ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରବଳ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେ 8ଟି ଜିଲ୍ଲା ହେଉଛି- କେଉଁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଦେଓଗଡ଼, ଅନୁଗୁଳ, ବୌଧ, କନ୍ଧମାଳ ଓ ନୟାଗଡ଼।
ଅନ୍ୟପଟେ 18 ରୁ 19 ସୁଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପର ସୂଚନା ନେଇ ଆଇ. ଏମ୍. ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ 18 ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ 19 ତାରିଖ ବେଳକୁ ବର୍ଷାର ପରିମାଣ ବଢିବ । ମୌସୁମୀ ଏବେ ଦୁର୍ବଳ ରହୁଥିବାରୁ ଅଧିକ ବର୍ଷାର ସମ୍ଭାବନା ନାହିଁ ।
ମୌସୁମୀ ବର୍ଷା କଥା ଯଦି ଦେଖିବା ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଭାବିକ ଭାବରେ 1 ହଜାର 44 ଦଶମିକ 9 ମିଲି. ମିଟର ବର୍ଷା ହେବା କଥା ମାତ୍ର ଚଳିତବର୍ଷ ତାହା ଏହି ସମୟରେ 1 ହଜାର 90 ଦଶମିକ 4 ମିଲି. ମିଟର ବର୍ଷା କୁ ରେକର୍ଡ କରାଯାଇଛି । ସେପ୍ଟେମ୍ବର 19 ମାନେ ଆଜି ଆଉ ଏକ ଘୃଣ୍ଣିବଳୟ ଉତ୍ତର ପଶ୍ଚିମ ତଥା ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳ ର ଉପରି ଭାଗରେ ଏକ ଘୃଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପ୍ରଭାବରେ 19 ରେ ଦକ୍ଷିଣ ଓଡିଶା ର ବିସ୍ତୃତି ବର୍ଷା ହେବ । 19 ରେ ରାଜ୍ୟ ରେ ବିସ୍ତୃତି ବର୍ଷା ସହ ବଢିବ ବର୍ଷା ର ପରିମାଣ । 24 ଘଣ୍ଟାରେ ବଜୁଳି ଘଡଘଡିର ଆଶଙ୍କା ଥିବାରୁ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି । 5ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ 25ଟି ଜିଲ୍ଲା ରେ ସ୍ୱଭାବିକ ବର୍ଷା ହୋଇଥିବା କଥା ପାଣିପାଗ ବିଭାଗ କ୍ଷେତ୍ର ରୁ ସୂଚନା ଦିଆଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।