ପୁଣି ବଡ ଲଘୁଚାପ : ଏହି ଜିଲ୍ଲାକୁ ରହିଛି ବାତ୍ୟା ସହିତ ବଡ ବନ୍ୟା ବିପଦ ।

ବନ୍ଧୁଗଣ ପଛକୁ ପଛ ମାଡି ଆସୁଛି ଲଘୁଚାପ ଉପକୁଳ ଜିଲ୍ଲା ଗୁଡିକ ବର୍ଷାରେ ହୋଇଛନ୍ତି ବେହାଲ। ପୁଣି ଆଜିଠାରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି । ଏହି ଲଘୁଚାପ ପ୍ରଭାବରେ 21 ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏହି ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ସମେତ ଛତିଶଗଡ଼ରେ ଲଗାଣ ବର୍ଷା ହେବାକୁ ଥିବାରୁ ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଋଷିକୂଲ୍ୟା, ବୈତରଣୀ ମଧ୍ୟ ଫୁଲିପାରେ। ତେବେ ବହୁତ ଦିନ ହେବ ବର୍ଷା ଲାଗି ରହୁଥିବାରୁ ଏବଂ ବଙ୍ଗୋପସାଗରରେ ବାରମ୍ୱାର ଲଘୁଚାପ ସୃଷ୍ଟି ହେଉଥିବାରୁ ବାତ୍ୟା ସହିତ ବନ୍ୟା ବିପଦ ମାଡି ଆସୁଛି ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି ।

ଆଇଏମ୍‌ଡି ବିଶେଷଜ୍ଞ ଆର୍‌.କେ.ଜେନାମଣୀ ଆସନ୍ତା 19 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ସୃଷ୍ଟି ହେଲେ 24 ଘଣ୍ଟାରେ ଘନୀଭୂତ ହୋଇ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 20 ରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ 21 ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି ।

rains

ଏପରିକି ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ 19 ଓ 20 ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ଜେନାମଣୀ ସତର୍କ କରାଇ ଦେଇଛନ୍ତି । ଏନେଇ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ଲାଗି ରହିଥିବା ବର୍ଷା ଫଳରେ ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ବାଲେଶ୍ୱର, କେନ୍ଦୁଝର ଇତ୍ୟାଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜୀବନ ବିନ୍ନ ହୋଇପଡ଼ିଛି । ଲୋକଙ୍କ ଘରେ ପାଣି ଓ ରାସ୍ତାରେ ବି ପାଣି । କେଉଁଠି ପୋଲ ଭାଙ୍ଗିଗଲାଣି ତ ଆଉ କେଉଁଠି ଅସ୍ଥାୟୀ ପୋଲ ଭାସିଗଲାଣି ।

ତେବେ ଯଦି ବିଭିନ୍ନ ଉପକୁଳ ବର୍ତ୍ତି ଜିଲ୍ଲା ଗୁଡିକ କଥା କହିବା ବର୍ଷାରେ ରାସ୍ତା ଘାଟରେ ପାଣି ଜମିବା ଫଳରେ ଅନେକ ଲୋକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାରେ ଲାଗିଲାଣି । ଶେଷରେ ଲଗାଣ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ମଧ୍ୟ ବାଧା ସୃଷ୍ଟି ହେଉଛି । ତେବେ ସବୁବେଳେ ଏହିଭଳି କିଛି ଭଲ ଖବର ପଢିବା ପାଇଁ ଏବେ ହିଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *