ଭୁବନେଶ୍ୱରରେ ଘର ହୋଇକି ବି କଣ ପାଇଁ ଗେଷ୍ଟ ହାଉସରେ ଥିଲେ ପ୍ରକୃତି । କଣ ଚାଲିଥିଲା ଅଲଗା ପ୍ରେମ

gh0999

ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ପଦାରେ ପକାଇ ଦେଇଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବିଚ୍ ରାସ୍ତାରେ ସ୍ଵାମୀ ବାବୁଶାନ ଓ ପ୍ରକୂତି ମିଶ୍ରଙ୍କୁ ଏକାଠି ମାଡ ମାରିବା ସହ ସେମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ପର୍ଦ୍ଦାଫାଶ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତୃପ୍ତି କାର୍ ପଛ ସିଟ୍ ରେ ଥାଇ ଆଗ ସିଟ୍ ରେ ବସିଥିବ ପ୍ରକୃତିଙ୍କ ଚୁଟିକୁ ଟାଣି ଧରୁଛନ୍ତି ଓ ତାଙ୍କ ଠାରୁ ଫୋନ ଛଡେଇବାକୁ ଚେଷ୍ଟା କରୁଛନ୍ତି ।

ଯାହାଫଳରେ ପ୍ରକୃତି ଏକଦମ ଅସହାୟ ହୋଇ ଭାଇ ମତେ ରକ୍ଷା କର ବୋଲି ଡାକ ଛାଡୁଛନ୍ତି । ତାଙ୍କ କଳି ଯୋଗୁଁ ସେହି ସ୍ଥାନରେ ଲୋକଙ୍କ ଭିଡ ଜମା ହୋଇ ଯାଇଥିଲେ ଓ ସମସ୍ତେ ଏହି ତାମସା ଦେଖୁଥିଲେ । କିନ୍ତୁ କେହି ପ୍ରକୃତି ମିଶ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି । ଜଣେ ବ୍ୟକ୍ତି ସିଧାସଳଖ ମୁହଁରେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ତୃପ୍ତି ପ୍ରକୃତିଙ୍କ ଚୁଟି ଛାଡିଦେବାରୁ ପ୍ରକୃତି ସେଠାରୁ କାର୍ ରୁ ଓହ୍ଲାଇ ଖସି ପଳାଇ ଯିବାକୁ ଚେଷ୍ଟା କରୁଛନ୍ତି ।

ନିକଟରେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଫିଲ୍ମ “ପ୍ରେମମ” ରିଲିଜ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ବଡ ପରଦାରେ ଦେଖା ଦେଇଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର ମଧ୍ୟ ବଡ ପରଦାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ତେବେ ଫିଲ୍ମ “ପ୍ରେମମ” ଥିଏଟରରେ ସେତେ ଖାସ ପ୍ରଦର୍ଶନ କରି ପାରିନାହିଁ । ଆଉ ଏବେ ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ରିଲ ଲାଇଫ ପ୍ରେମ ଏବେ ରିୟଲ ପ୍ରେମରେ ପରିଣତ ହୋଇଥିବା ଚର୍ଚ୍ଚା ହୋଇଛି ।

ତେବେ ସୋସିଆଲ ମିଡିଆରେ ଏହିସବୁ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହି କଥାକୁ ନେଇ ଅନେକ ଚର୍ଚା । କିଛି ଲୋକ ଏହା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କି ପ୍ରକୃତି ମିଶ୍ରଙ୍କର ନିଜ ଘର ଭୁବନେଶ୍ୱରରେ ଥିଲେ ମଧ୍ୟ ସେ କଣ ପାଇଁ ଗେଷ୍ଟ ହାଉସରେ ଥିଲେ । ସେ ଏକୁଟିଆ ଗେଷ୍ଟ ହାଉସରେ ଥିଲେ ନା ତାଙ୍କ ସହ ଅନ୍ୟ କେହି ଲୋକ ଥିଲେ ।

ବାବୁଶାନ ୨୦୧୪ ରେ ତୃପ୍ତିଙ୍କୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *