ଓଡିଶାକୁ ଆସୁଛି ଭୟଙ୍କର ବର୍ଷା ସହ ଝଡ ତୋଫାନ୍, ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ପାଣିପାଗ କୁ ନେଇ ଆସିଲା ବଡ ଅପଡେଟ ରାଜ୍ୟ ରେ ଲଘୁଚାପ ର ପ୍ରଭାବ 8 ଟି ଜିଲ୍ଲା ରେ ପ୍ରବଳ ବର୍ଷା ଜାଣନ୍ତୁ ଏ ନେଇ କଣ ରହିଛି ସମ୍ପୁର୍ଣ୍ଣ ଖବର ।

ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ରେ ଗତ ଦୁଇ ଦିନ ଧରି ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ବର୍ଷା ଲାଗି ରହିଛି ଯଦି ଓ ବର୍ଷା ର ପ୍ରଭାବ କମ ରହିଛି ତେବେ ଆସନ୍ତା 24 ଘଣ୍ଟା ମଧ୍ୟ ରେ ରାଜ୍ୟ ର କେତଟି ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା ନେଇ ଭୂବନେଶ୍ୱର ର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

rains

ତେବେ ପାଣି ପାଗ କେନ୍ଦ୍ର ର ପୂର୍ବାନୁମାନ ଅନୁଯାଇ ଆସନ୍ତା 24 ଘଣ୍ଟା ମଧ୍ୟରେ ପାଗ ରେ ସାମାନ୍ୟ ପରିବର୍ତ୍ତନ ଘଟିବ ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହ ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ପଶ୍ଚିମ ଆଡକୁ ମୁହାଁଇବ । ତେବେ ଗତକାଲି ରାଜ୍ୟ ର ଅଧିକାଂଶ ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହୋଇଥିବା ବେଳେ 24 ଘଣ୍ଟା ମଧ୍ୟ ରେ 8 ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପଶ୍ଚିମ ଓଡିଶା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା , ବଲାଙ୍ଗିର , ବରଗଡ , ଝାରୁସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

heavy rain

ସେହିପରି ମୈସୁମି ପ୍ରଭାବ ରେ ଜୁନ 1 ରୁ ସେପ୍ଟେମ୍ବର 20 ମଧ୍ୟ ରେ କେତେ ବର୍ଷା ହୋଇଛି ସେ ନେଇ ପାଣି ପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାଇ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ 5 ପ୍ରତିଶତ ଅଧିକ ବର୍ଷା ହୋଇଛି । ତେବେ କନ୍ଧମାଳ ଜିଲ୍ଲା ରେ ସର୍ବାଧିକ 1649 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ଠାରୁ 51 ପ୍ରତିଶତ ଅଧିକ ବୋଲି କୁହାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *