସିନ କୁହାଯାଇଥାଏ ।

ଛୁଆମାନଙ୍କ କ୍ଷେତ୍ରରେ ମଧ୍ୟ ଥାଇରଏଡ ରୋଗ ହେବାର ସମ୍ଭାବନା ଥାଏ। ଛୋଟ ବେଳୁ ଆୟୋଡିନ ଜନିତ ପୁଷ୍ଟି ଅଭାବରୁ ଏହି ଥାଇରଏଡ ରୋଗର ଶୀକାର ହୋଇଥାଏ। ଏହିପରି କ୍ଷେତ୍ରରେ ବିଳମ୍ବ ନକରି ଯେତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହୋଇଥାଏ । ତେବେ ଗର୍ଭବତୀ ମହିଳା ଙ୍କ ପାଖରେ ଏହି ଥାଇରଏଡ ଜନିତ ସମସ୍ୟା ଦେଖାଗଲେ ସେ ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ସେ ମେଡିସିନ ସେବନ କରିଥାନ୍ତି ।

Thyroid

ତେବେ ଏହି ଥାଇରଏଡ ସମସ୍ୟା ହେଲେ ବହୁତ କିଛି ଜିନିଷ ସେବନ କରିବାକୁ ମନାକରାଯାଏ ଫୁଲକବି , ବନ୍ଧାକବି ଏବଂ ସୋୟା ଏହି ସବୁ କୁ ଖାଇବାକୁ ମନାକରାଯାଏ । କିନ୍ତୁ ଏହା ସେବନ କରିବା ଦ୍ୱାରା କିଛି ମଧ୍ୟ ସମସ୍ୟା ହୋଇନଥାଏ । ଯଦି ଆପଣ ଏହାର ବହୁଳ ସେବନ କରିଥିଲେ ତେବେ ଏହିଥି ପାଇଁ ଆପଣ ମାନେ ସଚେତନ ରହିବେ । ଯଦି ଆପଣ ମାନଙ୍କୁ ଥାଇରଏଡ ରହିଥାଏ ତେବେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଆପଣ ମାନେ ଔଷଧ ର ସେବନ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *