ବର୍ଷାଙ୍କ ଚୋରା ସମ୍ପତ୍ତି ନେଇ ଏତେ ଦିନ କାହିଁକି ମୁହଁରେ ତୁଣ୍ଡି ବାନ୍ଧିଥିଲେ ଅନୁଭବ ?

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ମୋଡ ବର୍ଷା, ଅନୁଭବ ମାମଲା ।ସଂମ୍ପର୍କର ୧୪ ବର୍ଷ ପରେ ମୁହଁ ଖୋଲିଲେ ଅନୁଭବ। ବର୍ଷାଙ୍କ ନାଁ ରେ ଆଣିଲେ ଠକେଇ ମାମଲା। ଇଡିଙ୍କୁ କଲେ ଅଭିଯୋଗ। ପୂର୍ବରୁ ସମାନ ଅଭିଯୋଗ ଆଣିଥିଲେ ଅନୁଭବଙ୍କ ବାନ୍ଧବୀ। ବାନ୍ଧବୀଙ୍କ କଥାରେ ହେଉଛନ୍ତି କି ଉଠବସ୍ ଅନୁଭବ। ପୁଣି ଘନେଇଲା ସାଂସଦ ତଥା ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କର ମାମଲା। ଏବେ ବିଡିଓ ନୁହଁ କି ପୋଲିସ ଷ୍ଟେସନ ନୁହେଁ ଡାଇରେକ୍ଟ ଇଡିଙ୍କ ପାଖରେ ପହଞ୍ଚିଛି ଏହି ମାମଲା।

ବର୍ଷାଙ୍କ ଉପରେ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ନିଜ ନାଁ ରେ ପରିଚୟ ପତ୍ର ରେ ଭିନ୍ନ ଭିନ୍ନ ନାଁ ଥିବା ଅଭିଯୋଗ ଆଣିଲେ ଅନୁଭବ। ସେଭଳି ପରିଚୟ ପତ୍ରରେ ଭିନ୍ନ ଭିନ୍ନ ନାଁ ଙ୍କୁ ବ୍ୟବହାର କରି ଟ୍ୟାକ୍ସ ଫାଙ୍କୁଛନ୍ତି ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ । ହେଲେ ଏଠି କଥା ଉଠିଛି ଏବେ କାହିଁକି ଆଗରୁ କେଉଁଠି ଥିଲେ ଅନୁଭବ। ଦୀର୍ଘ ୧୪ ବର୍ଷ ସମ୍ପର୍କରେ ରହି କଣ ଏବେ ଯାଏ ଜାଣିନଥିଲେ ବର୍ଷାଙ୍କ ବିଷୟରେ। ଉଭୟ ଏକା ସାଙ୍ଗରେ ଏତେ ଗୁଡିଏ ଫିଲ୍ମ ବି କରିଛନ୍ତି ସାଙ୍ଗରେ ରହି ମଧ୍ୟ ସେ କଣ ଜାଣିପାରିଲେନି ନାଁ ଉଭୟ ପରସ୍ପର ସହିତ କଥା ହେଉନଥିଲେ।

anubhav 2

ସେଭଳି ବାହାଘରର ୬ ବର୍ଷ ଭିତରେ ଜାଣିପାରିଲେନି କି ବର୍ଷା ଏଭଳି କାମ କରିଛନ୍ତି। ତାଙ୍କର ଏଭଳି ଭାବେ ଏକାଧିକ ପରିଚୟ ପତ୍ର ରହିଛି ବୋଲି ନାଁ ସବୁ ଜାଣି ଚୁପ୍ ବସିଥିଲେ ଅନୁଭବ। ନହଲେ ଯାହା ବି ଅଭିଯୋଗ ଆଣୁଛନ୍ତି ସେସବୁ ମନଗଢ଼ା କାହାଣୀ ନୁହଁ ତ । ସେହିଭଳି ପ୍ରଶ୍ନ ଉଠୁଛି କାହା କଥାରେ ଏମିତି କରୁଛନ୍ତି ଅନୁଭବ। ତାଙ୍କୁ ନେଇ ଏବେ ପ୍ରଶ୍ନ ଘନେଇବାକୁ ଲାଗିଛି।

ତେବେ ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ସମାନ କଥା ଉଠେଇଥିଲେ ଅନୁଭବଙ୍କର ଦିଲ୍ଲୀ ବାନ୍ଧବୀ ଜାଗୃତି ସୁକ୍ଲା। ସେ ହିଁ କହିଥିଲେ ବର୍ଷାଙ୍କ ର ବିଭିନ୍ନ ପରିଚୟ ପତ୍ରରେ ଭିନ୍ନ ଭିନ୍ନ ନାଁ ରହିଚି। ଏବେ ପୁଣି ସେ କଥାକୁ ନେଇ ଜୋର୍ ଦେଉଛନ୍ତି ଅନୁଭବ। ତେବେ ଏଥିରୁ ଜଣା ପଡୁଛି ଯେ ଅନୁଭବ ଜାଗୃତି କୁ ଅନୁସରଣ କରୁନାହାନ୍ତି ତ। ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖାଇ ଫୁଟାଉଛନ୍ତି କି ଜାଗୃତି।

brash

ଏହା ସମସ୍ତଙ୍କୁ ଦ୍ୱନ୍ଦରେ ଏବେ ପକାଇଛି। ତେବେ ଏଠାରେ କୁହାଯାଉଛି ଯେ ବର୍ଷାଙ୍କ ରୋଜଗାର କୁ ନେଇ ଇର୍ଷା ପରାୟଣ ହେଉଛନ୍ତି କି ଅନୁଭବ। ଯେଉଁଥିପାଇଁ କୌଣସି ବି ସ୍ତର କୁ ଖସି ଯିବାକୁ ପଛଉନାହାନ୍ତି। ତେବେ ଯେହେତୁ କୋର୍ଟ ଏବେ ସୋସିଆଲ ମିଡିଆ ଦ୍ୱାରା ଆକ୍ଷେପ କରିବା ବନ୍ଦ କରିଦେଇଛନ୍ତି । ଏବେ ଏହାର ବାଟ ବାଛିଚନ୍ତି କି ସାଂସଦ ଅନୁଭବ ମହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *