୧ ତାରିଖରୁ ଦେବାକୁ ପଡିବନି ଫାଇନ! ପୁଣି ଆସିଲା ନୂଆ ନିୟମ |

Number plate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ । ଧାର୍ଯ୍ୟ ତାରିଖ ସୁଧା ବୁକିଂ କରିଥିଲେ ଦେବାକୁ ପଡିବନି ଫାଇନ୍ । ଚେକିଂ ବେଳେ କିନ୍ତୁ ଦେଖାଇବାକୁ ହେବ ଅନଲାଇନ ବୁକିଂ ସ୍ଲିପ । ଏଯାଏଁ ହାଇ ସିକୁରିଟି ରେଜିଷ୍ଟେସନ ପ୍ଲେଟ ଲଗାଇ ନଥିବା ଗାଡି ଚାଳକଙ୍କ ପାଇଁ ଏପରି ଆଶ୍ୱସ୍ତିକର ଖବର ଦେଇଛି ରାଜ୍ୟ ସଡକ ପରିବହନ ପ୍ରାଭିକରଣ ।

ଏସଡିଓ ପାଖରୁ କୁହାଯାଇଛି ଯଦି ଆପଣ ହାଇ ସିକୁରିଟି ରେଜିଷ୍ଟେସନ ପ୍ଲେଟ ପାଇଁ ଆବେଦନ କରିଛନ୍ତି ଆଉ ଆପଣଙ୍କ ହାତରେ ଆବେଦନର ରସିଦ୍ ରହିଛି ତାହାଲେ ଆପଣଙ୍କୁ ଫାଇନ୍ ଦେବାକୁ ପଡିବ ନାହିଁ । ତେଣୁ ଅବଧି ସମୟ ପୂର୍ବରୁ ଏଥିପାଇଁ ସ୍ଲଟ ବୋକ କରିବାକୁ କୁହାଯାଇଛି । କିନ୍ତୁ ଡେଲ ଲାଇନ୍ ପାର ହୋଇଯିବା ପରେ ଯଦି ଗାଡିରେ ହାଇ ସିକୁରିଟି ନମ୍ବର ପ୍ଲେଟ ନଥିବ କିମ୍ବା ହାତରେ ଆବେଦନ କରିବାର ରସିଦ୍ ନଥିବ ତାହାଲେ ୫ ହଜାରରୁ ୧୦ ହଜାର ଯାଏ ଫାଇନ୍ ଗଣିବାକୁ ପଡିବ।

Number plate

କାରଣ ଅକ୍ଟୋବର ପହିଲାରୁ ଆରମ୍ଭ ହେବ କଡା ଚେକିଂ । ୧,୨,୩,୪ ନଂ ରେ ଶେଷ ହେଉଥିବା ଗାଡି ଗୁଡିକ ପାଇଁ ୩୦ ସେପ୍ଟେମ୍ବର ଆବେଦନ ଶେଷ ତାରିଖ । ସେହିପରି ଶେଷରେ ୫,୬ ନଂ ଥିଲେ ଅକ୍ଟୋବର, ୭,୮ ଥିଲେ ନଭେମ୍ବର, ୯ କିମ୍ବା ୦ ନଂ ଥିବା ଗାଡି ଗୁଡିକ ଡିସେମ୍ବର ଶେଷ ସୁଧା ହାଇ ସିକୁରିଟି ରେଜିଷ୍ଟେସନ ନଂ ପ୍ଲେଟ ଲଗାଇବା ନେଇ ରହିଛି ଡେଲ ଲାଇନ୍ ।

ନୂଆ ନଂ ଆସିଲା ପରେ ବି କମିନି ଲୋକଙ୍କ ଟେନସନ । କାରଣ ଆବେଦନ କରିବା ପାଇଁ ସ୍ଲଟ ମିଳୁ ନାହିଁ । ୬୦ ଦିନର ଅବଧି ମଧ୍ୟରେ ସ୍ଲଟ ମିଳୁଥିବା ବେଳେ ଏବେ ସୁଧା ଯେଉଁ ସଂଖ୍ୟାରେ ଆବେଦନ କରିଛନ୍ତି ସବୁ ସ୍ଲଟ ବୁକିଂ ସରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *