ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡିଆସୁଛି ଆଉ ଏକ ଟାଇଫୋନ ସାମୁଦ୍ରିକ ଝଡ ମୋଇଫା । ତେବେ ଏହା ଜାପାନ ର ୟାୟାମା ଦୀପରେ କେନ୍ଦ୍ରିଭୂତ ରହିଛି । ଏହା ଆଗକୁ ଭୟଙ୍କର ରୁପ ନେଇପାରେ । ବର୍ତ୍ତମାନ ମୋଇଫା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 215 କିମି ରହିଛି । ଏହା ଯୋଗୁଁ ଜାପାନର ଇସଗାକିରେ ପ୍ରବଳ ପବନ ସହିତ ବର୍ଷା ହେଉଛି । ଏହା କ୍ରମଶଃ ଦୃଢ଼ୀଭୂତ ହୋଇ ତାଇୱାନ ନିକଟସ୍ଥ ୟାୟାମା ଦ୍ୱପୀ ସ୍ଥଳ ଭାଗ ଛୁଇଁବ । ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି ।
ସ୍ଥଳଭାଗ ଛୁଇଁବା ସମୟ ରେ ଏହା ଭୀଷଣ ଝଡ ସୃଷ୍ଟି କରିବାର ଆଶଂକା ରହିଥିବା ବେଳେ ଏହା ପାଇଁ ହାଇ ଆଲର୍ଟ ଜାରି ହୋଇଛି । ତଳିଆ ଅଞ୍ଚଳ ରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଜାଇ ଥିବା ବେଳେ ପାଣିପାଗ ବିଜ୍ଞ୍ୟାନି ସନ୍ଦୀପ ପଟ୍ଟନାୟକ କହିଛନ୍ତି କି ଏହି ଟାଇଫୋନ ମୋଇଫା 290 କିମି ଦକ୍ଷିଣ ପୂର୍ବ ଦିଗରେ ରହୁଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି 180 କିମି ପାଖା ପାଖି ପବନ ବହୁଥିବାର ଆକଳନ କରାଜାଇଛି ।
ଅଗାମୀ 12 ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୁପ ମଧ୍ୟ ନେଇପାରେ । ହେଲେ ଏହା ପରେ ଏହାର ତୀବ୍ରତା କମିପାରେ । ଏହା ଚାଇନାର ପୂର୍ବ ଭାଗରେ 17 ତାରିଖ ରାତିରେ ନିଜେ ପ୍ରକୋପ ଦେଖାଇବ । ଅଗାମୀ 24 ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଧୀରେ ଧୀରେ ହ୍ରାସ ପାଇବ ଏବଂ ଚାଇନାର ପୂର୍ବ ଭାଗରେ 17 ରୁ 18 ତାରିଖ ରେ ଏହାର ତୀବ୍ରତା ଅଧିକ ଦେଖାଦେବା ସହିତ 150 କିମି ବେଗରେ ପବନ ବହିବ ।
ନିର୍ଦ୍ଧଷ୍ଟ ଜାପାନ ର ଦକ୍ଷିଣ ଭାଗରେ ଥିବା ଦ୍ୱୀପ ଅଞ୍ଚଳ ରେ ଅଧିକ ପ୍ରଭାବ ଦେଖାଦେବ । 17 ତାରିଖ ରାତି ବେଳକୁ ପୂର୍ବ ଚାଇନା ର ସଂଘାଇ ତାଇଜୋ ଏବଂ ନିମ୍ବୋ ଆଦି ସ୍ଥାନ ଦେଇ ଏହା ଗତି କରିବା ସହିତ 140 କିମି ରୁ 150 ବେଗରେ ପବନ ବହିବ । ତେବେ ଜାପାନ ର ପାଣିପଗ ବିଭାଗ କେନ୍ଦ୍ର ଅନୁସାରେ ଏହାର ତୀବ୍ରତା ଦକ୍ଷିଣ ଜାପାନ ରେ ଅଧିକ ରହିଥିବା ବେଳେ ପୂର୍ବ ଚାଇନା ରେ ଏହାର ଅଧିକ ପ୍ରଭାବ ଦେଖିବା ପାଇଁ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।