ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ରାଜ୍ୟ ରେ ଦେଖିବା ପାଇଁ ମିଳିବ ପ୍ରବଳ ବର୍ଷା କାରଣ ଆସନ୍ତା 18 ତାରିଖ ରୁ ପୁଣି ଆସୁଛି ଆଉ ଏକ ଲଘୁଚାପ ଏହି ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି । ତେବେ ଆସନ୍ତୁ ଜାଣିନେବା ଏହି ନେଇ ସଂମ୍ପର୍ଣ୍ଣ ଖବର କଣ ରହିଛି ।
ଏବେ ରାଜ୍ୟରେ ଜାରି ରହିଥିବା ଲଘୁଚାପ ପ୍ରଭାବରେ ଆହୁରି ମଧ୍ୟ କେଉଁ କେଉଁ ଜିଲ୍ଲା ମାନଙ୍କୁ ବର୍ଷାର ପ୍ରଭାବ ପଡିବ । ତେବେ 18 ତାରିଖ ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳ ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ କରି ଏହି ନେଇ ସୂଚନା ପ୍ରଦାନ ହୋଇଛି ।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଟି ଅବପାତ ରେ ପରିଣତ ହୋଇ ଦୂର୍ବଳ ହୋଇଜାଇଛି । ଫଳରେ ଆଜିଠାରୁ ରାଜ୍ୟରେ ମୈସୁମୀ ବର୍ଷା ହ୍ରାସ ପାଇବ । ହେଲେ ମୈସୁମୀ ସକ୍ରିୟ ରହିଥିବା ଯୋଗୁଁ ରାଜ୍ୟରେ ଦୁଇ ଦିନ ଯାଏ କିଛି ଜିଲ୍ଲାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ତେବେ ଝାଡସୁଗୁଡା , ସୁନ୍ଦରଗଡ, କେଉଁଝର ,ମୟୁରଭଞୀ , ବାଲେଶ୍ୱର , ଭଦ୍ରକ , ଜାଜପୁର , ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିଥି ପାଇଁ ପାଣିପାଗ ବିଭାଗ ପକ୍ଷ ରୁ ୟୋଲ ଆଲର୍ଟ ଜାରି ହୋଇଛି ।
ସେହି ପରି ଆସନ୍ତା କାଲି ମଧ୍ୟ ଏମିତି ସ୍ଥିତି ରହିବା ସହ କିଛି ଅଞ୍ଚଳ ମାନଙ୍କରେ ପାଗ ସୁଖିଲା ରହିଛି । ତେବେ ଚଳିତ ମୈସୁମୀ ଋତୁରେ ରାଜ୍ୟରେ ପ୍ରାୟ 1084.3 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜାହାକି ସ୍ୱଭାବିକ ବର୍ଷା ତୁଳନା ରେ 5 ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।