‘ନବୀନଙ୍କୁ ପୁରସ୍କାର ଦେଲା କିଏ? ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ’

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗ ଆଜି ଫେରୁଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଦିଲ୍ଲୀ ରେ କେପିଟାଲ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଲାଇଫ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ପରେ ପ୍ରତ୍ୟାବର୍ତନ କରିଛନ୍ତି ମୂଖ୍ୟମନ୍ତ୍ରୀ । ସ୍ୱାଗତ କରିବାକୁ ବିଜେଡି ପକ୍ଷ ରୁ ବ୍ୟାପକ ପ୍ରସ୍ତୁତି କରାଜାଇଛି । ତେବେ ଭୁବନେଶ୍ୱର ଦଳର ବିଶାଳ ରାଲି କାର୍ଯ୍ୟକ୍ରମ ରହିଛି । ତେବେ ଏହିଥି ପାଇଁ ହୋଇଛି ଖାସ ଆୟୋଜନ ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆଜି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ।

ଏୟାର ପୋର୍ଟରୁ ନବୀନ ନିବାସ ପର୍ଯ୍ୟନ୍ତ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଞ୍ଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଗୋଟିଏ ଟିମ୍। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ରାଜଧାନୀକୁ ଆଣିବା ପାଇଁ ବିଧାୟକ ମାନଙ୍କୁ ଦିଆଯାଇଛି ଦାୟିତ୍ୱ। 2018 ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇଥିଲା ଠିକ୍ ସେହି ଢାଞ୍ଚାରେ ଏଥର ବି ବଡ଼ ଆୟୋଜନ କରିଚି ଦଳ ।

Naveen

ତେବେ ମୂଖ୍ୟମନ୍ତ୍ରୀ ଫେରିବା ବେଳେ ତାଙ୍କର ସୁରକ୍ଷା ପାଇଁ ଅଧିକ ଗୁରୁତ୍ୱ ଦିଆଜାଇଛି । ତେବେ ନବୀନ ଙ୍କ ଏହି କାର୍ଯ୍ୟକ୍ରମ ରେ ଅଧିକ ସଂଖ୍ୟକ ଲୋକ ମାନେ ସମାଗମ ହେବେ । ଯେଉଁଥି ପାଇଁ କମିଶନ ରେଟ ପୋଲିସ ପକ୍ଷ ରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ମୂଖ୍ୟ ମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ରେ 50 ହଜାର ରୁ ଅଧିକ ଲୋକ ଆସିବାର ଅନୁମାନ କରିଛି ପୋଲିସ । ସେହିଥି ପାଇଁ ଭୀଡ ନିୟନ୍ତ୍ରଣ କରିବା ଲାଗି ସବୁ ଛକ ରେ ପୋଲିସ ଜଗିଛି ।

ସ୍ୱତନ୍ତ୍ର ଟ୍ରାଫିକ ସହିତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଜାଇଛି ସେହିଥି ପାଇଁ ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଆସିବାକୁ ଏୟାରପୋର୍ଟ ଅଥରିଟିକୁ କୁହାଯାଇଛି। ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ 3 ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଂଚିବେ। ଆଇନଶୃଙ୍ଖଳା ଦାୟିତ୍ୱରେ 8 ଡିସିପିଙ୍କ ସହ 16 ଏସିପି ଏବଂ 30 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ। ମୂଖ୍ୟ ମନ୍ତ୍ରୀ ଙ୍କ ବିଶାଳ ସ୍ୱାଗତ କାର୍ଯ୍ୟକ୍ରମ କୁ ନେଇ ଏବେ ରାଜନୀତି ସରଗମ୍ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କି ଏହି ପୁରସ୍କାର ଦେଲା କିଏ ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ। ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ରହିଛି ଯେଉଁମାନେ ପୁରସ୍କାର ଦେଇଥାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଆଜି ଯାଏ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ ସରକାର ।

Narsingh Mishra

22 ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି ତା ହେଲେ ଏହା କଣ ସଫଳତା କି ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। 2024 ରେ କିପରି ନିର୍ବାଚନ ଜିତିବେ ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି।

ତେବେ ବିଜେଡିର ଯୁକ୍ତି ଯେ ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା ହେଉ କି ଦାରିଦ୍ର୍ୟ ଦୂରୀକରଣ। ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ତେବେ ବନ୍ଧୁଗଣ ଏହି ପୁରସ୍କାର ଆମ ମୂଖ୍ୟ ମନ୍ତ୍ରୀ ପାଇବା ନେଇ ଆପମଣ ମାନଙ୍କ ମତାମତ କଣ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *