ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ରାଜ୍ୟ ବଜେଟ ୨୦୨୨ |

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ତେବେ ଶିଶୁଙ୍କ ର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟତା ହେବ। ତେବେ ଶିଶୁ ମାନଙ୍କର ଗୁଣାତ୍ମକ ଶିକ୍ଷା ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇପାରିବ। ଶିଶୁଙ୍କର ସ୍ୱାସ୍ଥ୍ୟ , ଶିକ୍ଷା, ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।

ତେବେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍ ରେ ରାଜ୍ୟ ସରକାର ଶିଶୁ ବିକାଶ ନେଇ ଅନେକ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ପୂର୍ବ ବର୍ଷ ମାନଙ୍କରେ ରାଜ୍ୟ ସରକାର ଜଣେ ଶିଶୁ ପିଛା ଯେତିକି ଅର୍ଥ ଖର୍ଚ୍ଚ କରୁଥିଲେ ଏଥର ଉତ୍ତରାଧିକ ବୃଦ୍ଧି କରିଛନ୍ତି। ତେବେ ଗତ ୨୦୨୦- ୨୧ ରେ ଜଣେ ଶିଶୁ ପିଛା ୧୩୯୨୫ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେହିପରି ୨୦୨୧-୨୨ ରେ ଏହା ୧୭୦୦୦ ଟଙ୍କା ଖର୍ଚ୍ଚ କରାଯାଉଥିଲା।

nabine p

ତେବେ ଏଥର ୨୦୨୨-୨୩ ରେ ରାଜ୍ୟ ସରକାର ପ୍ରତି ଶିଶୁ ପିଛା ୧୮୭୨୯ ଟଙ୍କା ଖର୍ଚ୍ଚ କରିବାକୁ ଚଳିତ ବଜେଟରେ ସ୍ଥିର କରିଛନ୍ତି। ତେବେ ମୋଟ ଖର୍ଚ୍ଚର ୧୩.୧୯ ପ୍ରତିଶତ ଶିଶୁଙ୍କ ପାଇଁ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଚଳିତ ବଜେଟରେ ରାଜ୍ୟ ସରକାର ଶିଶୁଙ୍କ ବିକାଶ ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି।

ତେବେ ଶିଶୁଙ୍କ ପାଇଁ ଏହି ଶିକ୍ଷା ଗଙ୍ଗାଧର ମେହେରଙ୍କ ଶିକ୍ଷା ବ୍ରୁଦ୍ଧି ଯୋଜନା , ମିଶନ ସୁବିଧା ଯୋଜନା, ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଚଳିତ ପୂର୍ଣ୍ଣାଙ୍ଗ ବଜେଟରେ ଶିଶୁଙ୍କ ପାଇଁ ୨୩,୫୧,୬୦୮ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି। ଏଥିସହିତ ସମସ୍ତ ଶିକ୍ଷା ମାଧ୍ୟମିକ ଶିକ୍ଷା , ସ୍ୱାସ୍ଥ୍ୟ କ୍ଷେତ୍ର , ବିକାଶ କ୍ଷେତ୍ର, ଶିଶୁ ସୁରକ୍ଷା ପାଇଁ ଖର୍ଚ୍ଚ କରିବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *