ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା, ଘୋଡ଼ାରେ ବସି ରାତିରେ ଦେଉଛି ସୀମାରେ ପହରା ! ଦେଖନ୍ତୁ Video

Javan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଆମ ଭାରତୀୟ ସେନା କୁ ନିଶ୍ଚିତ ଭାବେ ଜାଣିଥିବେ । ସେମାନେ ନିଜର ଜିବନ କୁ ଖାତିର ନକରି ସୀମା ଜଗିଥାନ୍ତି । ତେବେ ଆପଣ ମାନେ ଅନେକ ବୀର ସହିଦ ଙ୍କ ବିଷୟ ରେ ଜାଣିଥିବେ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ବୀର ଙ୍କ ବିଷୟ ରେ କହିବୁ ଜାହା ସୁଣିବା ପରେ ଆପଣ ମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିନେବା ସେହି ବୀର ଙ୍କ ବିଷୟ ରେ ।

ତେବେ ସେ ଏମିତି ଏକ ଭାରତୀୟ ଜବାନ ଯିଏ କି ସହିଦ ହେବା ପରେ ବି ଆଜିର ଦିନ ରେ ସୀମା ଜଗୁଛନ୍ତି । ଏମିତି ରେ ଏହି ଜବାନ ଙ୍କ ମୃ-ତ୍ୟୁ 1968 ରେ ହୋଇଥିଲା । ହେଲେ ଆଜିର ଦିନ ରେ ବି ସେହି ଜାବାନ ଯିଏ କି ଦେଶ ଭକ୍ତି ରେ ପରିପୂର୍ଣ୍ଣ ସେ ଆଜିର ଦିନ ରେ ବି ଭାରତ ଏବଂ ଚୀନ ବୋର୍ଡର ରେ ପହରା ଦେଉଛନ୍ତି । ସେହି ଜବାନ ଙ୍କ ନାମ ହେଲା ବାବା ହରଭଜନ ସିଂ ସହିଦ ହେଲାପରେ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି ।

1946 ମସିହା ଅଗଷ୍ଟ 30 ତାରିଖ ରେ ଅଭିଭକ୍ତ ପଞାବ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । 1966 ମସିହା ଫେବୁଆରୀ 9 ତାରିଖ ଦିନ ଭାରତୀୟ ସେନାରେ ପଞାବ ରେଜିମେଣ୍ଟରୁ ସିପାହୀ ଭାବରେ ନିଯୁକ୍ତି ପାଇଥିଲେ । ତାପରେ ସେ 1965 ମସିହାରେ ଭାରତ ପାକିସ୍ତାନ ଯୁଧ୍ୟରେ ଅଂଶଗ୍ରହଣ କରିଥିଲେ । ତାପରେ ତାଙ୍କୁ ପଞାବ ରେଜିମେଣ୍ଟ ତରଫରୁ 1968 ମସିହାରେ ସିକିମରେ ନିଓଜିତ୍ କରାଗଲା ।

sana

ତେବେ ସୈନ୍ୟ ମାନଙ୍କ କ୍ୟାମ୍ପକୁ ଜିନିଷ ପତ୍ର ଲାଦା ହୋଇ ଯିବାପାଇଁ ପାହାଡିଆ ଅଂଚଳରେ ଖଚର ମାନଙ୍କର ବ୍ୟବହାର କରାଯାଏ । ତେବେ 1968 ମସିହା ଅକ୍ଟୋବର 4 ତାରିଖ ଦିନ ବାବା ହରଭଜନ ସିଂ ଙ୍କ ତତ୍ୱାବଧାନରେ ଏହି କାମ କରାଯାଉଥିଲା । ସିଏ ଯେଉଁ ଖଚର ପିଠି ଉପରେ ବସିଥିଲେ ତାର ଗୋଡ ଖସି ଯିବାରୁ ଘାଟିରେ ତଳକୁ ଖସି ପାଣିରେ ଭାସିଗଲେ । ତିନିଦିନ ପର୍ଯ୍ୟନ୍ତ ସାଥି ସୈନିକ ମାନେ ଖୋଜାଖୋଜି କଲେ ମଧ୍ୟ ପାଇ ପାରିଲେ ନାହିଁ ।

ଥରେ ତାଙ୍କର ଜଣେ ବନ୍ଧୁ ପ୍ରିତମ ସିଂ ସ୍ୱପ୍ନରେ ଆସି କହିଲେ କି ମୁଁ ଏଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ପଡିଛି । ଏବଂ ତାଙ୍କର ସାଥୀ ମାନେ ମଧ୍ୟ ନିର୍ଦ୍ଧଷ୍ଟ ସ୍ଥାନ ରୁ ତାଙ୍କର ମୃ-ତ ଦେହ କୁ ପାଇଥିଲେ । ତାଙ୍କର ଇଚ୍ଛା ଅନୁସାରେ ତାଙ୍କୁ ନାଥୁଲା ରେ ସମାଧୀ ଦିଆଜାଇ ଥିଲା । ପରେ ସେଠାରେ ତାଙ୍କର ସୃତି ରେ ଏକ ମନ୍ଦିର ତିଆରି ହୋଇଥିଲା । ତେବେ ସେ ଆଜିର ଦିନ ବି ଭାରତୀୟ ସୀମା ରେ ରହି ସୀମା ଜଗୁଛନ୍ତି ।

ଯଦି ଚୀନ ସେନା ଙ୍କ ପକ୍ଷ ରୁ ନାଥୁଲା ରେ କିଛି ଅସୁବିଧା ହେବାର ଥାଏ ତେବେ ସେ ସ୍ୱପ୍ନ ମାଧ୍ୟମ ରେ ସେନା କୁ ଜାଗ୍ରତ କରିଦିଅନ୍ତି । ଏହା ନୁହେଁ କି ଚୀନ ସୈନିକ ମାନେ ଏହି ବିଷୟ ରେ କିଛି ଜାଣନ୍ତି ନାହିଁ । ସେମାନେ ଭଲ ଭାବେ ଜାଣିଛନ୍ତି । ଯେ ବାବା ହରଭଜନ ସିଂ ଆଜି ମଧ୍ୟ ଆମ ଦେଶର ସୀମାକୁ ଜଗି ରହିଛନ୍ତି । ପିଏଲଏ ଓ ଭାରତୀୟ ସେନା ମଧ୍ୟରେ ଯେତେବେଳେ ଫ୍ଲାଗ ମିଟିଙ୍ଗ ରଖାଯାଏ ସେତେବେଳେ ବାବା ହରଭଜନ ସିଂଙ୍କ ପାଇଁ ଏକ ଚୈକି ଖାଲି ରଖାଯାଏ ।

ତେବେ ଆମ ଭାରତୀୟ ସେନାର ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ ବାବା ସର୍ବଦା ଚୀନ ସୈନିକ ଉପରେ ନଜର ରଖିଥାନ୍ତି । ଯଦି କେବେ କୈଣସି ସୈନ୍ୟ କାର୍ଯ୍ୟରତ ସମୟ ରେ ଢୋଳେଇ ପଡେ ତେବେ ବାବା ତା ଗାଲ କୁ ଚାପୁଡା ମାରି ଉଠେଇ ଦିଅନ୍ତି । ସହିଦ ହେବା ପରେ ବାବା ଆଜି ଭାରତୀୟ ସେନା ରେ ଏକ ଜାଗ୍ରତ ପହରୀ ଭଳି ଜଗି ରହିଛନ୍ତି । ତାଙ୍କୁ ଭାରତୀୟ ସେନା ରେ ପଦୋନ୍ନତୀ ଦେବା ସହିତ ବେତନ ବି ଦିଆଜାଉଛି ।

ନିୟମ ଅନୁସାରେ ବର୍ଷ କୁ 2 ମାସ ଛୁଟି ସମସ୍ତ ଙ୍କୁ ଦିଆଯାଏ ଏହି ନିୟମ କୁ ମଧ୍ୟ ବାବା ହରଭଜନ ସିଂ ଙ୍କ ଉପରେ ଲାଗୁ ହୋଇଥାଏ । ଅକ୍ଟୋବର ଏବଂ ନଭେମ୍ବର 2 ମାସ ତାଙ୍କୁ ଛୁଟି ଦିଆଜାଇ ଗାଁ କୁ ପଠାଯାଏ । ସେହିଥି ପାଇଁ ଟ୍ରେନ ରେ ସିଟ ରିଜର୍ଭ କରାଯାଏ । 3 ଜଣ ସୈନିକ ଙ୍କ ସହିତ ତାଙ୍କ ଜିନିଷ ପତ୍ର ଦେଇ ଗାଁ କୁ ପଠାଯାଏ । ଦୁଇ ମାସ ବାବା ଛୁଟି ରେ ରୁହନ୍ତି ସେହି ଦୁଇ ମାସ ସୀମା କୁ ହାଇ ଆଲର୍ଟ ଜାରି କରାଯାଏ । ସେମିତି ରେ ପ୍ରତ୍ୟୋକ ଦିନ ସୈନ ମାନେ କର୍ମ କ୍ଷେତ୍ର କୁ ଯିବା ସମୟ ରେ ବାବା ଙ୍କ ମନ୍ଦିର ରେ ଆଶ୍ରୀବାଦ ନେଇ କରି ଜାଆନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *