ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ପୁଣି ମାଡା ଆସୁଛି ଭୟଙ୍କର ଲଘୁଚାପ ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ର ପ୍ରଭାବ ରେ ରାଜ୍ୟ ର ଆଭ୍ୟନ୍ତରିୟ ଜିଲ୍ଲା ଗୁଡିକ ରେ ଲାଗି ରହିଛି ଝିପି ଝିପି ବର୍ଷା । ଆଜି ସକାଳ ରେ ରାଜଧାନୀ ଭୂବନେଶ୍ୱର ରେ ବିଭିନ୍ନ ସ୍ଥାନ ରେ ଆକାଶ ମେଘା ଛନ୍ନ ରହିଛି ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ଲଘୁଚାପ କ୍ଷେତ୍ର ଟି ଆଗାମୀ କିଛି ଗଣ୍ଟା ମଧ୍ୟ ରେ ଅଧିକ ଘନିଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି ।
ତେଣୁ ଏହାରି ପ୍ରଭାବ ରେ ହେବାକୁ ଥିବା ବର୍ଷା ପାଇଁ ଆଜି ପାଇଁ 10 ଟି ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ 14 ଟି ଜିଲ୍ଲା କୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନ ଗିରି , କୋରାପୁଟ , ନବରଙ୍ଗ ପୁର , ରାୟଗଡା , ନୟାଗଡ , ଖୋର୍ଦ୍ଧା , କଟକ , ଜଗତସିଂପୁର ଏବଂ କେନ୍ଦ୍ରାପଡା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେଭଳି କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ ଏବଂ ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ସେହିପରି ଏହି ସବୁ ଜିଲ୍ଲା ର କିଛି କିଛି ସ୍ଥାନ ରେ 10 ରୁ 12 ସେଣ୍ଟି ମିଟର ଯାଏଁ ବର୍ଷା ହୋଇପାରେ । ସେହି ପରି ଏହା ବାଦ ଆଉ 16 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ଆଉ ଆସନ୍ତା କାଲି ପାଇଁ 15 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । 22 ତାରିଖ ଦିନ 8 ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ ।
ଆଉ ସବୁଠୁ ବଡ କଥା ହେଲା ଏହି ଲଘୁଚାପ ର ପ୍ରଭାବ ରେ ଘଣ୍ଟା ପ୍ରତି 45 ରୁ 55 କିଲୋ ମିଟର ବେଗ ରେ ପବନ ବହି ପାରେ ଏବଂ ଏହା ବ୍ୟତିତ ସମୁଦ୍ର ମଧ୍ୟ ଅସାନ୍ତ ରହିବ । ଆସନ୍ତା କାଲି ଯାଏଁ ମତ୍ସ ଜୀବି ଙ୍କୁ ସମୁଦ୍ର କୁ ଯିବା ପାଇଁ ବାରଣ କରିଛି ପାଣି ପାଗ ବିଭାଗ । ତେବେ ବନ୍ଧୁଗଣ ଏହା ରହିଥିଲା ଆଜିର ପାଣି ପାଗ କୁ ନେଇ କିଛି ଖାସ ଖବର ଯାହା ଆପଣ ମାନଙ୍କ ର ଜାଣିବା ଅତ୍ୟନ୍ତ ଜରୁରି ରହିଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।