2024ରେ ଖୋଲା ଯିବା କୋଣାର୍କର ମୁଖଦ୍ଵାର… ଆସିବ ମହା ପ୍ରଳୟ, ମାଳିକା ବଚନ ହେବ ସତ, ସାରା ଓଡ଼ିଶାରେ… Konark ମନ୍ଦିର ରହସ୍ୟ

Konark 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋଣାରକ ମନ୍ଦିର ମୂଖ୍ୟ ଦ୍ୱାର ଖୋଲିବା ନେଇ ଅନେକ ତର୍କ ବିତର୍କ ଲାଗି ରହିଛି । ତେବେ କଣ ଏହା 2024 ରେ ଖୋଲିବା ପାଇଁ ଯାଉଛି ନା ଏହି ଦ୍ୱାର ଖୋଲିଲେ ମହାପ୍ରଳୟ ଆସିଯିବ । ଏମିତି ଅନେକ ପ୍ରଶ୍ନ ଆପଣ ମାନଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ଜାଣିନେବା ଏହି ଐତିହ ସ୍ଥଳ ବିଷୟ ରେ । ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଭାରତ ରେ ରହିଥିବା କିଛି ଅଦ୍ଭୁତ ଏବଂ ରହସ୍ୟ ମୟ ମନ୍ଦିର ମଧ୍ୟରୁ ସୂର୍ଯ୍ୟ ମନ୍ଦିର ଅନ୍ୟତମ ଅଟେ । ଏହା ପୁରୀ ଜିଲ୍ଲାରେ ଅବସ୍ଥିତ ଅଟେ । ତେବେ ଏହି ମନ୍ଦିର ମଧ୍ୟରେ ଲୁଚି ରହିଛି ଅନେକ ରହସ୍ୟ ମୟ କାହାଣୀ ।

ତେବେ ଏଠାରେ ଇତିହାସ କହେ ଯେ 1250 ଖ୍ରୀଷ୍ଟାଦ୍ଦ ରେ ରାଜା ନରସିଂହଦେବ ଏହି ମନ୍ଦିର କୁ ନିର୍ମାଣ କରିଥିଲେ ଏହି ମନ୍ଦିର ସଂମ୍ପର୍ଣ୍ଣ ଭାବେ ସୂ୍ର୍ଯ୍ୟଦେବ ଙ୍କୁ ସମର୍ପିତ ହୋଇଛି । ତେବେ ଏହି କୋଣାର୍କ ମନ୍ଦିର ଶୈଳି ଏକ ରଥ ସଦୃଶ ଅଟେ ଯେଉଁଥିରେ 12 ଗୋଟି ଚକ ଏବଂ 7 ଗୋଟି ଘୋଡ଼ା ନିର୍ମିତ ହୋଇଛି ରଥ ସଦୃଶ ମନ୍ଦିରକୁ ସୂର୍ଯ୍ୟ ଦେବତାଙ୍କୁ ବିରାଜମାନ କରାଯାଇଥିବା ଦେଖାଯାଏ କୁହାଯାଏ ସୂର୍ଯ୍ୟ ଉଦୟ ସମୟରେ ପ୍ରଥମ କିରଣ ଏହି ମନ୍ଦିର ମଧ୍ୟରେ ପଡ଼େ ସୂର୍ଯ୍ୟ ଉଦୟ ଆଉ ଅସ୍ତ ସମୟରେ ସୂର୍ଯ୍ୟ କିରଣ ଏହି ମନ୍ଦିର ମଧ୍ୟରେ ଅତି ସୁନ୍ଦର ଭାବରେ ଦେଖାଯାଏ ।

Konark

ସୂର୍ଯ୍ୟ ଉଦୟ ଓ ଅସ୍ତ ସମୟରେ ଏହି ମନ୍ଦିର ସୁନେଲି ଓ ନାଲି ରଙ୍ଗ ଧାରଣ କରେ । କୋଣାର୍କ ମନ୍ଦିରରେ ନିର୍ମିତ ହୋଇଥିବା 12 ଟି ଚକ 12 ମାସକୁ ସୂଚିତ କରେ କୋଣାର୍କ ମନ୍ଦିରର ନିର୍ମାଣକୁ ପୁରାଣ ରେ କୁହାଜାଇଛି ଯେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ପୃତ୍ର ସାମ୍ବ ଙ୍କୁ କୁଷ୍ଟ ରୋଗ ହୋଇଥିଲା ଏବଂ ପରେ ଋଷି କର୍ତ୍ତକ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଦେବ ଙ୍କୁ ଆରଧନା କରିଥିଲେ । ତେବେ ସୂର୍ଯ୍ୟ ହେଉଛନ୍ତି ସବୁ ରୋଗର ନାଶକ ତେବେ ଶ୍ରୀ କୃଷ୍ଣ ଙ୍କ ପୁତ୍ର ସାମ୍ବ ଚନ୍ଦ୍ରଭାଗା ନଦୀ ଏବଂ ସମୁଦ୍ର ସଙ୍ଗମ ସ୍ଥଳରେ ପାଖା ପାଖି 12 ବର୍ଷ ଧରି ତପ କରିଥିଲେ । ଏବଂ ପରେ ସୂର୍ଯ୍ୟଦେବ ପ୍ରଶନ୍ନ ହୋଇ ସାମ୍ବ ଙ୍କୁ ଏହି କୁଷ୍ଟ ରୋଗରୁ ମୁକ୍ତି କରିଥିଲେ ।

ଏବଂ ସାମ୍ବ ଏହି ରୋଗରୁ ମୁକ୍ତି ହେବା ପରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ସଂଙ୍କଳ୍ପ କରିଥିଲେ । ଏହା ପରେ ସାଙ୍ଗ ଚନ୍ଦ୍ରଭାଗା ନଦୀ କୂଳରେ ଏକ ସୂର୍ଯ୍ୟ ଙ୍କ ମୂର୍ତ୍ତି ପାଇଥିଲେ । ଜାହାକୁ ଦେବତା ଅଂଶ ବିଶ୍ୱକର୍ମା ନିଜେ ତିଆରି କରିଥିଲେ । ଏବଂ ପରେ ଏହି ମୂର୍ତ୍ତି କୁ ଚନ୍ଦ୍ରଭାଗା ନଦୀ କୂଳରେ ସ୍ଥାପନା କରିଥିଲେ । ସେହି ଦିନରୁ ଏହି ସ୍ଥାନକୁ ପବିତ୍ର ବୋଲି କୁହାଯାଏ । ତେବେ ବନ୍ଧୁଗଣ ଏହି ମନ୍ଦିର ବିଷୟ ରେ ଆଉ ଏକ ରହସ୍ୟ ହେଲା ଏହିଠାରେ ସଂନ୍ଧ୍ୟା ସମୟ ରେ ଶୁଭୁ ଥିବା ନୂପୁର ଧ୍ୱନୀ ଅଟେ । ଏବେବି ଏହି ମନ୍ଦିର ରୁ ନର୍ତ୍ୱକୀ ମାନଙ୍କ ନୃପୂର ଧ୍ୱନି ଶୁଭେ । ଆପଣ ମାନେ ବିଶ୍ୱ ପ୍ରସିଦ୍ଧ ମନ୍ଦିର ନିର୍ମାଣ ଶୈଳି କୁ ଦେଖିଲେ ଆଧୁନିକ ନିର୍ମାଣ ଶୈଳି ହାର ମାନିଯାଏ । ତେବେ ଏହି ମନ୍ଦିର ଉପରେ 22 ମେଟ୍ରିକ ଟର୍ଣ୍ଣ୍ ର ଏକ ଚୂମ୍ବକ ରଖାଜାଇ ଥିଲା ଜାହା ମୂର୍ତ୍ତି କୁ ଶୂନ୍ୟରେ ଝୁଲେଇ ରଖୁଥିଲା ବୋଲି କୁହାଯାଏ ।

konark temple

ତେବେ କଳାପାହାଡ ସମୟ ରେ ଏହି ଚୂମ୍ବକ କୁ ଭାଙ୍ଗି ଖସେଇ ଦିଆଜାଇ ଥିଲା । ଜାହା ଫଳ ରେ ମନ୍ଦିର ମଧ୍ୟରେ ଆଉ ସନ୍ତୁଳନ ରହି ପାରି ନଥିଲା । ଏବଂ ପରେ ମନ୍ଦିର ଟି ଭାଙ୍ଗି ଜାଇ ଥିଲା ଏବଂ ପରେ ସେହି ଭଙ୍ଗା ଚୁମ୍ବକକୁ ମନ୍ଦିର ଉପରେ ରଖା ଯାଇଥିଲା କିନ୍ତୁ ସେହି ଚୁମ୍ବକ ସମୁଦ୍ରରେ ଯାଉଥିବା ଜାହାଜକୁ ଗାୟବ କରି ଦେଇଥିଲା 1901 ମସିହାରେ ସେହି ଅଞ୍ଚଳର ଗଭର୍ଣ୍ଣର ମନ୍ଦିରର ସୁରକ୍ଷା ନିମନ୍ତେ ମନ୍ଦିର ମଧ୍ୟରେ ବାଲି ଭର୍ତ୍ତି କରିଦେଇ ଥିଲେ ଯାହା ଫଳରେ ମନ୍ଦିର ସୁରକ୍ଷିତ ରହିପାରିବ ଏବେ ମଧ୍ୟ ମନ୍ଦିରର ମୁଖଦ୍ଵାର ମନ୍ଦିର ବାଲିରେ ବନ୍ଦ ରହିଛି ପ୍ରାୟ 120 ବର୍ଷ ବିତି ଯାଇଥିଲେ ବି ପ୍ରଶାସନ ଏହି ବାର୍ଲି କୁ ବନ୍ଦ କରିନାହିଁ । ତେବେ ମନ୍ଦିରର ସୁରକ୍ଷା ପାଇଁ ବା ଅନ୍ୟ କିଛି କାରଣ ନିମନ୍ତେ ଏହାକୁ ବାଲିରେ ବନ୍ଦ କରାଜାଇଛି । ଏହି ସବୁ ମନ୍ଦିର ରୁ ବାଲି ବାହାର କରିଲେ ହିଁ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *