୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଗଜାମରୁଡ଼ି ଆଶଙ୍କା

bibhuti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ୧ ରୁ ୧୩ ଯାଏ ରାଜ୍ୟରେ ମାତ୍ର ୧୦.୭ ମିଲିମିଟର ବର୍ଷା ହୋଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୭୯% କମ୍। ଏହି ସମୟ ମଧ୍ୟରେ ମାଲକାନଗିରି, ବରଗଡ, ସୁବର୍ଣ୍ଣପୁର ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ।

ନୂଆପଡା, ଦେବଗଡ ଓ ବାଲେଶ୍ଵରରେ ୨୦ ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ବାକି ୨୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ହେଲେ ଏହା ଭିତରେ ଆସିଛି ଖୁସି ଖବର। ଆସନ୍ତା ୪ ଦିନ ଭିତରେ ମୌସୁମୀ ଆଗମନ ପାଇଁ ଅନୁକୂଳ ପରିବେଶ ରହିଛି। ଆଜି ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କେନ୍ଦ୍ରାପଡ଼ା, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆସନ୍ତାକାଲି ଗଜପତି, ଗଞ୍ଜାମ ଓ ନୟାଗଡ଼ ରେ ବୃଷ୍ଟିପାତ ଆକଳନ କରାଯାଇଛି। ୧୫ ଜୁନ୍ ରୁ ବର୍ଷା ର ପରିମାଣ ବଢିବ। ୩ ରୁ ୪ ଦିନ ପରେ ତାତି କମିବ। ମୌସୁମୀ ଆଗମନ ରୁ ହିଁ ବର୍ଷା ପରିମାଣ ଆକଳନ କରାଯାଏ। ଯେଉଁଥିପାଇଁ ଏଯାଏଁ ମରୁଡି ନେଇ ତଥ୍ୟ ଆସିନାହିଁ। ତେବେ ଠିକ୍ ସମୟରେ ମୌସୁମୀ ଆସିବା ନେଇ ରାଜ୍ୟ ସରକାର ଆକଳନ କରିଛନ୍ତି। ଏପରି ହେଲେ ରଜରେ ହିଁ ମୌସୁମୀ ଆସିବ। ମରୁଡି ହେଲେ ରିଲିଫ କୋଡ୍ ଅନୁସାରେ ଚାଷୀ କ୍ଷତିପୂରଣ ପାଇବେ। ବର୍ଷା ସମୟରେ ବିଜୁଳି, ଘଡଘଡିର ଆଶଙ୍କା ରହିଥିବାରୁ ସୁରକ୍ଷିତ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

 

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *