ସମୁଦ୍ରରେ ବଳ ଗୋଟାଉଛି ଘୂର୍ଣ୍ଣିବାତ୍ୟା, ଆଗକୁ ଆସୁଛି ଭୟଙ୍କର ବର୍ଷା ଝଡ

Heavy rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୭ ତାରିଖରେ ପଶିବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ । ଦୁଇ ଦିନ ମଧ୍ୟରେ ନେଇପାରେ ଲଘୁଚାପ ର ରୂପ । ପ୍ରବଳ ବର୍ଷାରେ ଭିଜିବ ଓଡିଶା । ୨ସପ୍ତାହ ମଧ୍ୟରେ ଲଘୁଚାପ ଆସୁଥିବାରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଘୂର୍ଣ୍ଣିବଳୟ । ଆଉ ୯ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

୭ରେ ଘୂର୍ଣ୍ଣିବଳୟ ୯ତାରିଖରେ ଲଘୁଚାପ । ଅଧା ଓଡିଶାକୁ ଭିଜାଇବ ବର୍ଷା । ୭ତାରିଖ ସୁଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପାଣିପାଗ ବିଭାଗ ଜାରି କରିଥିବା ସେଟେଲାଇଟ ଚିତ୍ର ରୁ ଜଣା ପଡୁଛି ବଙ୍ଗୋପସାଗର ଓ ବାଦଲ ଖଣ୍ଡ ଏକାଠି ହେବାରେ ଲାଗିଛନ୍ତି । ୭ରେ ଘୃର୍ଣ୍ନିବଳୟ ଏହାର ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ତାରିଖରେ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

rains

ତେବେ ୯ତାରିଖରେ ପ୍ରବଳ ବର୍ଷାର ଆଶଙ୍କା । ଦକ୍ଷିଣ ଆଭ୍ୟନ୍ତରୀଣ ପାଇଁ ରହିଛି ଚେତାବନୀ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜିଠାରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ୮ ତାରିଖରୁ ବର୍ଷାର ପରିଣାମ ବୃନ୍ଧି ପାଇଁବାର ସମ୍ଭାବନା ରହିଛି । ୯ତାରିଖରେ ଅଧା ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ତେବେ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମାଲକାନାଗିରି ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଲଘୁଚାପ ଆସୁଥିବାର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *