ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ତରଫରୁ ଅନେକ ଗୁଡିଏ ସ୍କିମ୍ ରହିଛି । ଖାସ୍ କରି ଆବାସ ପାଇଁ ବିଜୁ ପକ୍କାଘର ଏମିତିକି କେନ୍ଦ୍ର ସରକାର ତରଫରୁ ପି.ଏ.ଏମ୍ ଆବାସ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ମଧ୍ୟରେ ସରକାର ଆଉ ଏକ ନୂଆ ସ୍କିମ୍ ଆଣିଛନ୍ତି । ଯାହାର ନାମ ହେଉଛି ହାଉସିଂ ଫର ଅଲ । ତେବେ ଏହି ସ୍କିମ୍ ରେ ସମସ୍ତଙ୍କୁ ମିଳିବ ପକ୍କାଘର । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।
ତେବେ ରାଜଧାନୀରେ ଆଉ ସ୍ୱପ୍ନ ହେବନି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ଉପରେ ଛାତ । ସେମାନଙ୍କୁ ରିହାତି ଦରରେ ମିଳି ପାରିବ ମୁଣ୍ଡ ଗୁଞ୍ଜିବାକୁ ଘର । ଦୁର୍ବଳ ଆର୍ଥିକ ଶ୍ରେଣୀର ଲୋକଙ୍କ ଘର ଯୋଜନାକୁ ସାକାର କରିବା ଲାଗି ବିଡିଓ ଆଣିଛି ନୂଆ ସ୍କିମ୍ ହାଉସିଂ ଫର ଅଲ ।
ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହେଉ ହାଉସିଂ ପ୍ରଜେକ୍ଟ ସବୁଥିରେ ନିମ୍ନ ମଧ୍ୟମିତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା । ତେବେ ସରକାରୀ ପ୍ରଜେକ୍ଟରେ ୨୦ପ୍ରତିଶତ ଏବଂ ବେସରକାରୀ ପ୍ରଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।
ଏଥିପାଇଁ ହାଉସ ଆଲଣ୍ଟମେଣ୍ଟ ସିଷ୍ଟମ ନାଁରେ ଏକ ଆର୍ଥ ମଧ୍ୟ ଲଞ୍ଚ କରିଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ତେବେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସର୍ବନିମ୍ନ ୩୩୦ ରୁ ୩୫୦ ସ୍କୋୟାର ଫୋର୍ଟ ଓ ନିମ୍ନ ଆୟ ବର୍ଗଙ୍କ ପାଇଁ ଘର ପରିସୀମା ସର୍ବନିମ୍ନ ୫୫୦ ସ୍କୋୟାର ଫୋର୍ଟ ରହିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।