ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗକୁ 24 ନିର୍ବାଚନ ଏହିଥି ପାଇଁ ରାଜ୍ୟରେ ତିିନି ଦଳ ପ୍ରସ୍ତୁତ ହୋଇ ପଡିଛନ୍ତି । ଆଉ ଏହାକୁ ନେଇ ତିନି ଦଳ ଅନେ ପ୍ରଶଂଙ୍ଗ କୁ ସାମ୍ନା କରିବେ । ହେଲେ ଶାସକ ଦଳ ପାଇଁ ଏହା ବହୁତ ବଡ ସମସ୍ୟା ଅଟେ । ଏହି ସବୁ ସମସ୍ୟା ଆଗାମୀ ଦିନରେ ମୁଣ୍ଡ ଟେକେଇ ଉପର କୁ ଉଠିବ । ଏବଂ ବହୁତ ମଧ୍ୟ ଅସୁବିଧା କରିବ । ତେବେ ବିଜେଡି ଦିନ କୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ନିଜର ସଂଙ୍ଗଠିତ ଦାୟୁତ୍ୱ ମାନଙ୍କୁ ସୁଚାର ରୂପେ ସେମାନେ ନିଭାଉଛନ୍ତି । ଦେଖିବା ପାଇଁ ଗଲେ 24 ନିର୍ବାଚନ ରେ ବିଜେଡି ସଂମ୍ପର୍ଣ୍ଣ ପ୍ରସ୍ତୁତ ରହିଛି ।
ହେଲେ ଏହା ଭିତରେ ରାଜନୈତିକ ମହଲ ରେ ଆଶଂକା ଘୁଟି ଆସିଛି । ତେବେ ହୁଏତ ଏହି ଛୋଟ ସମସ୍ୟା ଆଗାମୀ ସମୟ ରେ ବଡ ବୃକ୍ଷ ହୋଇପାରେ । ତେବେ ସେହି ପ୍ରସଙ୍ଗ ହେଲା ଆମଦାନୀ ନେତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ବରିଷ୍ଟ ନେତା ମାନେ ବିଜେଡି ରେ ଯୋଗ ଦେଇଥିଲେ । ଏବଂ ଏହାକୁ ନେଇ ଆକଳନ କରାଯାଉଥିଲା କି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଫାଇଦା ହେବ । ହେଲେ କୋରାପୁଟରେ ବିଜେଡିର ଏହି ଗୁରୁମନ୍ତ୍ର କାମ ଦେଇ ନାହିଁ । ବଂର ଆମଦାନୀ ନେତା ପାଇଁ ବିଜେଡିରେ ଗୋଷ୍ଟି କନ୍ଦଳ ଏବେ ବଢିବାରେ ଲାଗିଛି ।
ଏହି ଗୋଷ୍ଟୀ କନ୍ଦଳର ମୂଳ କାରଣ ହେଉଛି ପୁରୁଣା ନେତାଙ୍କୁ ଅଣଦେଖା ଏବଂ ଦଳଡିଆଁ ନେତାଙ୍କୁ ଗୁରୁତ୍ୱ । ପଞ୍ଚାୟତ ନିର୍ବାଚନରେ ନବୀନଙ୍କ ଯାଦୁ କୋରାପୁଟରେ କାମ ନକରିବା ଆଉ ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋରାପୁଟ ବିଜେଡିରେ ଆଗରୁ ଅନେକ ବରିଷ୍ଠ ନେତାଙ୍କ ଭିତରେ ଅସନ୍ତୋଷ ରହିଥିବା ଚର୍ଚ୍ଚା ହୋଇଛି । ହେଲେ ଗତ କାଲି ଏହି ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । କୋରାପୁଟରେ ବିଜେଡିର ଗୋଟିଏ ଗୋଷ୍ଟୀ ରବିବାର ଦିନ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ଏହି ବୈଠକରେ ନେତୃତ୍ୱ ପରିବର୍ତ୍ତନ ପାଇଁ କିଛି ନେତା ଖୋଲାଖୋଲି ସ୍ୱର ଉଠାଇଥିବା ଜଣାପଡିଛି ।
ଜିଲ୍ଲା ବିଜେଡି ସଭାପତି ଏବଂ ଉପସଭାପତିଙ୍କ ଅନୁପସ୍ଥିତିରେ ମଧ୍ୟ ଏହି ବୈଠକ ଆୟୋଜନ ହେବା ଦଳ ପାଇଁ ଯୋଗାଇଛି ଏକ ନୂଆ ଖୋରାକ । ତେବେ ରବିବାର ଦିନ ସକାଳେ କୋରାପୁଟ ଜିଲ୍ଲା 5ଟି ଜାକ ବିଧାନ ସଭା ନିର୍ବାଚନ ମଣ୍ଡଳୀ କିଛି ଜଣା ସୁଣା ଏବଂ ବରିଷ୍ଟ ବିଜେଡି ନେତା କୋରାପୁଟ ରେ ଏକାଠୀ ହୋଇଥିଲେ । ଯୁବ ଛାତ୍ର ସଂଙ୍ଗଠନ କିଛି ନେତା ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଛନ୍ତି । ତେବେ ଦଳର ପୁରୁଣା ନେତା ତଥା ଦଳ ଆରମ୍ଭ ହୋଇଥିବା ଦିନ ଠାରୁ ସଂଙ୍ଗଠନ ପାଇଁ କରୁଥିବା ଦଳର ଅଣଦେଖା କରୁଥିବା ନେଇ ଏହି ବୈଠକ ରେ ଆଲୋଚନା ହେଉଥିଲା ।
ଅନ୍ୟ ଦଳ ମିଶୁଥିବା ନେତାଙ୍କୁ ବର୍ତମାନ । ଗୁରୁତ୍ୱ ଦିଆଜାଇ ଥିବା ଖୋଲା ଖୋଲି ଭାବେ ଅଭିଯୋଗ କରାଜାଇ ଥିଲା । ଦଳର କିଛି ଛାମୁଆ ନେତାଙ୍କ କାର୍ଯ୍ୟକଳାପ କୁ ଅସନ୍ତୋସ କରାଜାଇଥିବା ଜଣା ପଡିଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟ ର ବହୁ ଟାଣୁଆ କଂଗ୍ରେସ ନେତା ଯେତିକି ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ ଚନ୍ଦ୍ରଶେଖର ମାଝୀଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ବିଜେଡିରେ ମିଶିଥିଲେ ।
ତେବେ ଏହି ଆମଦାନୀ ନେତାମାନଙ୍କୁ ହାଈ କମାଣ୍ଡ ଗୁରୁତ୍ୱ ଦେଇ ପୁରୁଖା ନେତାଙ୍କୁ ଅଣଦେଖା କରୁ ନାହାନ୍ତି ତ । ତେବେ ଏହି ଗୋଷ୍ଟୀ କନ୍ଧଳ ବିଜେଡି ରେ ହୋଇଥିବା ଅନେକ ଷଢଯନ୍ତ୍ର ର ପର୍ଦାଫାସ କରିଛି । ପଞ୍ଚାୟତ ନିର୍ବାଚନ କୋରାପୁଟ କୁ ବିଜେଡି ର ଗଡ କୁହାଜାଉ ଥିବା ବେଳେ ଏଠାରେ କଂଗ୍ରେସ ବାଜିମାତ କରିଥିଲା । ସବୁଠାରୁ ବଡ ଆଶ୍ଚର୍ଯ୍ୟ ଜନକ କଥା ହେଲା କି ବିଜେଡି ସାଂଗଠନିକ ସ୍ଥିତି ବର୍ତମାନ ମଜବୁତ ଥାଇ ମଧ୍ୟ କାହିଁକି କୋରାପୁଟ ରେ ହାରିଲା ବିଜେଡି । ତେବେ ଏହା ପଛରେ ଆମଦାନୀ ନେତା କି ଅସନ୍ତୁଷ୍ଟ ନେତା କିଏ ରହିଛନ୍ତି ତାହାକୁ ନେଇ ଗୋଟିଏ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି ।
ତେବେ ଦଳର ନେତୃତ୍ୱ ବିରୋଧରେ ଏଭଳି ଖୋଲା ଆଲୋଚନା ଚାଲିଥିବାରୁ କିଛି ନେତା ସୁଯୋଗ ଦେଖି ସେହି ବୈଠକରୁ ଚୁପଚାପ ଚାଲି ଆସିଥିବା ଖବର ମିଳିଛି । ଏ ନେଇ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ପକ୍ଷରୁ କୈଣସି ସୂଚନା ପାଇନାହାନ୍ତି । ଅନ୍ୟ ପକ୍ଷରେ ବିଜେଡିର ଯେଉଁ ଗୋଷ୍ଟୀ ଏହି ବୈଠକ କରାଇଥିଲା ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ପ୍ରସ୍ତୁତ ହେଉନାହିଁ ।