ପୁଣି ବଢୁଲା ପେଟ୍ରୋଲ ଦର : ଜାଣନ୍ତୁ କେତେ ବଢିଲା ଦର !

petrol

ପେଟ୍ରୋଲ ଦର ବୃଦ୍ଧି ଏବେ ବିଭିନ୍ନ ସ୍ଥାନରେ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ପୁଣି ଥରେ ଏହି ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଚଳିତ ଥର ପୁରୁଣା ପେଟ୍ରୋଲ ରେଟ ଅପେକ୍ଷା ୫୦%ରୁ ଅଧିକ ଦାମ୍ ବୃଦ୍ଧି ଘଟିଛି । ତେଣୁ ଏହାପରେ ଦେଶର ଏହି ଦେଶର ଆର୍ଥିକ ଅବସ୍ଥାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଦରବୃଦ୍ଧି ଭାରତରେ ନୁହେଁ ବରଂ ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହୋଇଥିବା ଜଣାଯାଇଛି ।

ଖବର ଅନୁଯାୟୀ, ସରକାରଙ୍କର ଏହି ପଦକ୍ଷେପ ଏହା ଉପରେ ସବସିଡି ମଧ୍ୟ ହ୍ରାସ କରାଯଇଛି । ଏହାସହିତ ବିଜୁଳି, ଶକ୍ତି ଏବଂ ଖଣିଜ ସମ୍ପଦ ସନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୩୦ ଟଭ୍କାକୁ ବୃଦ୍ଧି ପାଇଛି । ଏଥିରେ ମୋଟ ୫୧.୭% ଅର୍ଥାତ୍ ୪୪ ଟଙ୍କା ବୃଦ୍ଧି ଘଟିଛି । ଏଣିକି ଏକ ଲିଟର ଅକ୍ଟେନର ଦାମ୍ ୧୩୫ ଟଙ୍କାରେ ପହଞ୍ଚିଛି ।

ତେବେ ଯଦି ଭାରତ କଥା କହିବା  ତେବେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କିଛି ପରିବର୍ତ୍ତନ ଆସିନାହିଁ। ତେବେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଓ ଡିଜେଲ ଦର ୮୯.୬୨ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କ ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୩.୦୬ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

ବିଭିନ୍ନ ସୁତ୍ରରୁ ମିଳିଥିବା ତଥ୍ୟରୁ ଏହା ମଧ୍ୟ ଜଣା ପଡୁଛି କି ଆଗାମୀ ଦିନରେ ଆହୁରି ବଢିପାରେ ପେଟ୍ରୋଲ ଡିଜେଲ ଦର । ତେବେ ଏହି ବିଷୟରେ ଆପଣଙ୍କ ମତା ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *