ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଡିଜେଲ ଏବଂ ପେଟ୍ରୋଲ ନିଜ ଗାଡିରେ ନିଶ୍ଚିତ ଭାବରେ ଭର୍ତ୍ତି କରୁଥିବେ । ହେଲେ କଣ ଆପଣ ଜାଣିଛନ୍ତି ଯେତେବେଳେ ଆପଣ ପେଟ୍ରୋଲ ପକାଇଥାନ୍ତି । ସେହି ସମୟରେ ପେଟ୍ରୋଲର ଚୋରୀ କେମିତି ହୋଇଥାଏ ? ଏବଂ ପେଟ୍ରୋଲ ର ଚୋରୀ ଠାରୁ କେମିତି ଭାବରେ ବଞ୍ଚିବେ ? ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ବିବରଣୀ ।
ବର୍ତ୍ତମାନ ସମୟରେ ପେଟ୍ରୋଲ ଏବଂ ଡିଜେଲ ସବୁଠାରୁ ମହଙ୍ଗା ଇନ୍ଧନ ଅଟେ । କେତେକ ଦେଶର ଅର୍ଥ ବ୍ୟବସ୍ଥା ଏହି ଭଳି ତୈଳ ଇନ୍ଧନ ଉପରେ ହିଁ ତିଷ୍ଟି ରହିଛି । ଏହି ଦେଶ ନିଜ ନିଜ ସ୍ଥାନରେ ବାହାରୁଥିବା ତୈଳ କୁ ବିକ୍ରି କରି ନିଜ ଦେଶର ଅର୍ଥ ବ୍ୟବସ୍ଥା କୁ ମଜବୁତ କରିବାରେ ଲାଗିଛନ୍ତି । ମାତ୍ର ଭାରତରେ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ହୋଇ ନଥାଏ । ଭାରତ ଅନ୍ୟ ଦେଶ ମାନଙ୍କ ଠାରୁ ତୈଳ କୁ କ୍ରୟ କରି ଆୟ କରିଥାଏ ।
ସେଥି ନିମନ୍ତେ ଭାରତରେ ଏହି ତେଲର ବହୁତ ମୂଲ୍ୟ ଅଟେ । ଆପଣ ଅନେକ ସମୟରେ ଶୁଣିଥିବେ ପେଟ୍ରୋଲ ପମ୍ପ ରେ ତେଲ ଚୋରୀ ହୁଏ । ତେବେ ଆସନ୍ତୁ ଜାଣିବା ପେଟ୍ରୋଲ ର ଚୋରୀ କେମତି ହୋଇଥାଏ ?
ମାନି ନିଅନ୍ତୁ ଆପଣ କୌଣସି ପେଟ୍ରୋଲ ପମ୍ପ କୁ ଗଲେ ଏବଂ ସେଠାରେ ଆପଣ 500 ଟଙ୍କାର ତେଲ ପକାଇଲେ । 500 ଟଙ୍କା ର ତେଲ କୁ ପକାଇବା ନିମନ୍ତେ 1 ରୁ ଦେଢ ମିନିଟ ର ସମୟ ଲାଗିଥାଏ । ଏହି ସମୟରେ ଆପଣଙ୍କ ସଂମ୍ପର୍ଣ୍ଣ ଧ୍ୟାନ ପମ୍ପ ରେ ଲାଗିଥିବା ରିଡିଂ କୁ ଦେଖିବାକୁ ଲାଗି ଯାଇଥାଏ ।
ଏହି ସମୟରେ ଯଦି ପମ୍ପ ର କର୍ମଚାରୀ 10 ସେକେଣ୍ଡ ପାଇଁ ମଧ୍ୟ ପମ୍ପ ର ହ୍ୟାଣ୍ଡେଲ କୁ ବନ୍ଧ କରିଦିଅନ୍ତି ତେବେ ଆପଣଙ୍କୁ 500 ଟଙ୍କା ର ତେଲ ରେ 50 ରୁ 100 ଟଙ୍କା ପର୍ଯ୍ୟନ୍ତ ଠକାମି ହୋଇଥାଏ । ଆପଣଙ୍କ ଧ୍ୟାନ ରିଡିଂ ଦେଖିବାକୁ ଲାଗିଯାଇଥାଏ ତେଣୁ ଏହି ସମୟରେ ତେଲ ଗାଡିର ଟାଙ୍କି କୁ ଯାଇଥାଏ କି ନାହିଁ ଏହି ବିଷୟରେ ଆପଣଙ୍କୁ କିଛି ମଧ୍ୟ ଜଣା ନଥାଏ ।
ତେବେ ଆମେ ଜାଣିବା ପେଟ୍ରୋଲ ର ଚୋରୀ ଠାରୁ କିପରି ବଞ୍ଚିବେ। ଆପଣଙ୍କୁ ତେଲ ସେହି ପମ୍ପ ରେ ଭର୍ତ୍ତି କରିବା ଆବଶ୍ୟକ ଯେଉଁଠାରେ ଡିଜିଟାଲ ମିଟର ଥିବା ମେସିନ ରହିଥିବ । କାରଣ ପୁରୁଣା ମେସିନରେ ଏହିଭଳି ଚୋରୀର ସମ୍ଭାବନା ଅଧିକ ରହିଥାଏ । ଏହି ପରି ମିଟରରେ ଆପଣ ସହଜରେ ଚୋରି ମଧ୍ୟ ଧରିପାରି ନଥାନ୍ତି ।
ଭାରତ ସରକାର ଏହିଭଳି ଚୋରୀ କୁ ବନ୍ଦ କରିବା ନିମନ୍ତେ ବର୍ତ୍ତମାନ ପୁରୁଣା ମେସିନ ହଟାଇ ଡିଜିଟାଲ ମେସିନ ଲଗାଇବା ଆରମ୍ଭ କରିଦେଇଛନ୍ତି । ତେବେ ଆପଣ ମାନେ ବି ଏବେ ପେଟ୍ରୋଲ ପମ୍ପ ମାନଙ୍କରେ ପେଟ୍ରୋଲ ପକେଇବା ସମୟ ରେ ସଚେତନ ରୁହନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।